• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଜି ଶନିବାର ଷଷ୍ଠ ପର୍ଯ୍ୟାୟରେ ୫୮ ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଅବଶିଷ୍ଟ ୫୭ ଆସନ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଜୁନ୍‌ ୧ରେ ହେବ। ସମସ୍ତ ୭ଟିଯାକ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି ଆସନ୍ତା ୪ରେ କରାଯିବ।

  2. 2.ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୬ଟି  ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ହେଉଛି ।

  3. 3.ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ।

  4. 4.କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ଏମପି ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ଏମପି ରେଭାନ୍ନାଙ୍କୁ ନୋଟିସ ପଠାଯାଇଛି।

  5. 5.ଚଳିତବର୍ଷ ମାର୍ଚ୍ଚରେ ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖ୍ବା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣ ଘଟି ୫ ଜଣ ଚୀନ୍‌ ନାଗରିକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨.୫୮ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୧.୪ କୋଟି ଟଙ୍କା) ପ୍ରଦାନ କରାଯିବ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି।

  6. 6.ଚଳିତ ଲୋକସଭା ନିର୍ବାଚନରେ ପ୍ରତି ପର୍ଯ୍ୟାୟ ମତଦାନ ପରେ ନିଜ ଅଫିସିଆଲ୍ ୱେବସାଇଟରେ ମତଦାନର ପ୍ରାମାଣିକ ରେକର୍ଡ ପ୍ରକାଶ କରିବାକୁ ନିର୍ବାଚନ ଆୟୋଗକୁ କୌଣସି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

  7. 7.୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ର ଚିଦାନନ୍ଦ ନାୟକ ଓ ତାଙ୍କ ଦଳକୁ ସଫଳତା ମିଳିଛି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ରକୁ ମିଳିଛି ସମ୍ମାନଜନକ ‘ଲା ସିନେଫ୍’ ପୁରସ୍କାର।

  8. 8.କର୍ଣ୍ଣାଟକରେ। ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୭ ପ୍ରତିଶତ ନମ୍ବର ରଖିଥିବା ପ୍ରଭୁ ଲକ୍ଷ୍ମୀକାନ୍ତ ଲୋକାରେ ନାମକ ଜଣେ ୨୩ ବର୍ଷୀୟ ପିଅନ ପଢ଼ି ପାରୁ ନାହାନ୍ତି କି ଲେଖିପାରୁ ନାହାନ୍ତି। ଏହା ଜଣାପଡିବା ପରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।

  9. 9.ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଦ୍ୱାରା ଦାଏର ମାନହାନି ମାମଲାରେ ଦିଲ୍ଲୀର ଏକ ଅଦାଲତ ସାମାଜିକ କର୍ମୀ ତଥା ନର୍ମଦା ବଞ୍ଚାଓ ଆନ୍ଦୋଳନ ନେତ୍ରୀ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

  10. 10.ପଞ୍ଜାବର ଫରିଦାବାଦ‌ରେ ଏକା ପରିବାର ସୁଧ ଆଣି ଟଙ୍କା ସୁଝିପ‌ାରିଲେନି । ସୁଧ ଦେଇଥିବା ଲୋକେ ଟଙ୍କା ମାଗିବାରୁ ଏକା ସାଙ୍ଗରେ ହାତର ଶିରା କାଟିଲେ ପରିବାରର ୬ଜଣ ସଦସ୍ୟ। ଏହି ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୫ଜଣଙ୍କ ଚିକିତ୍ସା ଚାଲିଛି।

  11. 11.ଅଭିନେତ୍ରୀ ଲୈଲା ଖାନ ଓ ତାଙ୍କ ପରିବାରର ହତ୍ୟାକାରୀ ସାବତ ବାପାକୁ ମିଳିଲା ଫାଶୀ ଦଣ୍ଡ। ୨୦୧୧ରେ ଘଟଣା ଘଟିଥିବା ବେଳେ ଆଜି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ହତ୍ୟାକାରୀ ସାବତ ପିତା ପରଭେଜ ଟାକଙ୍କୁ କୋର୍ଟ ଫାଶୀ ଦଣ୍ଡ ଦେଇଛନ୍ତି।

  12. 12.୨୬୩ କୋଟି ଟଙ୍କାର ଆୟକର ଠକେଇ ମାମଲାରେ ‌ଜଣେ ଆଇପିଏସ୍‌ ଅଧିକାରୀଙ୍କ ସ୍ବାମୀ ତଥା ବ୍ୟବସାୟୀ ପୁରୁଷୋତ୍ତମ ଚୌହାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।

  13. 13.କ୍ଷତି‌ରେ ଚାଲୁଥିବା ଡିଜିଟାଲ୍ ପେମେଣ୍ଟ୍ କମ୍ପାନି ପେଟିଏମ୍ ଏହାର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। କମ୍ପାନିରେ ୩୨,୭୯୮ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫-୬ ହଜାର କର୍ମଚାରୀଙ୍କୁ କମ୍ପାନି ଛଟେଇ କରିବା ଆଶଙ୍କା ରହିଛି।

  14. 14.ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସକାଳେ ଅବପାତରେ ପରିଣତ ହେବା ସହ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି।

  15. 15.କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୧୪ ଓ ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ସିରିଜ (ସିଏସ୭) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ତ୍ରିମୁକୁଟ ହାସଲ କରିଛନ୍ତି। ସେ ୧୪ ଓ ୧୬ ବର୍ଷରୁ କମ୍‌ ସିଙ୍ଗଲ୍ସ ଏବଂ ୧୬ ବର୍ଷରୁ କମ୍‌ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.