• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ମହାକାଶ ଅଭିଯାନ ପାଇଁ ଐତିହାସିକ ମୁହୂର୍ତ୍ତ:ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଘରୋଇ ଷ୍ଟ୍ରାଟଅପ୍’ କମ୍ପାନୀ ଜରିଆରେ ସେମି କ୍ରାୟୋଜେନିକ୍ ରକେଟ୍ ଅଗ୍ନିବାଣର ସଫଳ ପରୀକ୍ଷଣ ହୋଇଛି ।

  2. 2.ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୭)ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର (ମେ ୩୧, ୨୦୨୪), ସେ ହସ ମନି ଟ୍ରାଏଲ ସହ ଜଡିତ ସମସ୍ତ ୩୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

  3. 3.୨୦୨୪ ‌ଲୋକସଭା‌ ନିର୍ବାଚନ ଲଢ଼ୁଥିବା ମୋଟ୍‌ ୮,୩୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୮୩୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏଡିଆର (ଆସୋସିଏସନ୍‌ ଫର ଡିମୋକ୍ରାଟିକ ରିଫର୍ମ‌୍ସ) କହିଛି ଯେ ପୁନଃ ନିର୍ବାଚନ ଲଢ଼ୁଥିବା ୩୨୪ ପ୍ରାର୍ଥୀଙ୍କ ସମ୍ପତ୍ତି ୪୩ ପ୍ରତିଶତ ବୃଦ୍ଧି ପାଇଛି।

  4. 4.ପ୍ରଜ୍ବଳ ରେବନ୍ନା ୩୫ ଦିନ ପ‌ରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିବା ଜଣାଯାଇଛି।

  5. 5.ଆମେରିକାର ଟାଇମ ମାଗାଜିନ ୨୦୨୪ର ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକାର  ଶ୍ରେଷ୍ଠ ୧୦୦ପ୍ରଭାବଶାଳୀ କମ୍ପାନୀରେ ପରିଣତ ହୋଇଥିବା ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ।

  6. 6.ଋଷି ସୁନକ୍,୬ ମାସ ପୂର୍ବରୁ ବ୍ରିଟିଶ ପାର୍ଲାମେଣ୍ଟ ଭଙ୍ଗ କଲେ ଜୁଲାଇ ୪ରେ ନିର୍ବାଚନ  ହେବ ।

  7. 7.ଜମ୍ମୁକାଶ୍ମୀର:ଭଗବାନଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ୧୫୦ଫୁଟ ତଳକୁ ବସ, ଖସି ପଡ଼ିଲା ଫଳରେ ୨୨ଜଣ ତୀର୍ଥଯାତ୍ରୀ ମୃତ।

  8. 8.୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ୩୦୦ ପ୍ରତିଶତ ବୃଦ୍ଧି ପାଇ ୩୬,୦୭୫ରେ ପହଞ୍ଚିଛି। ୨୦୨୨-୨୩ରେ ଦେଶରେ ୯୦୪୬ଟି ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଥିଲା।

  9. 9.ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ ମୁଦ୍ରାରେ ବସିଲେ ପିଏମ୍ ମୋଦୀ, ଆଗାମୀ ୪୫ ଘଣ୍ଟା ଯାଏ ଅନ୍ନ ତ୍ୟାଗ କରିବେ ।

  10. 10.ପୋଲିସ ସୁରକ୍ଷାରେ ବିବାହ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏକ ହିନ୍ଦୁ-ମୁସ୍‌ଲିମ୍‌ ଯୋଡ଼ିଙ୍କ ଆବେଦନକୁ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁସଲମାନ ଆଇନରେ ଏଭଳି ବିବାହ ଅବୈଧ।

  11. 11.ପ୍ରଫେସର ଶ୍ୟାମ ସୁନ୍ଦର ଦାସ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତି ପାଇଛନ୍ତି ।

  12. 12.ସୁନ୍ଦରଗଡ଼ରେ ଦିନକରେ ଗତକାଲି ୧୪ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଆରଜିଏଚରେ ୧୦ ଏବଂ ସଦର ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ନେଇ ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା।

  13. 13.ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ଗୁରୁବାର ୬୧୭ ପଏଣ୍ଟ ହ୍ରାସ ଘଟିଛି। ଏହା ୭୩,୮୮୫ ପଏଣ୍ଟରେ ବନ୍ଦ ହୋଇଛି। ଏକ ସମୟରେ ସେନ୍‌ସେକ୍ସ ୮୦୦ ପଏଣ୍ଟ ହରାଇଥିଲା।

  14. 14.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଉପକୂଳ ଏବଂ ଉତ୍ତର-ପୂର୍ବର କିଛି ଅଂଶରେ ପ୍ରବେଶ କରିଛି । ଏଥର ମୌସୁମୀ ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ପହଞ୍ଚିଯାଇଛି ଏବଂ ଏହାର ଚାରି ମାସର ଯାତ୍ରା ଆରମ୍ଭ କରିଛି ।

  15. 15.ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର,ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ,  ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.