• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ମୋଦୀ ୧,୫୨,୫୧୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଚଳିତ ଥର ମୋଦୀଙ୍କ ବିଜୟ ବ୍ୟବଧାନ କମ୍‌ ରହିଛି। ୨୦୧୯ରେ ମୋଦୀଙ୍କ ବିଜୟ ବ୍ୟବଧାନ ୪,୭୯,୫୦୫ ଥିଲା। ୨୦୧୪ରେ ମଧ୍ୟ ମୋଦୀଙ୍କ ବିଜୟ ବ୍ୟବଧାନ ୩,୭୧,୭୮୪ ଥିଲା।

  2. 2. ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ନିର୍ବାଚନରେ ନୋଟା (ନନ୍ ଅଫ୍ ଦ ଏବଭ୍)କୁ ୨,୦୨,୨୧୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଶଙ୍କର ଲାଲଵାନୀ ୧୧,୬୦,୬୨୭ ଖଣ୍ଡ ଭୋଟ୍ ପାଇଛନ୍ତି।

  3. 3. ଦୀର୍ଘ ୪୦ ବର୍ଷ ପ‌ରେ କଂଗ୍ରେସ ଉତ୍ତରପ୍ରଦେଶର ଆହ୍ଲାବାଦ ଆସନରେ ଜିତିଛି। କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ବଳ ରମଣ ସିଂହ ଆହ୍ଲାବାଦ ଆସନରେ ୫୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

  4. 4. ବିହାରର ନୀତୀଶ କୁମାର ଏବଂ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ନୂଆ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି।

  5. 5. ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭରୁ ଅର୍ଥାତ୍‌ ଏପ୍ରିଲରେ ଜିଏସ୍‌ଟି ଆଦାୟ ରାଶି ପ୍ରଥମ ଥର ପାଇଁ ୨ ଲକ୍ଷ କୋଟି ଟଙ୍କା ଟପିଛି। ୨୦୧୭ ଜୁଲାଇ ପହିଲାରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ଏଭଳି ସଫଳତା ପ୍ରଥମ ଥର ପାଇଁ ମିଳିଛି।

  6. 6.ଚଳିତ ବର୍ଷର ଲୋକସଭା ନିର୍ବାଚନ ଥିଲା ବିଶ୍ବର ସବୁଠୁ ବ୍ୟୟବହୁଳ ନିର୍ବାଚନ। ଏଥିରେ ପ୍ରାୟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି।

  7. 7. ୨୦୧୪ରେ ଦେଶର ମୁଣ୍ଡପିଛା ଆୟ ୫୦୦୦ ଡଲାର ପାଖାପାଖି ଥିଲା। ୨୦୨୨ ସୁଦ୍ଧା ତାହା ୪୦ ପ୍ରତିଶତ ବୃଦ୍ଧି ପାଇ ୭୦୦୦ ଡଲାରରୁ ଅଧିକ ହୋଇଛି।

  8. 8.ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ ଡ. ବ୍ୟୋମକେଶ ରାୟଙ୍କଠାରୁ ପରାଜିତ ହୋଇଛନ୍ତି। ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁସାରେ, ବିଜେଡି ପ୍ରାର୍ଥୀ ଡ. ବ୍ୟୋମକେଶ ୮୩୦୬୩ ଭୋଟ ପାଇଥିବା ବେଳେ ମନମୋହନ ୮୧ ୧୪୭ ଖଣ୍ଡ ଭୋଟ ପାଇଛନ୍ତି।

  9. 9. ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମ୍ୟାଜିକ୍‌ ଭାଜପାର ସବୁ ଆକଳନକୁ ଭୁଲ୍‌ ସାବ୍ୟସ୍ତ କରିଛି। ରାଜ୍ୟର ୪୨ ଲୋକ ସଭା ଆସନ ମଧ୍ୟରୁ ମମତାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୯ ଆସନ ଦଖଲ କରିଥିବାବେଳେ ଭାଜପା ୧୨ଟିରେ ସୀମିତ ରହିଯାଇଛି।

  10. 10. ମିଡିଆ ଟାଇକନ୍ ରୁପର୍ଟ ମର୍ଡକ ୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ତାଙ୍କର ୬୭ ବର୍ଷିୟା ଗର୍ଲଫ୍ରେଣ୍ଡଙ୍କୁ କାଲିଫର୍ନିଆର ଫାର୍ମହାଉସରେ ବିବାହ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଇୠଚ ର ଏକ ରିପୋର୍ଟ ଅନୁଯାୟୀ, ମର୍ଡକ ଅବସରପ୍ରାପ୍ତ ଜୀବବିଜ୍ଞାନୀ ଏଲିନା ଜୁକୋଭାଙ୍କୁ ବିବାହ କରିଛନ୍ତି।

  11. 11. ମହାରାଷ୍ଟ୍ରର ବିଡ୍‌ ଜିଲା ପାର୍ଲୀ ସ୍ଥିତ ରତ୍ନେଶ୍ୱର ବିଦ୍ୟାଳୟର କୃଷ୍ଣ ନାମଦେବ ମୁଣ୍ଡେ ନାମକ ଜଣେ ଛାତ୍ର ଏକାଦଶତମ ପ୍ରୟାସରେ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି।

  12. 12. ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ବୁଡ଼ି ଯାଇଛି। ୩୧ ଲକ୍ଷ କୋଟି ଟଙ୍କା । ଦେଶରେ କାହାର ସରକାର ହେବ, କିଏ ନିର୍ବାଚନ ଜିତିବ ସେ ଦ଼୍ବନ୍ଦ ଭିତରେ ସେୟାର ମାର୍କେଟ କ୍ରାସ କରିଯିବାରୁ ନିବେଶକଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି।

  13. 13. ଆମେଠିରୁ କଂଗ୍ରେସର କିଶୋରୀ ଲାଲ୍ ଶର୍ମା ବିଜେପିର ସ୍ମୃତି ଇରାନୀଙ୍କୁ ୧୬୭୧୯୬ ଭୋଟରେ ହରାଇଛନ୍ତି ।

  14. 14. ମହାରାଷ୍ଟ୍ରର ନାଶିକ୍ ଜିଲାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏହାର ୨ଜଣ ପାଇଲଟ ବାହାରକୁ ଚାଲି ଆସିଥିଲେ।

  15. 15. କନ୍ଧମାଳ ଲୋକସଭା ନିର୍ବାଚନରେ  ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସର୍ବାଧିକ ୪ ଲକ୍ଷ ୧୬ ହଜାର ୪୧୫ ଟି ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ତଥା ଅଚ୍ୟୁତ ସାମନ୍ତ ୩ ଲକ୍ଷ ୯୫ ହଜାର ୪୪ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୨୧ ହଜାର ୩୭୧ ଟି ଅଧିକ ଭୋଟ ପାଇ କନ୍ଧମାଳ ସାସଦ ଭାବେ ବିଜୟ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.