• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ର ପ୍ରଥମ ୪ ମାସରେ ୨୪ ଟନ୍ ସୁନା କିଣିଛି। ରିଜର୍ଭ ବ୍ୟାଙ୍କ ୨୦୨୩ରେ କିଣିଥିବା ସମୁଦାୟ ସୁନା ତୁଳନାରେ ୨୦୨୪ ପ୍ରଥମ ୪ ମାସର ସୁନା କ୍ରୟ ଦେଢ଼ଗୁଣା ଅଧିକ।

  2. 2.ବିଶ୍ବର ଶ୍ରେଷ୍ଠ ୫ ଇସ୍ପାତ ଉତ୍ପାଦକଙ୍କ ମଧ୍ୟରେ ଭାରତ ଏପ୍ରିଲରେ ସର୍ବାଧିକ ଉତ୍ପାଦନ କରିଛି। ଅନ୍ୟପକ୍ଷରେ ଅନ୍ୟମାନଙ୍କର ୭% ଉତ୍ପାଦନ କମିଛି। ବିଶ୍ବର ସର୍ବବୃହତ୍‌ ଇସ୍ପାତ ଉତ୍ପାଦକ ଚୀନ୍‌ର ଉତ୍ପାଦନ ବାର୍ଷିକ ୭% (୮.୫୯ କୋଟି ଟନ୍‌) କମିଯାଇଛି।

  3. 3.ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏନ୍‌ଟିପିସିକୁ ଏଟିଡି ବେଷ୍ଟ ଆୱାର୍ଡ-୨୦୨୪ ସହ ବିଶ୍ୱସ୍ତରରେ ୩ୟ ସ୍ଥାନ ଅଧିକାର କରିଛି।

  4. 4.ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଗ୍ରୋସରି ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି ପ୍ଲାଟ୍‌ଫର୍ମ ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି

  5. 5.୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେସମେଣ୍ଟ ସିଜିନ୍ ସମାପ୍ତ ହୋଇଥିବାରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ର ୭,୦୦୦ ରୁ ଅଧିକ ବିଦ୍ୟାର୍ଥୀ ନିଯୁକ୍ତି ପାଇ ନାହାଁନ୍ତି।

  6. 6.ନିର୍ବାଚନ ସମୟରେ ପ୍ରତି ବୁଥ୍‌ର ମତଦାନ ତଥ୍ୟ ପ୍ରକାଶ କରିବା ଅନର୍ଥକାରୀ ହେବ। ଏକ ବିଶାଳ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଭିନ୍ନ ଭୌଗଳିକ ଓ ତୀବ୍ର ମୁକାବିଲାତ୍ମକ ସ୍ଥିତିରେ ମତଦାନ ହେଉଥିବା ବେଳେ ପ୍ରତି ବୁଥ୍‌ର ଭୋଟ୍ ତଥ୍ୟ ପ୍ରକାଶ କରିବାର କୌଣସି ଆଇନଗତ ଆବଶ୍ୟକତା ନାହିଁ।

  7. 7. ମୁମ୍ବାଇ ଡୋମ୍ବିଭିଲି ଠାରେ ଏକ ରସାୟନ କାରଖାନାରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ ୮ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି।

  8. 8.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ କାରଣ ଏହା ଏକ ଉଦାହରଣ ଭାବେ ରହିଯିବ ଏବଂ ବିଜେପି ଭବିଷ୍ୟତରେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ବି ଟାର୍ଗେଟ କରିବ ।

  9. 9. ମା ମେନକା ଗାନ୍ଧୀଙ୍କ ସମର୍ଥନରେ ଏକ ସଭାରେ ବରୁଣ ଗାନ୍ଧୀ କହିଛନ୍ତି କେବଳ ସୁଲତାନପୁରର ସାଂସଦଙ୍କୁ ଲୋକମାନେ ମାତା ଜୀ ନାମରେ ଡାକନ୍ତି। ମୁଁ କେବଳ ମୋ ମା ନୁହେଁ ସୁଲତାନପୁରର ମା’ଙ୍କ ସମର୍ଥନରେ ଆସିଛି।

