• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମେ’ ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଦ୍ୱାଦଶ ବା ଯୁକ୍ତ ଦୁଇ ରେଜଲ୍ଟ। ଏଥର ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ।
  2. 2.ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ପୂରା ଘଟଣାରେ ନିରପେକ୍ଷ ତଦନ୍ତ ହେବ ବୋଲି ଆଶା ରଖିଥିବା କହିଛନ୍ତି।

  3. 3.ଇସ୍ରାଏଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଟେଡ୍ରୋସ୍ ଆଧନମ୍ ଗେବ୍ରିୟସସ୍ ଗାଜାକୁ ଚିକିତ୍ସା ସାମଗ୍ରୀ ଉପରେ ଅବରୋଧ ହଟାଇବାକୁ କହିଛନ୍ତି ଏବଂ କହିଛନ୍ତି ଯେ ପ୍ରାୟ ୭୦୦ ଗୁରୁତର ଅସୁସ୍ଥ ରୋଗୀ ଯୁଦ୍ଧ କ୍ଷେତ୍ରରେ ଫସି ରହିଛନ୍ତି।

  4. 4.ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାଏଦ ଅଲ୍ ନାହୟାନଙ୍କ ପୃଷ୍ଠପୋଷକତାରେ ଆୟୋଜିତ ପଞ୍ଚମ ବୈଦେଶିକ ବ୍ୟାପାର ଉତ୍କର୍ଷ ପୁରସ୍କାର ସମାରୋହରେ ୟୁଏଇରେ ଥିବା ଭାରତର କୂଟନୈତିକ ଦୂତାବାସଗୁଡ଼ିକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୀକୃତି ପାଇଛନ୍ତି।

  5. 5.ଉତ୍ତର-ପଶ୍ଚିମ ଦିଲ୍ଲୀରେ ରହୁଥିବା ଜଣେ ବ୍ୟକ୍ତି ୧କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏହି ଠକେଇ ଏକ ହ୍ୱାଟ୍ସଆପ୍‌‌ ଗ୍ରୁପରୁ ଆରମ୍ଭ ହୋଇଥିବା ଏକ ମିଡ଼ିଆ ରିପୋର୍ଟରୁ ଜଣାପଡିଛି।

  6. 6.ୟୁରେସିଆ ଗ୍ରୁପ୍‌ ଏହା ଆକଳନ କରିଛି ଯେ ବିଜେପି ପ୍ରାୟ ୨୯୫-୩୧୫ ଆସନରେ ଜିତିବ ଏବଂ ଅତିକମ୍‌ରେ ୩୦୫ ଆସନ ପାଇବା ସମ୍ଭାବନା ରହିଛି।

  7. 7.ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଘଟଣା ନେଇ ବିବାଦ ତେଜିବା‌ ପରେ ଆଜି ଅଭିଯୁକ୍ତର ଜାମିନ ରଦ୍ଦ କରାଯାଇଛି। ଜୁଭେନାଇଲ ଜଷ୍ଟିସ ବୋର୍ଡ ୧୭ ବର୍ଷୀୟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାର ୩ ଦିନ ପରେ ଆଜି ଜାମିନ ରଦ୍ଦ କରିଛନ୍ତି।

  8. 8.ବାଂଲାଦେଶର ଶାସକ ଅାୱାମି ଲିଗ୍‌ ପାର୍ଟିର ଜଣେ ସାଂସଦଙ୍କୁ କୋଲକାତାରେ ହତ୍ୟା କରାଯାଇଛି।

  9. 9.ପଶ୍ଚିମବଙ୍ଗରେ ୨୦୧୦ ମସିହାରୁ ପ୍ରଦାନ କରାଯାଇଥିବା ସମସ୍ତ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ପ୍ରମାଣପତ୍ରକୁ ବୁଧବାର କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି।

  10. 10.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର କେନ୍ଦ୍ର ସରକାରଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସର୍ବାଧିକ ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ ପାଇଁ ଅନୁମୋଦନ କରିଛି।

  11. 11.ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ସଦସ୍ୟମାନଙ୍କୁ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି କୋର୍ଟ ସମସ୍ତ ୮ ଅଭିଯୁକ୍ତ ସଦସ୍ୟଙ୍କ ଜାମିନ ଖାରଜ କରିଛନ୍ତି।

