• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

  2. ମେ’ ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ମୌଦାନକୁ ଓହ୍ଲାଇଛନ୍ତି ୩୮୩ ଜଣ ପ୍ରାର୍ଥୀ। ଏଡିଆର ରିପୋର୍ଟରେ ଆହୁରି କହୁଯାଇଛି, ସମ୍ବଲପୁର ସ୍ୱାଧୀନ ପ୍ରାର୍ଥୀ ମହେଶ ଶର୍ମା ଓ ପାଟଣାର ବିଏସପି ପ୍ରାର୍ଥୀ ଦୁଲଭ ନାଏକ ପଞ୍ଚମ ଶ୍ରେଣୀ ଡେଇଁ ପାରିନାହାନ୍ତି। ଅନ୍ୟପକ୍ଷରେ ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ୍‌ କରିଥିବା ବେଳେ ୩୧ ଜଣ ଅଷ୍ଟମ ଓ ୪୯ ଜଣ ଦଶମ ପାସ କରିଛନ୍ତି।

  3. ସମୀର ଦାଶ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ଏଥର ଟିକେଟ କଟିବାରୁ ଅସନ୍ତୁଷ୍ଟ ଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

  4. ମେ’୨୦ରେ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ର (ଲୋକସଭା ଆସନ) ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ମତଦାନ ହେବ।

  5. ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଜବତ ପରିମାଣ ଖୁବ୍‌ଶୀଘ୍ର ୯୦୦୦ କୋଟି ଟଙ୍କା ଅତିକ୍ରମ କରିବ।

  6. ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା ତଥା ଭାରତୀୟ ବ୍ୟାଙ୍କିଙ୍ଗର ଭୀଷ୍ମ ପିତାମହ ଏନ୍.ବାଘୁଲଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦେହାନ୍ତ ହୋଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା।

  7. ସିଙ୍ଗାପୁରରେ କ୍ରମାଗତ ଭାବେ ବଢୁଥିବା କରୋନା ମାମଲାକୁ ନେଇ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଏହା ହେଉଛି କରୋନାର ଆଉ ଏକ ନୂଆ ଲହରର ପ୍ରତ୍ୟାବର୍ତ୍ତନ। କରୋନା ପୁଣି ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି।

  8. ବର୍ଷକ ମଧ୍ୟରେ ୧୨୮୭କୋଟି ବଢ଼ିଲା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି। ସଣ୍ଡେ ଟାଇମ୍ସରେ ଧନୀମାନଙ୍କର ଏକ ନୂତନ ତାଲିକା ପ୍ରକାଶ କରିଛି।

  9. ଟାଟା ସନ୍ସର ଚେୟାରମ୍ୟାନ୍ ତଥା ବ୍ୟବସାୟ ଜଗତର ଚର୍ଚିତ ବ୍ୟକ୍ତିତ୍ୱ ରତନ ଟାଟା ଲୋକସଭା ନିର୍ବାଚନ ​​୨୦୨୪ ପାଇଁ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

  10. ଭୁବନେଶ୍ବରକୁ ଆମ୍ୟୁଜ୍‌ମେଣ୍ଟ ପାର୍କ ମାନଚିତ୍ରରେ ଯୋଡ଼ିଥିବା ଦେଶର ଅଗ୍ରଣୀ ସଂସ୍ଥା ‘ୱଣ୍ଡର୍‌ଲା’ ଏଠାରେ ଏକ ‌ରିସୋର୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି। ସେଥିରେ ଲୋକଙ୍କ ରହଣି ପାଇଁ କୋଠରିର ବ୍ୟବସ୍ଥା ରହିବ ବୋଲି ୱଣ୍ଡର୍‌ଲା ହଲିଡେଜ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିତ୍ତିଲାପିଲ୍ଲୀ କହିଛନ୍ତି।

  11. ଗୁଗଲ ୪ ଜୁନ୍ ୨୦୨୪ରୁ ଗୁଗଲ ପେକୁ ବନ୍ଦ କରିବାକୁ ଯାଉଛି। ଏହି ଖବର ଅନଲାଇନରେ ଟଙ୍କା ନେଣଦେଣ କରୁଥିବା ବ୍ୟବହାରକାରୀଙ୍କ ଚିନ୍ତା ବଢାଇ ଦେଇଛି। ଜିପେ ବନ୍ଦ ହେବ ଏହି ଖବର ସଠିକ୍। ଗୁଗଲ ପକ୍ଷରୁ ଏହି ଖବର ନିଶ୍ଚିତ କରାଯାଇଛି। ଜାଣନ୍ତୁ ଗୁଗଲର ଏହି ନିଷ୍ପତ୍ତି କେଉଁ ଦେଶକୁ ପ୍ରଭାବିତ କରିବାକୁ ଯାଉଛି।

  12. ଆମେଠିରେ, କ୍ଷତ୍ରିୟ ବା ରାଜପୁତ ସମ୍ପ୍ରଦାୟର ଲୋକମାନେ ସ୍ମୃତି ଇରାନୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ବିରୋଧ କରୁଛନ୍ତି। ସେମାନେ ଶପଥ କରୁଛନ୍ତି ଏବଂ ଲୋକଙ୍କୁ ଶପଥ କରାଉଛନ୍ତି ଯେ ସେମାନେ ଏଥର ଭାଜପାକୁ ଭୋଟ ଦେବେ ନାହିଁ।

  13. ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା।

  14. ହରିୟାଣାର ନୁହରେ ଗତ ରାତିରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ୯ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ୯ ମୃତଙ୍କ ମଧ୍ୟରୋ ୬ ଜଣ ମହିଳା ଓ ୩ ଜଣ ପୁରୁଷ।

  15. ଭଉଣୀ ବାହାଘର ପାଇଁ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସିମଜାରେ ହଳଦୀ ଉତ୍ସବରେ ନାଚୁଥିବା ସାନ ଭଉଣୀର ଚାଲିଯାଇଛି ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟରେ। ମୃତକ ଜଣକ ହେଉଛନ୍ତି ୧୮ ବର୍ଷୀୟ ରିମଶା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.