  10. 10.ସାଇବର୍‌ ଅପରାଧ ଦେଶ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦିନକୁ ହାରାହାରି ଭାବେ ୭ ହଜାର ଅଭିଯୋଗ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହେଉଛି।

  11. 11.ସରକାରଙ୍କଠାରୁ ୧୮ ହଜାର କୋଟି ଟଙ୍କାରେ କିଣିବାର ଦୁଇ ବର୍ଷ ପରେ ଟାଟା ଗ୍ରୁପ୍‌ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦରମା ବଢ଼ାଇଛି। କର୍ମଚାରୀଙ୍କ ଦରମା ୫୦୦୦ ଟଙ୍କାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଛି।

  12. 12.ମୁମ୍ବାଇର ୧୬ ବର୍ଷୀୟା କାମ୍ୟା କାର୍ତ୍ତିକେୟନ ନେପାଳ ପଟରୁ ଏଭରେଷ୍ଟ ଆରୋହଣ କରିବାରେ ଭାରତର ସର୍ବକନିଷ୍ଠ ପର୍ବତାରୋହୀଭାବେ ମାନ୍ୟତାଲାଭ କରିଛନ୍ତି।

  13. 13.ଦୂରସଂଚାର ବିଭାଗ ପ୍ରାୟ ୬ ଲକ୍ଷ ୮୦ ହଜାର ନକଲି ଓ ବେଆଇନ ମୋବାଇଲ୍ ନମ୍ବର ବ୍ୟବହାର ହେଉଥିବା ଜାଣିବାକୁ ପାଇଛି। ଅବୈଧ, ଅନାବଶ୍ୟକ, ନକଲି ପରିଚୟ ପତ୍ର ଏବଂ ନକଲି କେୱାଇସି ଦସ୍ତାବିଜ ବ୍ୟବହାର କରି ଏହି ନମ୍ବର ମିଳିଥିବା ସନ୍ଦେହ କରାଯାଉଛି।

  14. 14.ମେ’ ୨୦ରେ ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୨.୨ ପ୍ରତିଶତ ମତଦାନ ହୋଇଥିଲା। ସେଥି ମଧ୍ୟରୁ ୬୧.୪୮% ପୁରୁଷ, ୬୩% ମହିଳା ଓ ୨୧.୯୬% ଅନ୍ୟ ବର୍ଗର ଭୋଟର ଅଛନ୍ତି।

  15. 15.ଛତିଶଗଡ଼ ଅନ୍ତର୍ଗତ ବିଜାପୁର ଜିଲା ନାରାୟଣପୁର ସୀମାରେ ସୁରକ୍ଷାକର୍ମୀ ତଥା ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

  16. ଲଘୁଚାପ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର-ପୂର୍ବ ଦିଗରେ ଗତିପଥ ବଜାୟ ରଖି ୨୪ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପନେବା ସମ୍ଭାବନା ରହିଛି।

  17. 17.ଲଘୁଚାପ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର-ପୂର୍ବ ଦିଗରେ ଗତିପଥ ବଜାୟ ରଖି ୨୪ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପନେବା ସମ୍ଭାବନା ରହିଛି।

  18. 18.ମୋଟା ଅଙ୍କର ଦରମା ଆଶାରେ କମ୍ବୋଡ଼ିଆ ଯାଇ ଫସିଥିବା ୬୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। କମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ସହଯୋଗରେ ସେମାନେ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଛନ୍ତି।

  19. 19.ରାଜ୍ୟର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭାର ୯୪ଲକ୍ଷ ୪୮ହଜାର ୫୫୩ଜଣ ଭୋଟର ମୋଟ ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

  20. ୨୦.ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମଳିଛି। ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.