• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଗାଜା- ଇସ୍ରାଏଲ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆନ୍ତର୍ଜାତିକ ନ୍ୟାୟ ଅଦାଲତ (ଆଇସିସି) ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିର୍ଦ୍ଦେଶକୁ ଖାତିର ନକରି ଇସ୍ରାଏଲ ନିଜର ଗାଜା ଅଭିଯାନ ଜାରି ରଖିଛି। ଏହି ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଗିରଫ କରିବା ପାଇଁ ଆଇସିସି ସୁପାରିସ କରିଥିବା ବେଳେ ଏହା ବିରୋଧରେ ଆଜି ଆମେରିକା ସଂସଦରେ ଜୋରଦାର ପ୍ରତିବାଦ ହୋଇଛି ।

  2. 2. ରାମ ମନ୍ଦିର ନିର୍ମାଣ ହୋଇଥିବା ନିର୍ବାଚନ ମଣ୍ଡଳୀରେ ବି ବିଜେପି ହାରିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବିଜେପି ପ୍ରାର୍ଥୀ ଲାଲ୍ଲୁ ସିଂହ ଉକ୍ତ ଆସନରେ ୪୯୯,୭୨୨ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅୱଧେଶ ପ୍ରସାଦ ୫୫୪,୨୮୯ ଭୋଟ୍‌ ପାଇଛନ୍ତି।

  3. 3. ଏପ୍ରିଲ ୧୯ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ହୋଇଥିବା ସମସ୍ତ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଆୟୋଗ ବୁଧବାର ଫଳାଫଳ ଘୋଷଣା କରିଛନ୍ତି, ଯେଉଁଥିରେ କଂଗ୍ରେସ ୯୯ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୪୦ଟି ଆସନ ପାଇଛି।

  4. 4. ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଆଜି ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିଛନ୍ତି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ୱାଇଏସଆର ଜଗନ ମୋହନ ରେଡ୍ଡୀ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।୧୭୫ ବିଧାନସଭା ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମକୁ ୧୩୫ଟି ଆସନ ମିଳିଥିବା ବେଳେ ଜନସେନା ପାର୍ଟିକୁ ୨୧ଟି ଆସନ, ୱାଇଏସଆରସିପିକୁ ୧୧ଟି ଓ ବିଜେପିକୁ ୮ଟି ଆସନ ମିଳିଛି।

  5. 5. ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ମୁର୍ମୁ ସୋରେନ। ସେ ଗାଣ୍ଡେ ବିଧାନସଭା ଆସନରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଛନ୍ତି।

  6. 6. ଇଂଲଣ୍ଡରେ ରହୁଥିବା ଲେସଲି ଗ୍ରୀନହଫଙ୍କ ଅନୁସାରେ ତାଙ୍କ ବିଲେଇ ବିଶ୍ବର ସବୁଠାରୁ ବୁଢୀ ବିଲେଇ । ତା ନାଁ ମିଲି । ମିଲି ୩ ମାସର ହୋଇଥିବାବେଳେ ଗ୍ରୀନହଫଙ୍କ ପତ୍ନୀ ତାକୁ ଘରକୁ ଆଣିଥିଲେ । ୧୯୯୫ରେ ମିଲି ଜନ୍ମ ଗ୍ରହଣ କରିଥିଲା ।

  7. 7. ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବମ୍ବେ (ଆଇଆଇଟି ବମ୍ବେ) ଚଳିତ ବର୍ଷ କ୍ୱାକ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ବିଶ୍ୱ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ସ୍ଥାନ ପାଇଛି। ପ୍ରଥମ ଥର ପାଇଁ ଆଇଆଇଟି ବମ୍ବେ ଶ୍ରେଷ୍ଠ ୧୨୫ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଆଇଆଇଟି ବମ୍ବେ ୧୧୮ତମ ସ୍ଥାନ ହାସଲ କରିଛି।

  8. 8. ସଞ୍ଜନା ଜାଟବ। ସଞ୍ଜନା ଭରତପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଏବଂ ସେଠାରୁ ସେ ବିପୁଳ ବିଜୟ ହାସଲ କରିଛନ୍ତି। ସେ ସର୍ବ କନିଷ୍ଠ ସାଂସଦ ହୋଇଛନ୍ତି। ସଞ୍ଜନାଙ୍କ ବୟସ ମାତ୍ର ୨୫ ବର୍ଷ।

  9. 9. ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ଦିନ ୧୧ଟା ୩୦ମିନିଟରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଧାନସଭାରେ ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ।

  10. 10. ବୁଧବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଗୋଟିଏ ଦିନରେ ୧,୯୭୧ କୋଟି ଟଙ୍କା କାରବାର କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

  11. 11. ଉତ୍ତର ପ୍ରଦେଶର ଜୈନପୁରରେ ପୋଲିସ ଠିକ୍‌ ନିର୍ବାଚନ ଫଳ ପ୍ରକାଶ ପାଇବାର ପରଦିନ ଆକ୍ସନ ମୋଡ୍‌କୁ ଆସିଛି। ମୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀ ପ୍ରଶାନ୍ତ ସିଂକୁ ଏନ୍‌କାଉଣ୍ଟର କରିଛି।

  12. 12. ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଓଡ଼ିଶାରେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଛୁଇଁବ।

  13. 13. ଜଳି ଯାଉଛି ଶରୀର। ଆକାଶରୁ ବର୍ଷା ହେଉଛି ନିଆଁ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ କଳବଲ ହେଉଛନ୍ତି ଲୋକ। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର ନାଗପୁରରେ ପାରଦ ସିଧା ୫୬ ଡିଗ୍ରୀ ଛୁଇଁଛି। ପୂର୍ବରୁ ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୫୨.୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ହେଲେ ଏହି ରେକର୍ଡ ତାପମାତ୍ରାକୁ ଆଜି ନାଗପୁର ଅତିକ୍ରମ କରି ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

  14. 14. ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ଅନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ସନ୍ଧ୍ୟାରେ ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଛନ୍ତି । ତେବେ ଏହି ସାକ୍ଷାତ ସମୟରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।

  15. 15. ରାଜ୍ୟରେ ସରକାର ବଦଳୁଥିବା ଦେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ(BSKY)କୁ ଆଉ ଗ୍ରହଣ କରାଯାଉ ନାହିଁ। ନୂଆ ସରକାର ଆସିଥିଲେ BSKY କାମ କରିବନି କହି କେଉଁଠି ରୋଗୀଙ୍କୁ ଫେରାଇ ଦିଆଯାଉଛି ତ ଆଉ କେଉଁଠି ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ କୁହାଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.