• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିଶ୍ବର ସବୁଠାରୁ ବୟସ୍କ ମହାକାଶଚାରୀ ହୋଇଛନ୍ତି ଏଡୱାର୍ଡ ଡ୍ବାଇଟ୍‌। ଡ୍ବାଇଟ୍‌ଙ୍କ ବୟସ ଏବେ ୯୦ ବର୍ଷ। ଆଉ ମଧ୍ୟ ଜଣେ କୃଷ୍ଣକାୟ ଭାବେ ଡ୍ବାଇଟ୍ ପ୍ରଥମ କରି ମହାକାଶ ଯାତ୍ରା କରିବାର ସୁଯୋଗ ପାଇଛନ୍ତି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି।

  3. 3.ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

  4. 4.ରୁଷ-ୟୁକ୍ରେନ ଯୁଦ୍ଧଠାରୁ ଆରମ୍ଭ କରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବି ତିକ୍ତତା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଶକ୍ତିଶାଳୀ ରାଷ୍ଟ୍ର ଋଷ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦେଇଆସୁଛି।

  5. 5.ଇରାନ୍‌ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଏକ ହେଲିକପ୍‌ଟର ଆଜରବାଇଜାନ୍‌ ସୀମାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍‌ଟରକୁ ଏଯାଏଁ ଠାବ କରିବା ସମ୍ଭବ ହୋଇପାରିନାହିଁ।

  6. 6.କାରବାର ବଜାୟ ରଖିବାକୁ ହେଲେ ଲାଞ୍ଚ ଦେବାକୁ ପଡ଼ୁଛି। ଦୁର୍ନୀତିକୁ ସମର୍ଥନ କରିବାକୁ ପଡ଼ୁଛି। କାରଣ ଏହି ଦୁଇଟି କାମ ନକଲେ ବ୍ୟବସାୟ ହରାଇବାର ବିପଦ ରହିଛି। କେବଳ ଗୋଟିଏ କିମ୍ବା ଦୁଇଟି ଦେଶ ନୁହେଁ, ସାରା ବିଶ୍ବର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ) ଏହି ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ଏସିସିଏର ଏକ ରିପୋର୍ଟରୁ ଜଣାପଡ଼ିଛି।

  7. 7.ସୋମବାରଠାରୁ ସଂସଦଭବନର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବାକୁ ଯାଉଛି । ଉଭୟ ନୂଆ ଓ ପୁରୁଣା ସଂସଦ ଭବନର ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)କୁ ଦିଆଯାଇଛି।

  8. 8.ଗୁଣାତ୍ମକ ପରୀକ୍ଷାରେ ପତଞ୍ଜଳିର ସୋନ୍ ପାପଡି ବିଫଳ ହୋଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତରାଖଣ୍ଡର ପିଥୋରାଗଡ ପୋଲିସ ପତଞ୍ଜଳିର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲେ। ଏହି ତିନିଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି।

  9.  9.ଭାରତର ଦଣ୍ଡବିଧାନ ସଂହିତାରେ ସଂଶୋଧନ ଆଣିବା ପାଇଁ ୩ଟି ନୂଆ ଆଇନ ପ୍ରଣୟନକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଶୁଣାଣି ସୋମବାର ସୁପ୍ରିମ୍‌ କୋର୍ଟରେ ହେବ। ସୁପ୍ରିମ୍‌କୋର୍ଟର ବରଚାରପତି ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀ ଏବଂ ଜଷ୍ଟିସ୍‌ ପଙ୍କଜ ମିଥାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କରିବେ ।

  10. 10.ଦେଶରେ ଚାଉଳ ଏବଂ ପିଆଜ ଦାମ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ରପ୍ତାନି ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଲଗାଇଛନ୍ତି। କିନ୍ତୁ ଭାରତ ଖୁବ୍‌ଶୀଘ୍ର ମରିସସ୍‌କୁ ୧୪ ହଜାର ଟନ୍‌ ଅଣବାସମତୀ ଚାଉଳ ଏବଂ କତରକୁ ୭୫୦୦ ଟନ୍ ପିଆଜ ରପ୍ତାନି କରିପାରେ।

  11. 11.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଲୋକମାନଙ୍କ ଶତ୍ରୁ ନୁହେଁ। ଏହା ସେମାନଙ୍କ ମିତ୍ର ବୋଲି ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତି କହିଛନ୍ତି।

  12. 12.ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟବସାୟକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର।

  13. 13.ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ଏଣିକି ବେସରକାରୀ ସଂସ୍ଥା ଡ୍ରାଇଭିଂ ଟେଷ୍ଟ କରୀବା ଏବଂ ସାର୍ଟିଫିକେଟ୍‌ ଜାରି କରିବା ଲାଗି ପଞ୍ଜିକୃତ ହେବେ। ଫଳରେ ଯେଉଁମାନଙ୍କୁ ସେମାନେ ଟ୍ରେନିଂ ଦେଇଥିବେ ସେମାନଙ୍କୁ ଲାଇସେନ୍ସ ମିଳିପାରିବ।

  14. 14.ବରଗଡ଼ ସହର ଗୋବିନ୍ଦପାଲିକୁ ଆସି ଶାଢ଼ି ବାଣ୍ଟୁଥିବା ବେଳେ ୨ଯୁବକ ଧରାପଡ଼ିବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତ ୨ଯୁବକଙ୍କଠାରୁ ପ୍ରାୟ ୨୦୦ଖଣ୍ଡ ଶାଢ଼ି ଏବଂ ସେମାନଙ୍କ ବ୍ୟବହୃତ ବାଇକ୍‌କୁ ପୋଲିସ ଜବତ କରିଛି। ସମ୍ପୃକ୍ତ ୨ଯୁବକଙ୍କୁ ପୋଲିସ ଅଟକ ରଖି ପଚରଉଚୁରା କରୁଛି।

  15. 15.ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ବାନ୍ଧି ଘୋଷାଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ୩ ଅଭିଯୁକ୍ତ ବୃଦ୍ଧଙ୍କୁ କିଛିବାଟ ଘୋଷାଡ଼ିବା ପରେ ରାସ୍ତାରେ ଛାଡ଼ିଦେଇ ଫେରାର ହୋଇଯାଇଥିଲେ।

  16. 16.ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ସେ ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

  17. 17ଉତ୍ତର ପ୍ରଦେଶର ଏଟାରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଯୁବକ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ଏବେ ପୁଲିସ ଏକ ମାମଲା ରୁଜୁ କରି ଆଗାମୀ ଯାଞ୍ଚ ଜାରି ରଖିଛି ।

  18. 18.ଆମ୍‌‌ ଆଦମୀ ପାର୍ଟି(ଆପ୍‌‌)କୁ ଭୋଟ ଦେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେ ଆପ୍‌‌କୁ ଭୋଟ ଦେବେ ବୋଲି ରବିବାର ଏଠାରେ ଆୟୋଜିତ ଏକ ବିଶାଳ ରାଲିରେ କହିଛନ୍ତି।

  19. 19.ମଝି ଆକାଶରେ ଉଡୁଥିବାବେଳେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗିଯାଇଥିଲା। ପାଇଲଟ୍‌‌ ଏହା ଜାଣିବା ପରେ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଯାହା ଫଳରେ ବିମାନରେ ଥିବା ୧୭୯ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି।

  20. 20.ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩ ତାରିଖରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.