• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମିଳିତ ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଡ୍ ଏର୍ଡାନ୍ ପାଲେଷ୍ଟାଇନକୁ ଅତିରିକ୍ତ ଅଧିକାର ଦେବା ପାଇଁ ହୋଇଥିବା ମତଦାନକୁ ବିରୋଧ କରି ସାଧାରଣ ସଭାରେ ମିଳିତ ଜାତିସଂଘ ଚାର୍ଟର(ସନନ୍ଦ) କପି ଚିରିଦେଇଛନ୍ତି।

  2. 2.ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀଙ୍କ ଉପରେ ପାକିସ୍ତାନ ସେନା ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି। ଗୋଟିଏ ଏୟାରଷ୍ଟ୍ରାଇକ୍ ଆଫଗାନିସ୍ତାନ ଭିତରେ କରାଯାଇଥିବାବେଳେ ୨ୟଟି ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ସୀମାନ୍ତ ଅଂଚଳରେ କରାଯାଇଛି । 

  3. 3.ଜଣେ ଆଦିବାସୀ ମହିଳା ମେଘାଳୟର ପ୍ରଥମ ପୁଲିସ ମହାନିର୍ଦେଶକ (ଡିଜିପି)ହେବାକୁ ଯାଉଛନ୍ତି। ୧୯୯୨ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଈଦାଶିଶା ନୋଙ୍ଗ୍ରାଙ୍ଗଙ୍କୁ ଶନିବାର ସରକାର ଏହି ପଦରେ ନିଯୁକ୍ତି ଦେଇଛନ୍ତି।

  4. 4.ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ବିଜେପି ନେତା ଦେବରାଜେ ଗୌଡ଼ା ଶୁକ୍ରବାର ରାତିରେ ଗିରଫ ହୋଇଛନ୍ତି। ପୁଲିସ ଅନୁଯାୟୀ ଦେବରାଜେ ଗୌଡ଼ା ଜଣେ ଓକିଲ ଯିଏ କି ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

  5. 5.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଚାହିଁଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ରାସ୍ତାରେ ଭେଟିବେ, କିନ୍ତୁ ରାଜଭବନ ଯିବେ ନାହିଁ,।

  6.  6.ନିଜେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚାଞ୍ଚଲ୍ୟକର ବୟାନର ଜବାବ ଦେଇ କହିଛନ୍ତି ଯେ ବିଜେପିର ସମ୍ବିଧାନରେ କୁହାଯାଇନାହିଁ ଯେ ୭୫ ବର୍ଷ ବୟସ ପରେ କୌଣସି ଦଳର ନେତା ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। 

  7.  7.ବିବାଦରେ ଫଶିଗଲେ ବେବୋ। ଗର୍ଭଧାରଣ ଯାତ୍ରାକୁ ନେଇ ପ୍ରକାଶ କରିଥିବା ଏକ ପୁସ୍ତକର ଶୀର୍ଷକରେ ‘‘ବାଇବେଲ୍‌’’ ଶବ୍ଦ ଲେଖି ବିବାଦରେ ଫଶିଗଲେ ଅଭିନେତ୍ରୀ କରୀନା କପୁର। ଏଥିପାଇଁ ତାଙ୍କୁ ମଧ୍ୟପ୍ରଦେଶର ହାଇକୋର୍ଟରୁ ନୋଟିସ୍‌ ମିଳିଛି।

  8. 8.ବରଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାର ବଦଳାଇବାକୁ ନିବେଦନ କରିଛନ୍ତି ।

  9. 9.ମାୟାବତୀ ଏକ  ସାଧାରଣ ସଭାରେ ଏକତ୍ରିତ ହୋଇଥିବା ପ୍ରବଳ ଜନସମାଗମରୁ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିଜେପି ଉପରେ ତୀବ୍ର ମୌଖିକ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଯଦି ଇଭିଏମ  ଜାଲିଆତି ନ ହୁଏ ତେବେ ଏଥର ସରକାର ବଦଳିବ ।

  10. 10ଋତୁସ୍ରାବ ସମୟରେ ସବୈତନିକ ଛୁଟି ପାଇଁ ଜାତିସଂଘରେ ଓଡ଼ିଆ ଝିଅ ସ୍ବର ଉଠାଇଛନ୍ତି। କେନିଆର ନାଇରୋବିରେ ମିଳିତ ଜାତିସଂଘର ନାଗରିକ ସମାଜ (ସିଭିଲ ସୋସାଇଟି) ସମ୍ମିଳନୀରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ‘ପେଡ୍‌ ପିରିଅଡ୍‌ ଲିଭ୍‌’ ନେଇ ଉଠାଇଥିବା ପ୍ରସଙ୍ଗ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। 

  11.  11.ଇଣ୍ଡେକ୍ସ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି)ର ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ୪.୯ ପ୍ରତିଶତ ହୋଇଛି।

  12. 12.କାଳ ବୈଶାଖୀ ଓ ବଜ୍ରପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଆହତ ହୋଇଛନ୍ତି। ବାଲେଶ୍ବର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

  13. 13.ଶ୍ରୀ ଅଲେଖ ରନ୍ଧାରୀ ନବରଙ୍ଗପୁର ଜିଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲ। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘୋଷଣା କରିଛନ୍ତି।

  14. 14.ନିଶା ଦହିଆ ପଞ୍ଚମ କୁସ୍ତିଯୋଦ୍ଧା ଭାବେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ନିଶା ୬୮ କେଜି ଓଜନ ବର୍ଗର ସେମିଫାଇନାଲରେ ରୋମାନିଆର ଆଲୋକଜାଣ୍ଡ୍ରା ଆଞ୍ଜେଲଙ୍କୁ ପରାସ୍ତ କରିଥିଲେ।

  15. 15.ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଦଳବଦଳ ପ୍ରକ୍ରିୟା ନିର୍ବାଚନ ସମୟରେ ମଧ୍ୟ ଜାରି ରହିଛି। ନିକଟରେ କଂଗ୍ରେସକୁ ଚକିତ କରି ଜଣେ ପ୍ରାର୍ଥୀ ଇନ୍ଦୋର ଲୋକସଭା ଆସନରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.