• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାପରେ ଉତ୍ତରପୂର୍ବକୁ ଗତି କରି ୨୪ ବେଳକୁ ଅବପାତ ରୂପ ନେବ। ୨୩ ଓ ୨୪ରେ ସମୁଦ୍ର ଅଶାନ୍ତ ରହିବ।

  2. 2. ୩ହଜାର ଲୋକଙ୍କ ଜୀବନ ନେଇଥିବା ସଂକ୍ରମିତ ରକ୍ତ ଦୁର୍ନୀତିର ହେଲା ପର୍ଦ୍ଦାଫାଶ। ୭୦ ଓ ୮୦ ଦଶକରେ ସଂକ୍ରମିତ ରକ୍ତ ନେଇ ବ୍ରିଟେନରେ ଅନେକ ଲୋକ ଏଚଆଇଭି ଓ ହେପାଟାଇଟିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ।

  3. 3.ଉପରାଷ୍ଟ୍ରପତି ‌ମୋଖବେର ଇରାନର କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

  4.  4. ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ନିର୍ବାଚନମଣ୍ଡଳୀରୁ ଭୋଟରମାନେ ଗତକାଲି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି। ଆନୁମାନିକ ୬୦.୦୯% ମତଦାନ ସହିତ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।

  5. 5. ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ପ୍ରଥମ ଥର ପାଇଁ ୫ ଟ୍ରିଲିଅନ ଡଲାର ଛୁଇଁଛି। କେବଳ ସେତିକି ନୁହେଁ, ୧୦ଟି ବଡ଼ କମ୍ପାନିଙ୍କ ବଜାରପୁଞ୍ଜି ମଧ୍ୟ ପ୍ରଥମ ଥର ପାଇଁ ୧ ଟ୍ରିଲିଅନ ଡଲାର ଟପିଛି।

  6. 6. ଦେଶର ଅଗ୍ରଣୀ ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍‌ ଓଡ଼ିଶାରେ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି। ସେଥିପାଇଁ କମ୍ପାନି ରାଜ୍ୟରେ ୫୦୦ ଏକର ଜମି ଅଧିଗ୍ରହଣ କରିବ।

  7. 7. ଜର୍ଜିଆର ଅଲ୍‌ଫାରେଟ୍ଟାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ୨ ଜଣ ଆହତ ହୋଇଛନ୍ତି।

  8. 8.ବିଜେପି ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଦଳ ହଜାରିବାଗ ଆସନରେ ମନୀଷ ଜୈସ୍ବାଲଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରଠାରୁ ଜୟନ୍ତ ସିହ୍ନା କୌଣସି ସାଂଗଠନିକ କାର୍ଯ୍ୟରେ ଆଗ୍ରହ ଦେଖାଉନାହାନ୍ତି।

  9. 9.ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ)ର ଏକ ଗବେଷଣାରୁ ଜଣାପଡିଛି ଯେ ଚିକେନରେ ଆଣ୍ଟିବାୟୋଟିକର ୪୦ ପ୍ରତିଶତ ଆଣ୍ଟିବାୟୋଟିକ୍ସ ଅଂଶ ରହିଥାଏ । ମଣିଷର ଶରୀର ଉପରେ ଏହାର ସାଧାସଳଖ କୌଣସି ପ୍ରଭାବ ନଥିଲେ ବି ଏହା ଆମର ଆଣ୍ଟିବାୟୋଟିକ୍ସ ପ୍ରତିରୋଧକୁ ବଢାଇଚାଲିଛି । ଅର୍ଥାତ୍ ଚିକେନ ଖାଉଥିବା ଲୋକଙ୍କ ଚିକିତ୍ସା ସମୟରେ ଆଣ୍ଟିବାୟୋଟିକ୍ସର ଯେତିକି ପ୍ରଭାବ ରହିବା କଥା ସେତିକି ରହେ ନାହିଁ ।

  10. 10.ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ନିୟମରେ ଅନେକ ବଡ଼ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡିକ ଜୁନ୍ ୧ ରୁ କାର୍ଯ୍ୟକାରୀ ହେବ 

  11. 11.ଟେଲିକମ୍ କମ୍ପାନିଗୁଡ଼ିକ ଏକସଙ୍ଗେ ୧୮ ଲକ୍ଷରୁ ଅଧିକ ସିମ୍‌ କାର୍ଡକୁ ବନ୍ଦ କରିବେ। ସାଇବର୍‌ ଅପରାଧକୁ ରୋକିବା ଲାଗି ସରକାର ଆରମ୍ଭ କରିଥିବା ଅଭିଯାନର ଅଂଶସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯିବ। ଗତବର୍ଷ ଟେଲିକମ୍ କମ୍ପାନିଗୁଡ଼ିକ ୨ ଲକ୍ଷ ସିମ୍ ବନ୍ଦ କରିଥିଲେ। ହରିୟାଣାର ଏକ ଅଞ୍ଚଳରେ ୩୭,୦୦୦ ସିମ୍ ବନ୍ଦ କରାଯାଇଥିଲା।

  12. 12.କର୍ଣ୍ଣାଟକର ଗୃହମନ୍ତ୍ରୀ ପରମେଶ୍ୱର କହିଛନ୍ତି ଯେ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ଜନତା ଦଳର ସାଂସଦ ପ୍ରଜ୍ୱଲ ରେଭାନ୍ନାଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

  13. 13.ମଣିପୁରରେ ଏକ ପବିତ୍ର ପାହାଡ଼ର ନାମ ପରିବର୍ତ୍ତନ କରି ନିଜ କ୍ୟାମ୍ପରେ ପରିଣତ କରିବା ଅଭିଯୋଗରେ ରାଜ୍ୟ ସରକାର କୁକି ଆତଙ୍କବାଦୀ ସଂଗଠନ କୁକି ନ୍ୟାସନାଲ ଫ୍ରଣ୍ଟ ବିରୋଧରେ ଏତଲା ଦାୟର କରିଛନ୍ତି।

  14. 14.ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

  15. 15.ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ କରିଛି।

  16. 16.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍‌ ୪ ତାରିଖରେ ଯାଉଛନ୍ତି। ଜୁନ ୪ରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ।

  17. 17.ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି।

  18. 18.ଭାରତୀୟ ରେସଲିଂର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ତାଙ୍କ ବିରୋଧରେ ଦେଶର ୫ ଜଣ ପ୍ରତିଷ୍ଠିତ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ ମଧ୍ୟ କରିଛନ୍ତି। ତଥାପି ବ୍ରିଜ ଭୂଷଣ କିଛି ଭୁଲ କରି ନଥିବା ସଫେଇ ଦେଇଛ

  19. 19ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣ। ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏବେ ଅନ୍ୟ ଏକ କୋର୍ଟ ଉଭୟଙ୍କୁ ଜୁନ୍ ୩ରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ଉଭୟଙ୍କୁ କୋଝିକୋଡି ସ୍ଥିତ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଜୁନ୍ ୩ରେ ହାଜର ହେବାକୁ କୁହାଯାଇଛି।

  20. 20.ଉତ୍ତର ପ୍ରଦେଶର ବାରାଣସୀରେ ବିଜେପି ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମୋଦି ସମ୍ବୋଧନ କରି ଭୋଟିଂ ହାର ବୃଦ୍ଧି କରିବା ପାଇଁ ସେ କହିଛନ୍ତି। ସେ ମହିଳାମାନଙ୍କୁ ପୋଲିଂ ବୁଥକୁ ଯିବା ସମୟରେ ଢୋଲ ଓ ଥାଳି ବାଡ଼େଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.