• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ ‌ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ।

  2. 2.ରବିବାର ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି, ଯାହା ଜୁନ୍ ମାସରେ ସର୍ବାଧିକ ଦୈନିକ ବୃଷ୍ଟିପାତର ୧୩୩ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁସାରେ ରବିବାର ବେଙ୍ଗାଲୁରୁ ସହରରେ ୧୧୧.୧ ମିଲିମିଟର ବର୍ଷା ହୋଇଛି।

  3. 3.ଭାରତର ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ସମ୍ପର୍କରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ତଥ୍ୟ ଯୋଗାଇବା ମାମଲାରେ ବ୍ରହ୍ମୋସ ପରିଯୋଜନାର ପୂର୍ବତନ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲଙ୍କୁ ନାଗପୁର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  4. 4.ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜନବସତି ସ୍ଥାନରେ ଗତ ଶନିବାର ରାତିରେ ଏକ ଜଙ୍ଗଲୀ ହାତୀ ପଶି ଆସିଥିଲା। ଏହି ହାତୀଟି ପାଖାପାଖି ୨ଘଣ୍ଟା ହେବ ଝାଡ଼ଖଣ୍ଡର  ବିଧାନସଭା ପରିସରରେ ବୁଲୁଥିବା ଦେଖିବାକୁ ମିଳିଥିଲା।

  5. 5.ପ୍ରଯୁକ୍ତି ଦୁନିଆରେ ଛଟେଇର ଧାରା ୨୦୨୪ରେ ମଧ୍ୟ ଅବ୍ୟାହତ ରହିଛି। ଚଳିତ ବର୍ଷ ମେ’ ସୁଦ୍ଧା ସାରା ବିଶ୍ବରେ ୮୯,୦୦୦ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ଗୁଗ୍‌ଲ, ମାଇକ୍ରୋସଫ୍ଟ, ଟିକ୍‌ଟକ୍‌ ଓ ଟେସ୍‌ଲା ଭଳି କମ୍ପାନି ଛଟେଇ ଘୋଷଣା କରିଛନ୍ତି।

  6. 6.ରେକର୍ଡ ବୃଦ୍ଧି ସହ ଷ୍ଟକ ବଜାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି। ବିଏସ୍ଇ ସେନସେକ୍ସ ୨୫୦୭.୪୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୮.୭୮ରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ୭୩୩.୨୦ ପଏଣ୍ଟ ବୃଦ୍ଧି ପାଇ ୨୩,୨୬୩.୯୦ରେ ପହଞ୍ଚିଛି।

  7. 7.ଦେଶଦ୍ରୋହୀ ଯନ୍ତ୍ରୀଙ୍କୁ ଆଜୀବନ ସଜା ମିଳିଲା। ପାକିସ୍ତାନ ଆଇଏସଆଇ ପାଇଁ ଗୁପ୍ତଚରୀ ମାମଲାରେ ଯନ୍ତ୍ରୀଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ପୂର୍ବତନ ବ୍ରହ୍ମୋସ ଏରୋସ୍ପେସ ଯନ୍ତ୍ରୀ ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ ପ୍ରଦାନ କରାଯାଇଛି।

  8. 8.ପୁରୀରେ ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ଫୋରଣ ଘଟଣା ପରେ ନିର୍ବାଚନ ପରବର୍ତ୍ତୀ ଶୋଭାଯାତ୍ରା ଉପରେ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀରେ ଭୋଟ ଗଣତି ପରବର୍ତ୍ତି ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି।

  9. 9.ତାଜ ଏକ୍ସପ୍ରେସ ଟ୍ରେନର ୪ଟି ବଗିରେ ଭୟଙ୍କର ନିଆଁ ଲାଗିଥିଲା। ତୋଗଲକାବାଦ-ଓଖଲା ମଧ୍ୟରେ ତାଜ ଏକ୍ସପ୍ରେସରେ ଅଘଟଣ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିବା ଜଣାପଡ଼ିଥିବାବଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

  10. 10.ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

  11. 11.ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ଦଳକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ବୋଲର ଏବଂ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି।

  12. 12.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୦୦ ଟଙ୍କା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାସତ୍ତ୍ୱେ ପ୍ରାୟ ୭୭୫୫ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରସ୍ତ କରାଯାଇ ନାହିଁ।

  13. 13.ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି।

  14. 14.ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି।

  15. 15.ମୁଦ୍ରାସ୍ଫୀତିର ଆହ୍ବାନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଆଗାମୀ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍‌ ହ୍ରାସ ହେବା ଆଶା କ୍ଷୀଣ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.