• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଚେକ୍‌ ରିପବ୍ଲିକ୍‌ର ବୋହେମିୟନ ଅଞ୍ଚଳରେ କୁଟନା ହୋରା ସହରରେ ଚାଲୁଥିବା ଜଣେ ମହିଳାଙ୍କୁ ୨୧୫୦ରୁ ଅଧିକ ରୂପା ମୁଦ୍ରା ମିଳିଛି। ଚେକ୍ ଏକାଡେମୀ ଅଫ୍ ସାଇନ୍ସେଜ୍‌ର ପ୍ରତ୍ନତତ୍ତ୍ୱ ପ୍ରତିଷ୍ଠାନ ଏକ ବିଜ୍ଞପ୍ତି ଜାରି କରି ଏହାକୁ ଦଶନ୍ଧିର ଆବିଷ୍କାର ବୋଲି କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୂପା ମୁଦ୍ରା ୧୦୮୫ ରୁ ୧୧୦୭ ମଧ୍ୟରେ ମଧ୍ୟଯୁଗରେ ମୁଦ୍ରିତ ହୋଇଥିଲା।

  2. 2.ଆସନ୍ତା ଜୁନ ୩ ତାରିଖରେ ଦେଖିବାକୁ ମିଳିବ ଏକ ବିରଳ ମହାଜାଗତିକ ଦୃଶ୍ୟ। ଏହି ଦିନ ଆମ ସୌରମଣ୍ଡଳରେ ଗୋଟିଏ ସରଳରେଖାରେ ୬ଟି ଗ୍ରହଙ୍କୁ ଦେଖିବାକୁ ମିଳିବ। ଏହାକୁ ‘ପରେଡ୍‌‌ ଅଫ ପ୍ଲାନେଟ୍‌‌ସ’ ବୋଲି କୁହାଯାଏ।

  3. 3.ରାଫା ସହର ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ରେ ଏକ ବିସ୍ଥାପିତ ଶିବିର ଛାରଖାର ହୋଇଯାଇଥିଲା। ଏଥିରେ ମହିଳା ଓ ଶିଶୁଙ୍କ ସମେତ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ ଆହତ ହୋଇଥିଲେ। ଏହି ଘଟଣାରେ ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ଫ୍ରାନ୍ସ, ସାଉଦି ଆରବ, ୟୁଏଇ ଆଦି ଅନେକ ରାଷ୍ଟ୍ର ତୀବ୍ର ସମାଲୋଚନା କରିଥିଲେ।

  4. 4.ଜୁନ୍‌ ୧ ଭୋଟଗ୍ରହଣ ପାଇଁ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି,୧୦୦ ମିଟର ମଧ୍ୟରେ ଫୋନ୍‌ ବ୍ୟବହାର ନିଷେଧ

  5. 5.୨୦୨୦ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଛାତ୍ର ନେତା ଶାର୍ଜିଲ ଇମାମଙ୍କୁ ଆଇନଗତ ଜାମିନ ପ୍ରଦାନ କରିଛନ୍ତି। ଦେଶଦ୍ରୋହ ତଥା ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଏବେ ତାଙ୍କୁ ଅନ୍ୟ ମାମଲାରେ ଜେଲରେ ରହିବାକୁ ପଡ଼ିବ।

  6. 6.ଭଗୱନ୍ତ ମାନ୍‌ଙ୍କ ନେତୃତ୍ବାଧୀନ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଜି ହିନ୍ଦୀ ନ୍ୟୁଜ୍ ଚାନେଲକୁ ରାଜ୍ୟରେ ନିଷିଦ୍ଧ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପଞ୍ଜାବରେ ଜି ନ୍ୟୁଜ୍‌ ଚାନେଲକୁ ପ୍ରସାରଣ କରାଯାଇପାରିବ ନାହିଁ।

