• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅରୁଣାଚଳ ପ୍ରଦେଶରେ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିଛି ଏବଂ ରାଜ୍ୟର ୬୦ ବିଧାନସଭା ଆସନରୁ ୪୬ଟି ଆସନ ହାସଲ କରି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।

  2. ଚଳିତ ବର୍ଷ ମେ’ ମାସରେ ରାଜ୍ୟରେ ୫୦୨୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି। ଏହା ୨୦୨୩ ମେରେ ହୋଇଥିବା ୪୩୯୮ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୧୪ ପ୍ରତିଶତ ଅଧିକ।

  3. ଏକ୍ସପ୍ରେସୱେ ବ୍ୟବହାର କରୁଥିବା ମୋଟର ଚାଳକମାନଙ୍କୁ ସୋମବାର ଠାରୁ ଅଧିକ ଟୋଲ ଫି ଦେବାକୁ ପଡିବ କାରଣ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) ଦେଶରେ ଟୋଲ ଫିରେ ହାରାହାରି ୫ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

  4. ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୮.୨ ପ୍ରତିଶତ ଭଳି ଉଚ୍ଚ ହାରରେ ଆଗକୁ ବଢ଼ିଥିବା ବେଳେ ଖୁଚୁରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟକୁ ଆସୁଥିବାରୁ ଏଥର ରିଜର୍ଭ ବ୍ୟାଙ୍କ ଖୁସି ଖବର ଦେଇପାରେ ବୋଲି ଆଶା କରାଯାଉଛି।

  5. ନିର୍ବାଚନ ଶେଷ ହେବା ପରେ ଫଳାଫଳ ନଆସୁଣୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ପଡିଛି। ଦୁଇ ଟଙ୍କା ବୃଦ୍ଧି ହୋଇଛି ଅମୁଲ କ୍ଷୀର ଦର।

  6. ଅନ୍ତରୀଣ ଜାମିନ ମିଆଦ ଶେଷ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ରବିବାର ଅପରାହ୍ଣରେ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ତାଙ୍କୁ ଜୁନ ୫ ପର୍ଯ୍ୟନ୍ତ ହାଜତରେ ରହିବାକୁ ନିର୍ଦେଶ ଦିଆଯାଇଛି।

  7. ମେ’ ମାସରେ ୟୁନାଇଟେଡ ପେମେ‌ଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) କାରବାର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଉକ୍ତ ମାସରେ ୧୪.୦୪ ବିଲିଅନ ସଂଖ୍ୟକ କାରବାର ହୋଇଛି। ଏହା ମାଧ୍ୟମରେ ୨୦.୪୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି।

  8. ଭାରତରେ ଟାଟୁ ଇଣ୍ଡଷ୍ଟ୍ରିରେ ପ୍ରତିବର୍ଷ ୨୦ ହଜାର କୋଟିରୁ ଅଧିକ ଆୟ ହୋଇଥାଏ ବୋଲି ଆକଳନ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନଙ୍କ ଶରୀରରେ ଟାଟୁ ଥାଏ ସେମାନଙ୍କୁ କର୍କଟ ରୋଗ ହେବାର ଆଶଙ୍କା ୨୧ ପ୍ରତିଶତ ଅଧିକ ରହିଥାଏ।

  9. ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଗତକାଲି ଭୋଟ୍‌ ଶେଷ ହେବା ପରଠାରୁ ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଲାଗି ରହିଛି । ଗତକାଲି ସନ୍ଧ୍ୟାରେ ଜଣେ ୩୫ ବର୍ଷୀୟ ବିଜେପି କର୍ମୀଙ୍କୁ ଅଜ୍ଞାତ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି।

  10. ଆଇସିସି ମ୍ୟାନ୍ସ ଟି୨୦ ବିଶ୍ବକପ ୨୦୨୪ର ଆରମ୍ଭ ହୋଇଯାଇଛି। ଚଳିତଥର ଟି୨୦ ବିଶ୍ବକପ ୱେଷ୍ଟଇଣ୍ଡିଜ ଓ ୟୁଏସଏରେ ଖେଳାଯିବ। ଏହି କ୍ରମରେ ଟି୨୦ ବିଶ୍ବକପରେ ଭାରତୀୟ ଦଳ ଉପରେ ସମସ୍ତଙ୍କ ଧ୍ୟାନ ରହିଛି।

