-
1.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି।
-
2.ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ସ୍ଥାନରେ ସେ ଉପପ୍ରଧାନମନ୍ତ୍ରୀ ଆନ୍ଦ୍ରେଇ ବେଲୋସୋଭଙ୍କୁ ନିଯୁକ୍ତ କରିଛନ୍ତି।
-
3.ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ଦ୍ୱୀପରେ ଆଗ୍ନେୟଗିରିରୁ ପ୍ରବାହିତ ଶୀତଳ ଲାଭାର ବନ୍ୟା ଯୋଗୁଁ ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।
-
4.ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୯୬ଟି ଆସନରେ ୬୩.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
-
5.ଚତୁର୍ଥ ପର୍ଯ୍ୟାୟ ମତଦାନ ସହିତ ଲୋକସଭାର ମୋଟ୍ ୫୪୩ ଆସନ ମଧ୍ୟରୁ ୩୮୧ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ପରବର୍ତ୍ତୀ ତିନିଟି ପର୍ଯ୍ୟାୟରେ ଆଉ ଅବଶିଷ୍ଟ ୧୬୨ଟି ଆସନରେ ଭୋଟ ଗ୍ରହଣ କରାଯିବ।
-
6.ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (୭୨)ଙ୍କର ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ।
-
7.ଗୁଜୁରାଟର ଦାଣ୍ଡି ବେଳାଭୂମିରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି | ବାସ୍ତବରେ ଗତକାଲି ପିକନିକ୍ କରୁଥିବା ସମୟରେ ଜଣେ ମହିଳା, ତାଙ୍କ ଦୁଇ ପୁଅ ଏବଂ ଭାଣେଜୀ ସମୁଦ୍ରରେ ଭାସିଯାଇଥିଲେ |
-
8.ମୁମ୍ବାଇରେ ପ୍ରବଳ ପବନ ଓ ବର୍ଷା ହୋଇଛି । ମହାନଗରୀର ଘାଟକୋପରରେ ଥିବା ୧୦୦ ଫୁଟ ଲମ୍ବର ହୋର୍ଡିଂ ବାତ୍ୟା ଯୋଗୁଁ ଉପୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି।
-
9.୯୦ ପ୍ରତିଶତ ଅଂଶଧନ ଥିବା ଏଲ ଆଣ୍ଡ ଟି କମ୍ପାନୀର ସଭାପତି ଆର ଶଙ୍କର ରମଣ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। ୨୦୨୬ ପରେ ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ ବିକ୍ରୟ କରିବାକୁ ଏଲ ଆଣ୍ଡ ଟି ଯୋଜନା କରୁଛି |
-
10.ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ମଧ୍ୟ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୩.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
-
11.ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
-
12.ଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ ୯ ମଧ୍ୟରେ ମାଲେସିଆର ପୁଟ୍ରାଜୟାଠାରେ ଅନୁଷ୍ଠିତ ହୋଇଯାଇଛି।
-
13.୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍ ଟନ୍ (ଏମଟି)ରେ ପହଞ୍ଚିଛି।
-
14.ବୋଲେରୋରୁ ୨.୬୫ ଲକ୍ଷ ଜବତ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ଶ୍ୟାମାଖୁଣ୍ଟା ବ୍ଲକ ରଙ୍ଗମାଟିଆ ଛକରେ ଯାଞ୍ଚବେଳେ ଜବତ ହୋଇଥିଲା।
-
15.ଗଞ୍ଜାମ ଜିଲାରେ ମତଦାନ ସମୟରେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.