• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବର୍ତ୍ତମାନ ଭାରତର ପ୍ରମୁଖ ୧୫୦ଟି ଜଳଭଣ୍ଡାରର ଜଳ ମୋଟ ଧାରଣ କ୍ଷମତାର ୨୩%କୁ ଖସିଆସିଛି। ଅର୍ଥାତ୍‌ ଗତବର୍ଷ ଗ୍ରୀଷ୍ମଋତୁରେ ଏହି ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ଯେତିକି ଥିଲା, ଚଳିତ ଗ୍ରୀଷ୍ମରେ ସେଥିରେ ୭୭% ହ୍ରାସ ଦେଖିବାକୁ ମିଳିଛି।

  2. 2.କେନ୍ଦୁଝରରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ଘଟିଛି।

  3. 3.ସରକାରୀ ତୈଳ କମ୍ପାନୀଗୁଡିକ ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୭୦ଟଙ୍କା ହ୍ରାସ କରାଯାଇଛି। ଅବଶ୍ୟ, ଏହି ରିହାତିର ଲାଭ କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ଉପଲବ୍ଧ ହେବ। ଏଥର ମଧ୍ୟ ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

  4. 4.ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ର‌ଦେଶ ଏବଂ ପଶ୍ଚିମବଙ୍ଗରେ ୫୭ ଲୋକସଭା ଆସନ ସହ ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି।

  5. 5.ହିମାଚଳର ସ୍ପିତି ଉପତ୍ୟକାରେ ୧୫,୨୫୬ ଫୁଟ ଉଚ୍ଚତାରେ ଅବସ୍ଥିତ ତାସିଗାଙ୍ଗରେ ଥିବା ବିଶ୍ୱର ସର୍ବୋଚ୍ଚ ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ତାସିଗାଙ୍ଗରେ ମୋଟ ୬୨ ଜଣ ଭୋଟର ଅଛନ୍ତି, ଯେଉଁଥିରେ ୩୭ ଜଣ ପୁରୁଷ ଓ ୨୫ ଜଣ ମହିଳା ଅଛନ୍ତି।

  6. 6.ନିର୍ବାଚନ ଋତୁ ଶେଷ ହେବାକୁ ଯାଉଥିବା ବେଳେ ଜବତ ହୋଇଥିବା ଗହଣା ଓ ଟଙ୍କା ପରିମାଣ ୧୧୦୦ କୋଟି ଟଙ୍କାରୁ ଅଧିକ।

  7. 7.କେରଳର କନ୍ନୁର ବିମାନବନ୍ଦରରେ ସୁନା ଚୋରା ଚାଲାଣ କରି ମଳଦ୍ୱାରରେ ଲୁଚାଇ ରଖିଥିବା ଅଭିଯୋଗରେ ଜଣେ ଏୟାର୍ ହୋଷ୍ଟେସଙ୍କୁ ଗିରଫ କରାଯାଇଛି। ସୁରଭି ଖାତୁନ ନାମକ ମହିଳା ଜଣକ ତାଙ୍କ ମଳଦ୍ୱାରରେ ପ୍ରାୟ ୯୬୦ ଗ୍ରାମ ସୁନା ଲୁଚାଇ ରଖିଥିବା ଦେଖିବାକୁ ମିଳିଥିଲା।

  8. 8.୫୨.୯ ଡିଗ୍ରି ସେଲସିୟସ୍ ତାପମାତ୍ରା ସହ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ପରେ ଏବେ ନାଗପୁର ମଧ୍ୟ ସାଂଘାତିକ ତାପମାତ୍ରା କବଳରେ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ସହରର ତାପମାତ୍ରା ୫୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

  9. 9.ଜୁନ୍ ପହିଲାରେ ନିର୍ବାଚନ ପରେ ବିଭିନ୍ନ ଟିଭି ଚ୍ୟାନେଲ  ବୁଥବାହୁଡ଼ା  ମତାମତ ସର୍ଭେକ୍ଷଣ ବା ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ କରିବେ । ତେବେ ଏହି କାର୍ଯ୍ୟକ୍ରମ ବେଳେ ଅନୁଷ୍ଠିତ ରାଜନୈତିକ ପ୍ୟାନେଲ ଆଲୋଚନା ପାଇଁ କଂଗ୍ରେସ ନିଜର ମୁଖପାତ୍ରମାନଙ୍କୁ ପଠାଇବ ନାହିଁ।