  12. 12.ଦେଶରେ ନିର୍ବାଚନ ଜାରି ରହିଥିବା ବେଳେ ବିଦେଶୀ ନିବେଶକମାନଙ୍କ ଭିତରେ କିନ୍ତୁ କୌଣସି ଉତ୍ସାହ ଦେଖିବାକୁ ମିଳୁନାହିଁ। ହାରାହାରି ଭାବେ ସେମାନେ ଦିନକୁ ୧୮୦୦ କୋଟି ଟଙ୍କା ପ୍ରତ୍ୟାହାର କରୁଛନ୍ତି।

  13. 13.ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ପ୍ରଥମ ଥର ପାଇଁ ୫ ଟ୍ରିଲିଅନ ଡଲାର ଛୁଇଁଛି। କେବଳ ସେତିକି ନୁହେଁ, ୧୦ଟି ବଡ଼ କମ୍ପାନିଙ୍କ ବଜାରପୁଞ୍ଜି ମଧ୍ୟ ପ୍ରଥମ ଥର ପାଇଁ ୧ ଟ୍ରିଲିଅନ ଡଲାର ଟପିଛି। ‌

  14. 14.ଚଳିତ ଲୋକ ସଭା ନିର୍ବାଚନରେ ଭାରତର ନିର୍ବାଚନ କମିଶନ (ଇସିଆଇ) ମତଦାନର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବାରେ ୧୦-୧୧ ଦିନ ନେଉଛନ୍ତି। ଶେଷରେ ଆସୁଥିବା ମତଦାନ ହାର ଏବଂ ନିର୍ବାଚନ ଦିନର ଭୋଟ ହାର ମଧ୍ୟରେ ୧.୭ କୋଟି ଭୋଟ ବ୍ୟବଧାନ ରହୁଥିବା ଦର୍ଶାଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

  15. 15.ପୁରୀ ସଂସଦୀୟ କ୍ଷେତ୍ରର ଭାଜପା ପ୍ରାର୍ଥୀ ସମ୍ବିତ୍‌ ପାତ୍ରଙ୍କ ବୟାନ ‘ମୋଦିଙ୍କ ଭକ୍ତ ଜଗନ୍ନାଥ’ ସନାତନ ଧର୍ମର ପ୍ରତିଟି ବ୍ୟକ୍ତିଙ୍କୁ ଆଘାତ ଓ ବ୍ୟଥିତ କରିଛି।

  16. 16.ପୁଣେ ଦୁର୍ଘଟଣା ମାମଲାରେ ଜଣେ ନାବାଳକ କାର୍ ଚଳାଇବା ସମୟରେ ୨ ଜଣଙ୍କୁ ଧକ୍କା କରିଦେଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । କାର୍ ଚଳାଉଥିବା ନାବାଳକଙ୍କ ବୟସ ୧୭ ବର୍ଷ ୮ ମାସ । ଏହି ମାମଲାରେ ଏବେ ତାଙ୍କ ପିତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତାଙ୍କ ପିତାଙ୍କୁ ଗିରଫ କରାଯାଇଛି ।

  17. 17.ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ୧୦ ମାସ ପରେ ବ୍ରହ୍ମପୁର ଜେଲ୍‌ରୁ ବାହାରିଛନ୍ତି ସିପିଆଇ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ।

  18. 18.ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲଙ୍କୁ ଗିରଫ କରିଛି ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପ୍ରାପ୍ତ ଅନୁମତିଠାରୁ ଅଧିକ ଆଇରନ ଓର ଉତ୍ତୋଳନ ଅଭିଯୋଗରେ ତାଙ୍କୁ ଇଡି ଗିରଫ କରିଛି

  19. 19.ଆଇପିଏଲରେ ଇତିହାସ ରଚିଛନ୍ତି ଆରସିବିର ଷ୍ଟାର ବ୍ୟାଟର ବିରାଟ କୋହଲି। ସେ ଆଇପିଏଲ ପ୍ରଥମ ବ୍ୟାଟର ଭାବେ ୮ ହଜାର ରନର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି।

  20. 21.ଦାୟିତ୍ୱହୀନ ବ୍ୟାଟିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ପୁଣିଥରେ ଏଲିମିନେଟ୍‌ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.