• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ କହିଛନ୍ତି।

  2. ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି. ଦୂର କୁମ୍ଭାରବସ୍ତରେ ଏହି ପାର୍କ ଆସନ୍ତା ୨୪ରେ ଖୋଲାଯିବ।

  3. ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି ଆକଳନ କରିଛି।

  4. ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ ଗ୍ରହଣ କରିବେ।

  5. ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ନେଇ ନିଶ୍ଚିତ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ସରକାର ଆସନ୍ତା ୧୦୦ ଦିନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି ବୋଲି ଏକ ଟେଲିଭିଜନ ସାକ୍ଷାତ୍‌କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।

  6. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ସହ ତାଙ୍କ ଆମ୍ ଆଦମୀ ପାର୍ଟି(ଆପ୍‌)କୁ ମଧ୍ୟ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଦର୍ଶାଇଛି।

  7. ହରିୟାଣା ରାଜ୍ୟର ଜନନାୟକ ଜନତା ପାର୍ଟି (ଜେଜେପି) ଏହାର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦଳ ପକ୍ଷରୁ ନରୱାନା ବିଧାୟକ ରାମ ନିବାସ ସୁରଜେଖେଡା ଓ ବରୱାଲା ବିଧାୟକ ଯୋଗୀରାମ ସିହାଗଙ୍କୁ ଆଇନଗତ ନୋଟିସ ପଠାଯାଇଛି।

  8. ମୁମ୍ବାଇରେ ମଇ ୧୩ ତାରିଖ ଦିନ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ଜଣ ଆହତ ହୋଇଥିବା ଜଣାପଡ଼ିଛି ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯନଙ୍କ ମାମୁଁଙ୍କ ନାମ ମନୋଜ ଚନସୋରିୟା ଥିବା ବେଳେ ମାଇଁଙ୍କ ନାମ ଅନିତା ରହିଛି।

  9. କ୍ରିପ୍ଟୋ କାରବାରର ପରିଚାଳନା ଲାଗି ନୀତି ନିର୍ଧାରଣ କରିବା ଲାଗି ଉଭୟ ସଂସ୍ଥା ଏକ ସରକାରୀ କମିଟିକୁ ନିଜର ସୁପାରିସ ପ୍ରଦାନ କରିଛନ୍ତି।  

  10. ନିର୍ବାଚନ ପରେ ଏଟିଏମ୍‌ରୁ ଟଙ୍କା ଉଠାଇବା ବାବଦରେ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଇଣ୍ଟରଚେଞ୍ଜ ଫି’କୁ ୨୦ରୁ ୨୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।

  11. ଭାରତକୁ ଅଧିକ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆସିବ ଓ ଚୀନ୍ ବହୁ ପରିମାଣର ଏଫ୍‌ଡିଆଇ ହରାଇବ ବୋଲି ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗରେ ବିଶ୍ବ ଅର୍ଥନୈତିକ ନିରୀକ୍ଷଣ ଶାଖାର ମୁଖ୍ୟ ହମିଦ୍ ରସିଦ୍ କହିଛନ୍ତି।

  12. ହରଡ଼ ଡାଲି ଦରବୃଦ୍ଧିରେ ଲଗାମ ଲାଗୁନାହିଁ। ବର୍ତ୍ତମାନ ପାଇକାରୀ ବଜାରରେ ଏହାର ଦର କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ୧୬୫ ଟଙ୍କାରେ ବିକ୍ରି ହେଉଛି।

  13. ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି

  14. ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।

  15. ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି।

  16. ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି।

  17. ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

  18. ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପିରୁ ବହିଷ୍କୃତ ହେଲେ।

  19. ଖଲ୍ଲିକୋଟ ହତ୍ୟା ଘଟଣା ତଦନ୍ତ କରିବ ଏସଆଇଟି।  ଏସଆଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବ। ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ।

  20. . କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ପିଏଫ୍ ପଇସା ଉଠାଣର ପ୍ରକ୍ରିୟାକୁ ଅଧିକ ସହଜ କରିଦେଇଛି । ଇପିଏଫଓ ଅଟୋ ମୋଡ୍ ସେଟଲମେଣ୍ଟ ଆରମ୍ଭ କରିଛି । ଏଥିରେ ୬ କୋଟିରୁ ଅଧିକ ପିଏଫ୍ ସଦସ୍ୟଙ୍କୁ ଲାଭ ମିଳିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.