• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଲେହ ଲଦାଖର ଆକାଶରେ ଡବଲ ସନ୍‌ ହାଲୋ (ଦ୍ବୈତ ସୌରପ୍ରଭା ବଳୟ) ନାମକ ଏକ ବିରଳ ମହାକାଶୀୟ ଘଟଣା ଦେଖିବାକୁ ମିଳିଥିଲା, ଯାହା ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

  2. 2.ବର୍ତ୍ତମାନ ଦ୍ବାରକାରୁ ପୁରୀ ପର୍ଯ୍ୟନ୍ତ ସିଧା ଯାତ୍ରା ଏତେଟା ସହଜ ନୁହେଁ। ଦେଶରେ ଏହି ଦୁଇ ପ୍ରମୁଖ ଧାମ ମଧ୍ୟରେ ଦୂରତା ପ୍ରାୟ ୨୧୫୦ କିମି ଓ ଯାତ୍ରା ସମୟ ୪୫ ଘଣ୍ଟାରୁ ଅଧିକ ଲାଗିଥାଏ। ଯଦି ପୂର୍ବ- ପଶ୍ଚିମ ଏକ୍ସପ୍ରେସ ୱେ ନିର୍ମାଣ କରାଯାଏ, ଦୁଇ କ୍ଷେତ୍ର ମଧ୍ୟରେ ଯାତ୍ରା ସୁବିଧାଜନକ ହୋଇପାରିବ।

  3. 3.ଷ୍ଟକ୍‌ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସିପ୍ରି) ଗତକାଲି ପ୍ରକାଶିତ ନୂତନ ଇୟରବୁକ୍‌ରେ କହିଛି ଯେ ଭାରତ ୨୦୨୩ରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମାନ୍ୟ ବିସ୍ତାର କରିଛି।

  4. 4.ମହାରାଷ୍ଟ୍ରରେ ଜଣେ ମହିଳା ନିଜ କାର୍‌କୁ ପାହାଡ଼ରୁ ପଛୁଆ ଚଳାଇବା ବେଳେ ଏହା ୩୦୦ ଫୁଟ୍‌ ତଳକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି।

  5. 5.ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅଭିଯୋଗ କରିଛି ଯେ ୱାଇଏସ୍‌ଆର୍‌ସିପି ସୁପ୍ରିମୋ ୱାଇଏସ୍ ଜଗନ ମୋହନ ରେଡ୍ଡୀ ସରକାରୀ ଅର୍ଥର ବ୍ୟାପକ ଦୁରୁପଯୋଗ କରି ବିଶାଖାପାଟଣା ସ୍ଥିତ ଏକ ପାହାଡ଼ ଉପରେ ପ୍ରାସାଦ ନିର୍ମାଣ କରିଛନ୍ତି।

  6. 6.ଗତ ପାଞ୍ଚ ବର୍ଷ ମଧ୍ୟରେ ଜାତୀୟ ରେଳ ସୁରକ୍ଷା ନାମରେ ମୋଟ ୧୦୮୭୪୨.୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭-୧୮ ବର୍ଷରେ ୧୭୨୫୯.୫୩ କୋଟି, ୨୦୧୮-୧୯ ରେ ୧୯୫୯୫.୬୩ କୋଟି, ୨୦୧୯-୨୦ରେ ୧୬୭୯୯.୬୧ କୋଟି, ୨୦୨୦-୨୧ରେ ୨୭୭୧୩.୩୧ କୋଟି ଏବଂ ୨୦୨୧-୨୨ ବର୍ଷରେ ୨୭୩୭୪.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

  7. 7.କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପାଙ୍କୁ ଗତ ସପ୍ତାହରେ ଜଣେ ପ୍ରଶଂସକଙ୍କୁ ହତ୍ୟା କରିଥିବା ଅପରାଧରେ ପୁଲିସ ଗିରଫ କରିଛି। ମୃତ ପ୍ରଶଂସକଙ୍କ ନାମ ରେଣୁକା ସ୍ବାମୀ ବୋଲି ଜଣାପଡ଼ିଛି।

  8. 8.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ମୁଦ୍ରାସ୍ଫୀତି ଉପରେ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ଯେ ଖୁଚୁରା ମୁଦ୍ରାସ୍ଫୀତି ଚାରି ପ୍ରତିଶତ ଲକ୍ଷ୍ୟକୁ ଆଣିବାକୁ ଆରବିଆଇ ଚେଷ୍ଟା କରୁଛି, କିନ୍ତୁ ଦେଶରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଯୋଗୁ ମୁକାବିଲା ପ୍ରକ୍ରିୟା ମନ୍ଥର ଗତିରେ କାର୍ଯ୍ୟ କରୁଛି।

  9. 9.ସୋସିଆଲ ମିଡିଆ ‘ଏକ୍ସ’ରେ ଆକାଉଣ୍ଟ ଖୋଲିବେ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀଙ୍କୁ  ଏନେଇ ନିର୍ଦ୍ଦେଶ ଦିଆଯାଇଛି।

  10. 10.ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା କ୍ୟାଡରର ୨୨ ଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଡେପୁଟି ସେକ୍ରେଟାରିଙ୍କ ସମେତ ୬ ଜଣ ସେକ୍ସନ ଅଫିସର, ୧୫ ଜଣ ଏଏସ୍‌ଓ।

  11. 11.ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା ମହା ବଜିରାଲୋକୋର୍ନ ମଞ୍ଜୁରୀ ଦେବା ପରେ ଏହି ବିବାହକୁ ଆଇନଗତ ମାନ୍ୟତା ମିଳିବ।

  12. 12.ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ବିଧାନସଭା ନୂଆ ରୂପ ନେଇଛି। ବିଧାୟକଙ୍କୁ ବୈଷୟିକ କ୍ଷେତ୍ରରେ ଦକ୍ଷ କରାଯିବ। ବିନା କାଗଜରେ ପରିଚାଳନା ହେବ ବିଧାନସଭା। ଏଥିପାଇଁ ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକଙ୍କ ଆସନରେ ଲାଗିଛି ଆଇ-ପ୍ୟାଡ୍।

  13. 13.ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍‌ ପୁରନଙ୍କ ୯୮ ରନ୍‌ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ୍‌ କରିଥିଲା।

  14. 14.ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାସିଙ୍କଠାରୁ ଆଉ ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଆର୍ମେନିଆର ଜର୍ମୁକ୍‌ଠାରେ ମଙ୍ଗଳବାର ଶେଷ ହୋଇଥିବା ଆଭାଜ୍ଞାନ ମେମୋରିଆଲ ଚେସ୍‌ ଟୁର୍ନାମେଣ୍ଟର ଟାଇଟଲ ବିଜୟୀ ହୋଇଛନ୍ତି

  15. 15.ଛତିଶଗଡ଼ର ବିଳାସପୁରସ୍ଥିତ ବାହତରାଇ ଆଥଲେଟିକ୍ସ ଷ୍ଟାଡିୟମରେ ସୋମବାର ଶେଷ ହୋଇଥିବା ୧୯ଶ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରତୀକ ମହାରଣା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.