  7. 7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ସାଧାରଣ ସଭାରେ ବିରୋଧୀ ଇଣ୍ଡିଆ ମେଣ୍ଟ ସହଯୋଗୀ ଦଳ ଉପରେ କଡା ଆକ୍ରମଣ କରି କହିଛନ୍ତି ଯେ ଜୁନ୍ ୪ ପରେ ଆସନ୍ତା ୬ ମାସ ମଧ୍ୟରେ ଦେଶରେ ଏକ ବଡ଼ ରାଜନୈତିକ ଭୂକମ୍ପ ହେବାକୁ ଯାଉଛି।

  8. 8.ନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନକୁ ଟେଲିଭିଜନରେ ପ୍ରସାରଣ କରାଗଲେ ଏ ବାବଦରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବେ ବୋଲି ମମତା କହିଛନ୍ତି।

  9. 9.ରେସ୍‌ଲିଂ ଫେଡେରେଶନ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପୁଅ କରଣ ସିଂହଙ୍କ କାର୍‌ମାଳାର ଏକ କାର୍‌ ଧକ୍କାରେ ଦୁଇଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି।

  10. 10.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ତାଙ୍କର ଅନ୍ତରୀଣ ଜାମିନ ଅବଧିକୁ ଏକ ସପ୍ତାହ ବୃଦ୍ଧି କରିବା ପାଇଁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି‌ଦେଇଛନ୍ତି।

  11. 11.ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗିଛି | ପାଣିପାଗ ବିଭାଗର ସୂଚନା ମୁତାବକ ଦିଲ୍ଲୀର ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି | ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ମଙ୍ଗେଶପୁରରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

  12. 12.ଭଉଁରୀ ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। ବାଣ ବିସ୍ଫୋରଣ ହେବାରୁ ନିଆଁ ପଡ଼ି ୩୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି।

  13. 13.ଚେକ୍‌ ରିପବ୍ଲିକ୍‌ର ବୋହେମିୟନ ଅଞ୍ଚଳରେ କୁଟନା ହୋରା ସହରରେ ଚାଲୁଥିବା ଜଣେ ମହିଳାଙ୍କୁ ୨୧୫୦ରୁ ଅଧିକ ରୂପା ମୁଦ୍ରା ମିଳିଛି। ଚେକ୍ ଏକାଡେମୀ ଅଫ୍ ସାଇନ୍ସେଜ୍‌ର ପ୍ରତ୍ନତତ୍ତ୍ୱ ପ୍ରତିଷ୍ଠାନ ଏକ ବିଜ୍ଞପ୍ତି ଜାରି କରି ଏହାକୁ ଦଶନ୍ଧିର ଆବିଷ୍କାର ବୋଲି କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୂପା ମୁଦ୍ରା ୧୦୮୫ ରୁ ୧୧୦୭ ମଧ୍ୟରେ ମଧ୍ୟଯୁଗରେ ମୁଦ୍ରିତ ହୋଇଥିଲା।

  14. 14.ବିବାହ ଋତୁ ଲାଗି କିଣାକିଣି ଚାଲିଥିବା ବେଳେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୬୭ ହଜାର ଟଙ୍କାରୁ ଅଧିକ ହୋଇଛି। ବୁଧବାର ୨୨ କ୍ୟାରେଟ୍‌ ସୁନା ଦର ୨୫୦ ଟଙ୍କା ବୃଦ୍ଧି ପାଇ ୬୭,୧୦୦ ଟଙ୍କା ହୋଇଛି।

  15. 15.ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ବିଶ୍ବ ଚେସ୍‌ ପ୍ରତିଯୋଗିତା ମୁକାବିଲାରେ ଭାରତର ଯୁବ ତାରକା ଡି‌ ଗୁକେଶ ଏବଂ ବିଜେତା ଚୀନ୍‌ର ଡିଙ୍ଗ ଲିରେନ୍‌ ମୁହାଁମୁହିଁ ହେବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.