• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ୨୦୨୪ ‌ଲୋକସଭା ନିର୍ବାଚନରେ ମୋଟ୍‌ ମତଦାନ ୬୫.୭୯ ପ୍ରତିଶତ ହୋଇଛି ବୋଲି ଆଜି ନିର୍ବାଚନ କମିସନ କହିଛନ୍ତି। ମୋଟ୍‌ ୭ ପର୍ଯ୍ୟାୟ ଭୋଟ୍‌ରେ ପୁରୁଷ ଭୋଟରଙ୍କ ମତଦାନ ହାର ୬୫.୮୦ ପ୍ରତିଶତ ଥିବାବେଳେ ମହିଳା ଭୋଟରଙ୍କ ମତଦାନ ହାର ୬୫.୭୮ ପ୍ରତିଶତ ରହିଛି।

  2. 2. ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ସମସ୍ତ ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକାଯାଇଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ କ୍ୟାବିନେଟରେ ଶିବରାଜଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

  3. 3. ଦିଲ୍ଲୀର ସମସ୍ତ ସାତୋଟି ଆସନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି(ଏଏପି) କଂଗ୍ରେସ ସହ ମେଣ୍ଟ ବନ୍ଦ କରିବାକୁ ଘୋଷଣା କରିଛି।

  4. 4. କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନରେ ୧୧ ଜଣ ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବିରୋଧ ​​ବିଜୟୀ ହୋଇଛନ୍ତି।

  5. 5. ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

  6. 6. ଆନ୍ଧପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ସମାରାହକୁ ଜୁନ୍‌ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

  7. 7. ୨୦୨୪ ଲୋକସଭା ନିର୍ବାଚନରେ ଅଧିକାଂଶ ଦଳ ଏନ୍‌ଡିଏ କିମ୍ବା ଇଣ୍ଡିଆ ମେଣ୍ଟରେ ଅଛନ୍ତି। ତେବେ ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା ୧୭ ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ କୌଣସି ମେଣ୍ଟ ସହ ଜଡ଼ିତ ନୁହନ୍ତି।

  8. 8. ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି ଏନସିପି (ଶରଦ ପାୱାର)ସଭାପତି ଜୟନ୍ତ ପାଟିଲ ଏହାକୁ ଖଣ୍ଡନ କରିଛନ୍ତି। ପାଟିଲ କହିଛନ୍ତି।

  9. 9. ଇସ୍ରାଏଲ ସେନାବାହିନୀ ଗୁରୁବାର ଗାଜାରେ ଜାତିସଂଘ ପରିଚାଳିତ ଏକ ସ୍କୁଲ୍‌ ଉପରେ ଆକ୍ରମଣ କରିଛି। ଫଳରେ ଏହି ସ୍କୁଲ୍‌ରେ ଆଶ୍ରୟ ନେଇଥିବା‌ ୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି।

  10. 10. ରତନ ଟାଟାଙ୍କ ଟାଟା ଗ୍ରୁପ୍‌ର ଇସ୍ପାତ କମ୍ପାନି ଟାଟା ଷ୍ଟିଲ୍ ସହ ଭୁବନେଶ୍ବର ପାୱାର ପ୍ରାଇଭେଟ୍ ଲିମିଟେଡ୍‌ର ମିଶ୍ରଣକୁ ମଞ୍ଜୁରି ମିଳିଛି।

  11. 11.ଗୁରୁବାର ସେନ୍‌ସେକ୍ସ ୬୯୨ ପଏଣ୍ଟ ବୃଦ୍ଧି ପାଇ ୭୫,୦୭୪ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନିଫ୍ଟି ମଧ୍ୟ ୨୦୧ ପଏଣ୍ଟ ବୃଦ୍ଧି ପାଇ ୨୨,୮୨୧ ପଏଣ୍ଟରେ ବନ୍ଦ ହୋଇଛି।

  12. 12. ଟି-୨୦ ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ ଘଟିଛି। ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା।

  13. 13. ରାଜ୍ୟରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ।

  14. 14. ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର। ଇଲେକ୍ଟ୍ରୋନିକ ଓ ଆଇଟି ପ୍ରମୁଖ ସଚିବ ପଦରୁ ଗୁରୁବାର ମନୋଜ ମିଶ୍ର ଇସ୍ତଫା ଦେଇଛନ୍ତି। ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି।

  15. 15. ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏକ ନାଟକୀୟ ପରିବର୍ତ୍ତନରେ ମୁକେଶ ଅମ୍ବାନୀ ପୁଣିଥରେ ଗୌତମ ଆଦାନୀଙ୍କୁ ଅତିକ୍ରମ କରି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଆଖ୍ୟା ପାଇଛନ୍ତି।

  16. 16. ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ଆଜି ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ୧୮ତମ ଲୋକସଭାର ସାଧାରଣ ନିର୍ବାଚନ ପରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୭୩ ଅନୁଯାୟୀ ଭାରତୀୟ ନିର୍ବାଚନ ଆୟୋଗ ଜାରି କରିଥିବା ବିଜ୍ଞପ୍ତିର ଏକ ନକଲ ସେମାନେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

  17. 17. ନିବେଶକ ଓ୍ବାରେନ୍ ବଫେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି କି ବିଲ୍ ଗେଡ୍ସ ଫାଷ୍ଟ ଫୁଡ୍ ବହୁତ ପସନ୍ଦ କରନ୍ତି ।  ଓ୍ବାରେନ୍ ବଫେ କହିଛନ୍ତି କି ବିଲ୍ ଗେଟ୍ସଙ୍କ ପାଖରେ ଏକ ଗୋଲ୍ଡ କାର୍ଡ ରହିଛି ଯାହାକୁ ବ୍ୟବହାର କରି ସେ ସାରା ଜୀବନ ମ୍ୟାକଡୋନଲ୍ଡସରେ ମାଗଣାରେ ଖାଇପାରିବେ ।

  18. 18. ଏଣିକି ଆଣ୍ଡ୍ରଏଡ୍‌‌ ଫୋନ ବ୍ୟବହାରକାରୀମାନଙ୍କୁ ମିଳିପାରିବ ଆଇଫୋନ୍‌‌ରେ ଉପଲବ୍ଧ ଥିବା ଫିଚର୍ସ। ଯଦିଓ ସବୁ ନୁହେଁ, କିଛି ଫିଚର୍ସ ବ୍ୟବହାର କରିପାରିବେ ଆଣ୍ଡଏଡ୍‌‌ ଫୋନ୍‌‌ ଉପଭୋକ୍ତା।

  19. 19. ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଗତ ବୁଧବାର ଏହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

  20. 20. ମହାରାଷ୍ଟ୍ରର ଉତ୍ତର ପଶ୍ଚିମ ମୁମ୍ବଇ ଲୋକସଭା ଆସନରୁ ଶିବସେନାର ରବୀନ୍ଦ୍ର ୱାୟକର ମାତ୍ର ୪୮ଟି ଭୋଟ୍‌ ବ୍ୟବଧାନରେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ୍‌ କୀର୍ତ୍ତିକରଙ୍କୁ ପରାସ୍ତ କରିଥିବା ଜଣାପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.