• +91-9861016349 / +91-9437281655
  • Email: amarisatya@gmail.com

Odia Current News

1. ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ୪ ଦ୍ୱାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ଏବଂ ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଦ୍ୱାରଗୁଡ଼ିକୁ ଖୋଲାଯାଇଛି।

2.ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଶପଥ ଗ୍ରହଣ କରିଛନ୍ତି।

3. ରାଜ୍ୟସଭା ସଦସ୍ୟମାନେ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ୧୦ଟି ପଦବି ଖାଲି ପଡ଼ିଛି। ବିହାର, ମହାରାଷ୍ଟ୍ର ଓ ଆସାମରୁ ୨ଟି ଲେଖାଏଁ ଆସନ ଖାଲି ପଡ଼ିଥିବା ବେଳେ ରାଜସ୍ଥାନ, ତ୍ରିପୁରା, ହରିୟାଣା ଓ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଛି।

4. ଅଷ୍ଟାଦଶ ଲୋକସଭାକୁ ନିିର୍ବାଚିତ ହୋଇଥିବା ୯୩ ପ୍ରତିଶତ ସାଂସଦ କୋଟିପତି। ନବ ନର୍ବାଚିତ ୫୪୩ ସାଂସଦଙ୍କ ମଧ୍ୟରୁ ୫୦୪ ଜଣ ହେଉଛନ୍ତି କୋଟିପତି।

5. କୁଏତ୍‌ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍‌ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି।

6. ନାଗପୁରରେ ହିଟ୍ ଆଣ୍ଡ୍‌ ରନ୍‌ରେ ଜଣେ ୮୨ ବର୍ଷୀୟ ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ତଦନ୍ତରୁ ୩୦୦ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ଅକ୍ତିଆର କରିବାକୁ ପୁରୁଷୋତ୍ତମଙ୍କ ବୋହୂ ତଥା ଟାଉନ ପ୍ଲାନିଂ ବିଭାଗର ସହକାରୀ ନିର୍ଦେଶିକା ଅର୍ଚ୍ଚନା ମନିଷ ପୁଟ୍ଟେୱାର (୫୩) ହିଁ ଯୋଜନା କରିଥିଲେ।

7. ବିଶ୍ବର ଅନ୍ୟତମ ଧନୀ ତଥା ସ୍ପେସ୍‌-ଏକ୍ସ, ଟେସ୍‌ଲାର ମାଲିକ ଇଲନ୍‌ ମସ୍କ୍‌ ନିଜ ସ୍ପେସ୍‌-ଏକ୍ସ କମ୍ପାନୀର ମହିଳା କର୍ମଚାରୀଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏହାବଦଳରେ ମୂଲ୍ୟବାନ ଉପଢୌକନ ଓ ଏପରିକି ସନ୍ତାନର ଜନନୀ ହେବାକୁ ପ୍ରସ୍ତାବ ଦେଉଥିଲେ।

8. ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ ସମୃଦ୍ଧ କୃଷକ ନୀତିଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

9. ରଣପୁର ବିଧାୟିକା ସୁରମା ପାଢ଼ୀ ଓଡିଶା ବିଧାନସଭାର ବାଚସ୍ପତି ହେବେ ବୋଲି ସ୍ପଷ୍ଟ ସୂଚନା ମିଳିଛି।

10. ମୋହନ ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଇ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି। ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ କ୍ୟାବିନେଟ୍‌ ପାହ୍ୟାରେ ସୁରେଶ ପୂଜାରୀ, ରବି ନାରାୟଣ ନାୟକ,ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ରପୃଥ୍ବୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗବିଭୂତି ଭୂଷଣ ଜେନାଡ. କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟାରେ ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜପ୍ରଦୀପ ବଳସମାନ୍ତ. ଗୋକୁଳାନନ୍ଦମଲ୍ଲିକ, ସମ୍ପଦ ସ୍ବାଇଁ ରହିଛନ୍ତି।

11. ଓ୍ବାର୍ଲଡ୍‌ ଇକୋନୋମିକ୍‌ ଫୋରମ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ବୁଧବାର ଚଳିତବର୍ଷର ଲିଙ୍ଗଗତ ଅସମାନତା ସୂଚକାଙ୍କ ଜାରି କରାଯାଇଛି। ଏହି ସୂଚକାଙ୍କରେ ଭାରତ ୨ଟି ସ୍ଥାନ ତଳକୁ ଖସି ୧୨୯ତମ ସ୍ଥାନରେ ପହଞ୍ଚିଛି। ତେବେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଆଇସ୍‌ଲ୍ୟାଣ୍ଡ ଏହି ସୂଚକାଙ୍କରେ ଶୀର୍ଷ ସ୍ଥାନ ବଜାୟ ରଖିଛି।

12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲୀ ଗସ୍ତ କରିବେ। ଇଟାଲୀର ଅପୁଲିଆ ଅଞ୍ଚଳରେ ଥିବା ବୋର୍ଗୋ ଏଗ୍‌ନାଜିଆ ରିସର୍ଟରେ ୫୦ତମ ଜି୭ ସମିଟ୍‌ ଜୁନ୍‌ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିବ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ନିମନ୍ତ୍ରଣକ୍ରମେ ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଗୁରୁବାର ଇଟାଲୀ ଗସ୍ତ କରିବେ।

13. ହୁ ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ମଦ୍ୟପାନ, ତମାଖୁ, ଅତ୍ୟଧିକ ପ୍ରୋସେସ୍‌ଡ ଖାଦ୍ୟ ଏବଂ ଜୀବାଶ୍ମ ଇନ୍ଧନ ହେଉଛି ଚାରୋଟି ଶିଳ୍ପ, ଯାହା ୟୁରୋପରେ ୨୭ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ।

14. ଯାଜପୁର ଜିଲାର ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀକୁ କଳିଙ୍ଗ ଏନଭାରର୍ମେଣ୍ଟ ଏକ୍ସଲେନ୍ସ ଆର୍ୱାଡ ମିଳିଛି। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଋତୁ ପରିବର୍ତ୍ତନ, ଶକ୍ତି ଓ ପ୍ରଦୂଷଣ ସମ୍ପର୍କିତ ଜାତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

15. ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ୟେମେନ ଉପକୂଳରେ ବୁଡ଼ିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି। ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତର ଗମନ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.