• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି (ସୋମବାର) ସକାଳେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

  2. 2.ଭାରତୀୟ ଜେଲ୍‌ଗୁଡ଼ିକରେ ଆଇନର ବିରୁଦ୍ଧାଚରଣ କରି ପ୍ରାୟ ୯୬୦୦ ଶିଶୁ (୧୮ ବର୍ଷରୁ କମ୍‌)ଙ୍କୁ ରଖାଯାଇଥିଲା ବୋଲି ଲଣ୍ଡନ ସ୍ଥିତ ସଂସ୍ଥା ‘ଆଇପ୍ରୋବୋନୋ’ର ଏକ ରିପୋର୍ଟରୁ ଜଣାପଡିଛି ।

  3. 3.ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ସେହି ସମୟରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚରେ ଏହି ସୀମା ୯୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

  4. 4. ରୁଷ୍-ୟୁକ୍ରେନ ଯୁଦ୍ଧ କାରଣରୁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ମସ୍କୋ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହି କାରଣରୁ ସମଗ୍ର ବିଶ୍ୱ ରୁଷିଆଠାରୁ ଅଶୋଧିତ ତୈଳ ଓ ଗ୍ୟାସ କିଣିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ।

  5. 5.ନ୍ୟୁୟର୍କର ଭାରତୀୟ କନସୁଲେଟ୍ ଜରୁରୀକାଳୀନ ଆବଶ୍ୟକତା ପାଇଁ ଛୁଟିଦିନରେ ମଧ୍ୟ ଖୋଲା ରହିବାକୁ ଘୋଷଣା କରିଛି। ୧୦ ମେ’ରୁ ଛୁଟିଦିନରେ ଏହା ଅପରାହ୍ନ ୩ ଟାରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ।

  6. 6.ଉତ୍ତର ପ୍ରଦେଶର ଝାନ୍‌ସୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ବରଯାତ୍ରୀ ଧରି ଯାଉଥିବା ବେଳେ ବରଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବରଙ୍କ ନାମ ‌ଆକାଶ ଅହିରୱାର ଥିବା ବେଳେ ବୟସ ୨୫ ହୋଇଥିଲା।

  7. 7.ଲଦାଖ୍‌ର ଗଲୱାନ ଘାଟିରେ ୨୦୨୦ରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ପରିବେଶ ସୃଷ୍ଟି ହୋଇଥିଲା।

  8. 8.ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୧୦ ଦିନ ମଧ୍ୟରେ ୧୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ‌

  9. 9.ଲୋକଙ୍କ ପାଖରେ ସ୍ମାର୍ଟଫୋନ ଉପଲବ୍ଧ ହେବା କାରଣରୁ ଡିଜିଟାଲ ବା ୟୁପିଆଇ କାରବାର ସହଜ ହୋଇଯାଇଛି। ଅନ୍‌ଲାଇନ୍‌ରେ ବା ୟୁପିଆଇରେ ଅର୍ଥ ସ୍ଥାନାନ୍ତରଣ ଏବଂ ଜିନିଷ କିଣାକିଣି ଆଖି ପିଛୁ‌ଳାକେ ହୋଇପାରୁଛି।

  10. 10.ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ରାହୁଲ।

  11. 11.ପାକିସ୍ତାନ ଟେଲିକମ ଅପରେଟରମାନେ ଶନିବାର ୫୦୦୦ କାର୍ଡ ମଧ୍ୟରୁ ୩୫୦୦ରୁ ଅଧିକ ଅଣ-ଫିଲର (ବ୍ୟକ୍ତିବିଶେଷ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ନାହିଁ) ଙ୍କର ମୋବାଇଲ ଫୋନ ସିମ ଅବରୋଧ ବା ବ୍ଲକ କରିଛନ୍ତି।

  12. 12.ନେପାଳର ‘ଏଭରେଷ୍ଟ ମ୍ୟାନ୍‌’ ଭାବରେ ଜଣାଶୁଣା କାମି ରୀତା ଶେର୍ପା ରବିବାର ୨୯ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢ଼ି ନିଜର ରେକର୍ଡ ଭାଙ୍ଗିଛନ୍ତି।

  13. 13.୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି।

  14. 14.୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ କର୍ମଜୀବୀ ପ୍ରସ୍ତୁତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।

  15. 15.ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ।

  16. 16.ଶେଷ ହେବାକୁ ଯାଉଛି ଜେମ୍ସ ଆଣ୍ଡରସନ ଯୁଗ। ଇଂଲଣ୍ଡର କିମ୍ବଦନ୍ତୀ ତଥା ଭେଟରାନ ସ୍ପିଡଷ୍ଟର ଜେମ୍ସ ‌ଆଣ୍ଡରସନ ଟେଷ୍ଟ କ୍ରିକେଟରୁ ନେବେ ଅବସର। ଆଜି ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

  17. 17.ହରିଆଣାରେ ଜାରି ରହିଛି ରାଜନୈତିକ ସଙ୍କଟ। ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ୩୦ ଜଣ କଂଗ୍ରେସ ବିଧାୟକଙ୍କ ଦସ୍ତଖତ ମାଗିଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଶୀଘ୍ର ହୋଇପାରେ ବୋଲି ଖଟ୍ଟର ଦାବି କରିଛନ୍ତି।

  18. 18.ଜୁନ ୧ ଯାଏ ଅନ୍ତରୀଣ ଜାମିନ ପାଇଥିବା କେଜ୍ରିୱାଲ ଆଜି କହିଛନ୍ତି, “୨୦ ଦିନ ପରେ ମୋତେ ଜେଲ ଫେରିବାକୁ ପଡ଼ିବ। ଯଦି ଆପଣମାନେ ଝାଡ଼ୁ (ଆପର ନିର୍ବାଚନୀ ଚିହ୍ନ)କୁ ବାଛିବେ, ତା’ହେଲେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ।”

  19. 19.'ଇସ୍ରାଏଲ୍‌ର ଅସ୍ତିତ୍ୱ ପ୍ରତି ଯଦି କୌଣସି ବିପଦ ଆସେ ତେବେ ଏହାକୁ ସହ୍ୟ କରାଯିବ ନାହିଁ। ଆମେ କାହାକୁ ଛାଡିବୁ ନାହିଁ। ପରମାଣୁ ବୋମା ପକାଇ ଉଡାଇ ଦେବୁ।' ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲକୁ ଏଭଳି କିଛି ଧମକ ଦେଇଛି ଇରା

  20. 20.ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୫ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ଚେନ୍ନାଇ ପ୍ଲେଅଫର ନିକଟତର ହୋଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.