• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମୋଦୀଙ୍କ ୩.୦ ମନ୍ତ୍ରିମଣ୍ଡଳରେ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର, ନୀତିନ ଗଡକରୀ, ମନସୁଖ ମାଣ୍ଡଭୀୟ, ପୀୟୂଷ ଗୋଏଲ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ପ୍ରହ୍ଲାଦ ଯୋଶୀ, କିରଣ ରିଜିଜୁ, ସିଆର ପାଟିଲ, ଏଲ୍ ମୁରୁଗାନ୍, ହରଦୀପ ପୁରୀ, ଏମ୍ଏଲ୍ ଖଟ୍ଟର, ଶିବରାଜ ଚୌହାନ, ଗଜେନ୍ଦ୍ର ଶେଖାୱତ, ସୁରେଶ ଗୋପୀ ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି।

  2. 2.ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ମୋଦୀ ୩.୦ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି।

  3. 3.ମୋଦୀ ୩.୦ ସରକାରର ଶପଥ ଗ୍ରହଣ ଶେଷ ହୋଇଛି। ଜେଡିୟୁ ମୁଖ୍ୟ ନୀତୀଶ କୁମାର ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରକୁ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ତା’ସତ୍ତ୍ବେ ସେମାନଙ୍କ ଉପରେ ବିଶେଷତଃ ନୀତୀଶଙ୍କ ଉପରେ ସବୁବେଳେ ନଜର ରହିବ।

  4. 4.ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ବୈଠକରେ ଜନସେନା ପାର୍ଟି ସଭାପତି ପବନ କଲ୍ୟାଣଙ୍କ ପରିଚୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ୟେ ପବନ ନହିଁ ହୈ, ଆନ୍ଧି ହୈ’ (ଇଏ ପବନ ନୁହନ୍ତି, ଝଡ଼)।

  5. 5.ଏନ୍‌ଡିଏର ସହଯୋଗୀ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ର ସାଂସଦ ଚନ୍ଦ୍ରଶେଖର ପେମାସାନି ମୋଦୀ-୩.୦ କ୍ୟାବିନେଟ୍‌ର ସବୁଠୁ ଅଧିକ ଧନୀ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି

  6. 6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ପ୍ରାୟ ୨୧ ଟି ସବର୍ଣ୍ଣ, ୨୭ ଓବିସି, ୧୦ ଦଲିତ, ୫ ଆଦିବାସୀ ଏବଂ ୫ ସଂଖ୍ୟାଲଘୁ ସମ୍ପ୍ରଦାୟର ଏମପି ଅଛନ୍ତି।

  7. 7.ଜମ୍ମୁ କାଶ୍ମୀରର ରିଏସି ଜିଲ୍ଲାରେ ଆଜି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବା ପରେ ଏକ ତୀର୍ଥଯାତ୍ରୀ ବସ୍‌ ପାହାଡ଼ ତଳକୁ ଖସି ପଡ଼ିଛି। ଏଥିରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।

  8. 8.ବ୍ୟାଙ୍କ ଓ ଡାକଘରକୁ ବ୍ୟକ୍ତିଗତ ଭାବେ ଯିବାରେ ବରିଷ୍ଠ ନାଗରିକ ମାନେ ସମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଥ ଇଣ୍ଡିଆ ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ ସକାଶେ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବିକାଶ କରାଯାଇଛି । ପେନସନଧାରୀଙ୍କୁ ଘରେ ବସି ଡିଏଲସି ଦାଖଲ କରିବା ଦିଗରେ ଏହି ନୂତନ ବ୍ୟବସ୍ଥା ବେଶ୍ ଗ୍ରହଣୀୟ, ସହଜ ଏବଂ ଆରାମଦାୟକ ।

  9. 9.ଯେଉଁ ଗାଡିରେ ଜିଏନଏସଏସ୍ ଆଧାରିତ ସୁବିଧା ସକ୍ରିୟ ହେବ ସେହି ଗାଡିପାଇଁ ଟୋଲ ପ୍ଲାଜାରେ ଅଲଗା ଲେନ୍ ହେବ । ଏହି ଲେନରେ କାର୍ ଯାତ୍ରା କରିବା ସମୟରେ ଅଟକିବା ଦରକାର ପଡିବନି । ଧିରେ ଧିରେ ପୁରୁଣା ଲେନ୍ ସମାପ୍ତ କରି ସବୁଆଡେ ଜିଏନଏସଏସ୍ ଲେନ୍ ପ୍ରସ୍ତୁତ ହେବ ।

  10. 10.ଦିଲ୍ଲୀର ଏକ ଅଦାଲତ ବିଶିଷ୍ଟ ସମାଜସେବୀ ମେଧା ପାଟେକର୍‌ଙ୍କ ବିରୋଧରେ ଆଗତ ମାନହାନି ମୋକଦ୍ଦମାର ଶୁଣାଣି ଶେଷ କରିଥିବାବେଳେ ଦଣ୍ଡାଦେଶକୁ ଜୁଲାଇ ୧କୁ ସ୍ଥଗିତ ରଖିଛନ୍ତି।

  11. 11.ଏସ୍‌କେଏମ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ନେତା ପ୍ରେମ ସିଂହ ତମାଙ୍ଗ ଆସନ୍ତା ୧୦ରେ ସିକ୍କିମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

  12. 12.ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳରେ ଅନିୟମିତତାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ଏହାର ସିବିଆଇ ତଦନ୍ତ ଏବଂ ପୁନଃ ପରୀକ୍ଷା ପାଇଁ ଅନେକ ଛାତ୍ରୀଛାତ୍ର ଦାବି କରିଛନ୍ତି। ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ୍‌ ଓ୍ବାନ୍‌ରେ ଆସିବା ପ୍ରଥମ ଘଟଣା। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରୀଙ୍କୁ କ୍ଷତିପୂରଣ ମାର୍କ ଦିଆଯିବା ମଧ୍ୟ ଅନ୍ୟତମ ପ୍ରଥମ ଘଟଣା।

  13. 13.କାତ୍ତିକ ପାଣ୍ଡିଆନ କହିଛନ୍ତି  ଗତ ନିର୍ବାଚନରେ ବିଜେଡିର ଭୋଟ ହାର ମାତ୍ର ୩ ପ୍ରତିଶତ ହ୍ରାସ ପାଇଛି। ଏଥିପାଇଁ ଦଳ ପରାଜିତ ହେଇଛି। ନିର୍ବାଚନ ଫଳାଫଳ ଭଲ ହୋଇ ନ ଥିବାରୁ,ଏହାର ଦୋଷ ମୁଁ ନିଜେ ନେଉଛି। ଏହି କାରଣରୁ ମୁଁ ଇସ୍ତଫା ଦେଉଛି। ଦଳକୁ ଜିତାଇବା ପାଇଁ ମୁଁ ହୃଦୟରୁ କଠିତ ପରିଶ୍ରମ କରିଛି। କିନ୍ତୁ ଶେଷରେ ମୋର ଜନ୍ମସ୍ଥାନ ପରାଜୟର କାରଣ ସାଜିଲା, ଯାହା ଉପରେ ମୋର ନିୟନ୍ତ୍ରଣ ନାହିଁ।

  14. 14.ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍‌ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ।

  15. 15.ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.