• +91-9861016349 / +91-9437281655
  • Email: amarisatya@gmail.com

Odia Current News

1. ୧୦ ବର୍ଷ ଧରି ମୋଦୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ଦିଆଯାଇଥିବା ବେଳେ ଜୁଏଲ ଓରାମଙ୍କୁ ପୁଣି ଆଦିବାସୀ ବ୍ୟାପାର ବିଭାଗ ଦିଆଯାଇଛି। ରାଜ୍ୟସଭା ସଦସ୍ୟ ଥିବା ଅଶ୍ବିନୀ ବୈଷ୍ଣବଙ୍କୁ ପୂର୍ବ ଭଳି ରେଳ ଏବଂ ଆଇଟି ଓ ‌ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦିଆଯାଇଛି।

2. ମନ୍ତ୍ରିମଣ୍ଡଳରେ ଦୁଇ ନମ୍ବରରେ ଥିବା ରାଜନାଥ ସିଂହ ପ୍ରତିରକ୍ଷା ବିଭାଗ ବଜାୟ ରଖିଥିବା ବେଳେ ଅମିତ ଶାହ ସ୍ବରାଷ୍ଟ୍ର, ନିର୍ମଳା ସୀତାରମଣ ଅର୍ଥ ଏବଂ ଜୟଶଙ୍କର ‌ବୈଦେଶିକ ବିଭାଗ ବଜାୟ ରଖିଛନ୍ତି।

3. ଲୋକସଭାକୁ ନିର୍ବାଚିତ ହୋଇଥିବା ୫୪୩ ସଭ୍ୟମାନଙ୍କ ମଧ୍ୟରେ ଡିଏମ୍‌କେର ଟିଆର ବାଲୁ ହେଉଛନ୍ତି ସବୁଠୁ ବୟସ୍କ ବ୍ୟକ୍ତି। ତାମିଲନାଡୁର ଏହି ସାଂସଦଙ୍କ ବୟସ ହେଉଛି ୮୨। ସେ ସାତ ଥର ଲୋକସଭାକୁ ନିର୍ବାଚିତ ହେଲେଣି। ସବୁଠାରୁ କନିଷ୍ଠ ସାଂସଦ ହେଉଛନ୍ତି ଉତ୍ତର ପ୍ରଦେଶର ପୁଷ୍ପେନ୍ଦ୍ର ସରୋଜ। ସମାଜବାଦୀ ପାର୍ଟି ଟିକଟରେ ନିର୍ବାଚିତ ପୁଷ୍ପେନ୍ଦ୍ରଙ୍କ ବୟସ ହେଉଛି ୨୫ ବର୍ଷ ତିନି ମାସ।

4. ଗତବର୍ଷ ମେ ମାସରୁ ମଣିପୁରରେ ମୈତି ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷ ଏପର୍ଯ୍ୟନ୍ତ ଥମିନାହିଁ। ଆଜି ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

5. ଭାରତର ପ୍ରଥମ ଉତ୍ସର୍ଗୀକୃତ ସୌର ମହାକାଶ ପର୍ଯ୍ୟବେକ୍ଷଣ ଅଭିଯାନ ଆଦିତ୍ୟ-ଏଲ୍୧ର ଦୁଇଟି ମୁଖ୍ୟ ବୈଜ୍ଞାନିକ ଉପକରଣ (ପେଲୋଡ୍) ମେ ମାସରେ ସୌର ଝଡ଼ ସମୟରେ ତୀବ୍ର ସୌର ଗତିବିଧିର ଫଟୋ ଓ ତଥ୍ୟ ସଂଗ୍ରହ କରିଛି।

6. ଛତିଶଗଡ଼ ବଲୋଦାବଜାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସତନାମୀ ସଂଗଠନର ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଛନ୍ତି। ଏହାସହ ଆଖପାଖରେ ଥିବା ଏକାଧିକ ସରକାରୀ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

7. ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଚିଲମାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମଧ୍ୟ ବିମାନରେ ଥିଲେ। ଏ ନେଇ ମାଲାବି ସରକାର ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି

8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ ୩ କୋଟି ଗୃହ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।

9. ପ୍ରଧାନମନ୍ତ୍ରୀ ପିଏମ୍‌ କିଷାନ ନିଧି ଯୋଜନାରେ ୯.୩କୋଟି କୃଷକଙ୍କ ପାଖକୁ ୧୭ତମ ସହାୟତା କିସ୍ତି ପଠାଇବା ଫାଇଲରେ ସ୍ବାକ୍ଷର କରିଥିଲେ।

10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍‌ରେ ଜଣେ ହେଲେ ମୁସଲମାନଙ୍କୁ ସ୍ଥାନ ମିଳିନାହିଁ।

11. ବେଆଇନ ଭାବେ ଗାଡ଼ିରେ ନାଲିବତୀ ବ୍ୟବହାରକୁ ବିରୋଧ କରି ରୁଜୁ ଜନହିତ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି।

12 ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍‌)ର ସଭାପତି ପ୍ରେମ ସିଂହ ତମାଙ୍ଗ ସୋମବାର କ୍ରମାଗତ ଦ୍ବିତୀୟ ଥର ପାଇଁ ସିକିମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

13. ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ମନ୍ତବ୍ୟ ଶୁଣି ସଂଘକୁ ନିରାଶ ହେବାକୁ ପଡ଼ିଥିଲା। ନଡ୍ଡା କହିଥିଲେ ଯେ, ବିଜେପିକୁ ପୂର୍ବରୁ ସଂଘର ଆବଶ୍ୟକତା ରହୁଥିଲା। କିନ୍ତୁ ଏବେ ବିଜେପି ନିଜେ ସକ୍ଷମ ହୋଇଗଲାଣି। ନଡ୍ଡାଙ୍କ ଏହି ମନ୍ତବ୍ୟକୁ ନେଇ ସଂଘରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ଏହି କାରଣରୁ ସ୍ୱୟଂସେବକମାନେ ସକ୍ରିୟ ହୋଇ ନ ଥିଲେ।

14 ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି(ଆପ୍‌)କୁ ଆଶ୍ଵସ୍ତି ପ୍ରଦାନ ସ୍ଵରୂପ ରାଉଜ୍ ଆଭେନ୍ୟୁସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଖାଲି କରିବାର ସମୟସୀମା ବୃଦ୍ଧି କରିଛନ୍ତି। ଏବେ ଅଗଷ୍ଟ ୧୦ ସୁଦ୍ଧା ଦଳ କାର୍ଯ୍ୟାଳୟ ଖାଲି କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

15. ପ୍ରଧାନମନ୍ତ୍ରୀ ମାନେ ତୃତୀୟ ଥର ଶପଥ ନେବା ପରେ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.