  10. 10.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି, ସେ ଆସନ୍ତା ଜୁନ୍‌ ୨ ତାରିଖରେ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ମଣ କରିବେ। କେଜ୍ରିୱାଲ କହିଛନ୍ତି।

  11. 11.ଆର୍ଥିକ ବର୍ଷ ୨୦୨୩-୨୪‌ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୮.୨ ପ୍ରତିଶତ ରହିବ ବୋଲି କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ‌ରେ ଆକଳନ କରାଯାଇଛି।

  12. 12.ଦୀର୍ଘବର୍ଷର ବ୍ୟବଧାନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଦେଶରୁ ଭାରତକୁ ୧୦୦ ଟନ୍‌ରୁ ଅଧିକ ସୁନା ଆଣିଛି। କେବଳ ସେତିକି ନୁହେଁ ଆଗାମୀ ଦିନରେ ଆହୁରି ୧୦୦ ଟନ୍‌ ସୁନା ମଧ୍ୟ ଭାରତକୁ ଆସିବା ଯୋଜନା ରହିଛି।

  13. 13.ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଞ୍ଚଳରେ ସ୍ଥାପନ ହେବାକୁ ଥିବା କୋଇଲାରୁ ଆମୋନିଅମ୍ ନାଇଟ୍ରେଟ୍‌ ପ୍ରକଳ୍ପ ଲାଗି ଏଲ୍‌ଏସ୍‌ଟିକେ-୨ କଣ୍ଟ୍ରାକ୍ଟର ଚୟନ କରିବା ନିମନ୍ତେ ଭାରତ କୋଲ୍‌ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ୍‌ (ବିସିଜିସିଏଲ୍‌) ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି।

  14. 14.ମାସେ କାଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁର୍‌ସତ୍‌ ପାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ସେ ବହି କିଣିବାକୁ ମାଷ୍ଟରକ୍ୟାଣ୍ଟିନସ୍ଥିତ ମଡର୍ନ ବୁକ୍‌ ଡିପୋରେ ପହଞ୍ଚିଥିଲେ ।

  15. 15.ଶେୟାର ବଜାରରେ କ୍ରମାଗତ ୫ଦିନ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍‌ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୨୦ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୪୧୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ।

  16. 16.ଦେଶର ପ୍ରମୁଖ ବୈଷୟିକ ପ୍ଲାଟଫର୍ମ ‘ଟ୍ରୁକଲର’ର ଉପଭୋକ୍ତାଙ୍କ ସଂଖ୍ୟା ୪୦୦ ନିୟୁତ ଅତିକ୍ରମ କରିଛି।

  17. 17.ଚାଇନା ଗତ କିଛି ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଠ ଅଗ୍ରଗତି କରିଛି। ବାଣିଜ୍ୟ କ୍ଷେତରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ଚାଇନା ଆତ୍ମନିର୍ଭର ହେବା ସହିତ ଆମେରିକା ପରି ମହାଶକ୍ତିକୁ ଟକ୍କର ଦେଉଛି। ଏହାରି ମଧ୍ୟରେ ଚାଇନାର ବିଶାଳ ଗୁଇନ୍ଦା ଶକ୍ତି ଦେଖି ବ୍ରିଟେନ ଚିନ୍ତା ପ୍ରକାଶ କରିଛି।

  18. 18.ଉତ୍ତର ପ୍ରଦେଶର ନିର୍ବାଚନ କାର୍ଯ୍ୟରେ ଲାଗିଥିବା ୧୧ ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି ।

  19. 19.ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଖାରଜ କରିଛନ୍ତି।

  20. 20.ଭାରତର ସୂର୍ଯ୍ୟକୁମାର ଯାଦବ କ୍ରମାଗତ ୨ୟ ବର୍ଷ ଲାଗି ‘ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି୨୦ କ୍ରିକେଟର’ ପୁରସ୍କାର ପାଇଛନ୍ତି। ଟି୨୦ କ୍ରିକେଟ୍‌ରେ ତାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସୂର୍ଯ୍ୟଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.