• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍‌ଏଫ୍‌) ସଂସଦୀୟ ଭବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛି।

  2. 2.ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଏଥର ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୌଣସି ନେତା ଆଚରଣବିଧି ଉଲ୍ଳଂଘନ କଲେ, ସେମାନଙ୍କୁ ବ୍ୟକ୍ତିଗତ ଭାବେ କୈଫିୟତ ତଲବ କରାଯାଉ ନାହିଁ। ଏହା ବଦଳରେ ସଂପୃକ୍ତ ଦଳର ମୁଖ୍ୟମାନଙ୍କୁ ନୋଟିସ ପଠାଯାଉଛି।

  3. 3.ସ୍ନାକ୍ସ ଲାଗି ଘରେ ଘରେ ପରିଚିତ ଦେଶୀ କମ୍ପାନି ‘ହଲଦୀରାମ୍’ ବିଦେଶୀ କମ୍ପାନି ହାତକୁ ଯାଇପାରେ। ବିଦେଶର କିଛି ସଂସ୍ଥା ମିଶି ଏହାର ୭୬ ପ୍ରତିଶତ ଅଂଶଧନ କିଣିବାକୁ ବିଡ୍ ଉପସ୍ଥାପନ କରିଛନ୍ତି।

  4. 4.ଇରାନର ଚବାହାର ବନ୍ଦରର ଏକ ଟର୍ମିନାଲ୍‌କୁ ୧୦ ବର୍ଷ ପରିଚାଳନା କରିବା ଲାଗି ଗତକାଲି ଭାରତ ସରକାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ଏହି ପଦକ୍ଷେପରେ ଆମେରିକା ଅସନ୍ତୋଷ ଜାହିର କରିଛି।

  5. 5.ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲ୍ଟିଟିଇ) ଭାରତରେ, ବିଶେଷ କରି ତାମିଲନାଡୁରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବା ଜାରି ରଖିଥିବାରୁ କେନ୍ଦ୍ର ସରକାର ଏହା ଉପରେ ଲାଗିଥିବା ନିଷେଧାଦେଶକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।

  6. 6.ଭାରତରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା କୃଷକମାନେ ଏବେ ୧୭ତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସରକାର କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି।

  7. 7.ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କର୍ମଚାରୀମାନେ କୋଠା ଭିତରେ ଫସି ଯାଇଥିଲେ। ଏହି ଘଟଣାରେ ଆୟକର ବିଭାଗର ଜଣେ ଅଧୀକ୍ଷକଙ୍କ ମୃତ୍ୟୁ ଘଟିଛି।

  8. 8.ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ଆସୁଥିବା ବ୍ୟାଙ୍କିଙ୍ଗ୍ ଠକେଇ କଲ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅତ୍ୟନ୍ତ କଠୋର ହେବ ବୋଲି କୁହାଯାଉଛି।

  9. 9.ସାଧାରଣତଃ ଲୋକମାନେ ଯେତେବେଳେ ଜଣେ ବୃତ୍ତିଗତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ସେତେବେଳେ କଞ୍ଜ୍ୟୁମର କୋର୍ଟଙ୍କର ଦ୍ବାରସ୍ଥ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥା ଓକିଲମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

  10. 10.ନିର୍ବାଚନ ପରେ ମୋବାଇଲ୍‌ ଶୁଳ୍କରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ଭିତ୍ତିଭୂମି ବିକାଶ କରିବ‌ାରେ ବିପୁଳ ନିବେଶ କରିଛନ୍ତି।

  11. 11.ଡିଆଇ ପାଇପ୍‌ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍‌ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶ‌ାରେ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ୫୦୦ ଏକର ଜମି ଅଧିଗ୍ରହଣ କରିବ।

  12. 12.ଭାରତୀୟ ରେଳର ଚେନ୍ନାଇ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରେ ପ୍ରସ୍ତୁତ ବନ୍ଦେ ମେଟ୍ରୋ ଟ୍ରେନ୍‌ରେ ଜିନ୍ଦଲ୍‌ ଷ୍ଟେନ୍‌ଲେସ୍‌ର ଲୁହା ଲାଗିଛି। ଏଥିପାଇଁ କମ୍ପାନି ଟେମ୍ପର୍ଡ ୨୦୧ ଏଲ୍‌ଏନ୍ ଗ୍ରେଡ୍‌ର ଷ୍ଟେନଲେସ୍ ଷ୍ଟିଲ୍ ଯୋଗାଇ ଦେଇଛି।

  13. 13.ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ୭.୧୧ ପ୍ରତିଶତକୁ ଖସିଛି।

  14. 14.ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଲୋକମାନେ ଘରେ ରଖିଥିବା ସୁନା ପରିମାଣ ୫ ବର୍ଷରେ ୪୦ ପ୍ରତିଶତ ବୃଦ୍ଧି ପାଇଛି।

  15. 15.ଲୋକସଭା ନିର୍ବାଚନକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୧୦ ଦିନ ମଧ୍ୟରେ ୧୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ‌

  16. 16.ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନଲାଇନରେ ଆପ୍ଲାଏ କରିପାରିବେ।

  17. 17.ଦିଲ୍ଲୀର ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା।

  18. 18.ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟ୍‌କା ଦେବାକୁ ଯାଉଛନ୍ତି। ସ୍ନାତକୋତ୍ତର ଭିସା ରୁଟ ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ ଆଡଭାଇଜରୀ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି।

  19. 19.ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

  20. 20.ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.