  11. ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତ ପରେ ଏବେ ସେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇରାନର ସମ୍ବିଧାନ ଅନୁଯାୟୀ, ବର୍ତ୍ତମାନର ରାଷ୍ଟ୍ରପତିଙ୍କ ମୃତ୍ୟୁର ୫୦ ଦିନ ମଧ୍ୟରେ ନିର୍ବାଚନ ହେବା ଜରୁରୀ।

  12. ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ମହମ୍ମଦ ଅଲି ଖାନଙ୍କୁ କୋଲହାପୁର ଜେଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସର ସୂଚନାନୁସାରେ, ଜେଲରେ ନ୍ୟାୟିକ ହେପାଜତରେ ଥିବା ପାଞ୍ଚଜଣ ଅଭିଯୁକ୍ତ ରବିବାର ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।

  13. ଜୁନ୍‌ ୧ ତାରିଖ ରାତିରେ ଜଣାଶୁଣା ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଭିଡ଼ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନାନୁସାରେ, ଗତରାତିରେ ବାନ୍ଦ୍ରାର କାର୍ଟର ରୋଡ୍‌ରେ ଏହି ଘଟଣା ଘଟିଥିଲା। ରବିନା ଯାଉଥିବା କାର୍‌ଟି ରିଜିଭି କଲେଜ୍‌ ନିକଟରେ କେତେକ ଲୋକଙ୍କୁ ଧକ୍କା ଦେଇଥିଲା।

  14. ଉତ୍ତର ଭାରତରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରିରେ ପହଞ୍ଚିଛି, ଯାହା କି ନିଜେ ଏକ ରେକର୍ଡ।

  15. ମାଳଦ୍ୱୀପ ପାଲେଷ୍ଟାଇନ ସମର୍ଥନରେ ଇସ୍ରାଏଲ ନାଗରିକ ଏବଂ ଇସ୍ରାଏଲ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ମାଳଦ୍ୱୀପ କ୍ୟାବିନେଟ ଏ ନେଇ ନିଷ୍ପତ୍ତି ନେଇଛି ।

  16. ମୁହାଁମୁହିଁ ଧକ୍କା ହୋଇଛନ୍ତି ୨ଟି ମାଲବାହୀ ଟ୍ରେନ। ପଞ୍ଜାବର ଫତେଗଡ଼଼ ସାହିବ ସରିହିନ୍ଦ ମାଧୋପୁର ନିକଟରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଟି ଟ୍ରେନରେ ଦୁଇ ଜଣ ଲୋକ ପାଇଲଟ୍‌‌ ଗୁରୁତର ଆହତ ହୋଇଛନ୍ତି।

  17. ପାଟଣା ହାଇକୋର୍ଟରେ ୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ଟ୍ରାନ୍ସଲେଟର ଏବଂ ଟ୍ରାନ୍ସଲେଟର କମ୍‌ ପ୍ରୁଫ୍‌ ରିଡର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ।

  18. ଦକ୍ଷିଣ ପର୍ତ୍ତୁଗାଲରେ ଏୟାର ଶୋ' ବେଳେ ଏହି ବିମାନ ଦୁର୍ଘଟଣା ଘଟିଛି। ବାୟୁସେନା ବିମାନର ଦୁଇଟି ବିମାନ ପରସ୍ପର ଧକ୍କା ହୋଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

  19. ଦକ୍ଷିଣ ପର୍ତ୍ତୁଗାଲରେ ଏୟାର ଶୋ' ବେଳେ ଏହି ବିମାନ ଦୁର୍ଘଟଣା ଘଟିଛି। ବାୟୁସେନା ବିମାନର ଦୁଇଟି ବିମାନ ପରସ୍ପର ଧକ୍କା ହୋଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

  20. ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ୍‌। ସକାଳୁ ସକାଳୁ ଦୁଇ ଦୁଇ ଥର ଅନୁଭୂତି ହେଲେ ଭୂମିକମ୍ପ ଝଟ୍‌କା। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.