• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଚଳିତ ଗ୍ରୀଷ୍ମଋତୁରେ ଭାରତ ସବୁଠାରୁ ଲମ୍ବା ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ତଥ୍ୟରୁ ଜଣାପଡିଛି ଯେ ମାର୍ଚ୍ଚ ୧ରୁ ଜୁନ୍ ୯ ମଧ୍ୟରେ ଓଡ଼ିଶା ସବୁଠାରୁ ଅଧିକ ୨୭ ଦିନ ଖରାପ ପାଣିପାଗ ଦେଇ ଗତି କରିଛି।

  2. 2.ପ୍ରଥମଥର ରାଷ୍ଟ୍ରପତି ଭବନରେ ଧୁମଧାମ୍‌ରେ ପାଳିତ ହୋଇଛି ଓଡ଼ିଶାର ଗଣପର୍ବ ରଜ। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର (ଆର୍‌ବିସିସି)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପ ପ୍ରଜ୍ବଳନ କରିବା ସହିତ ରଜ ପର୍ବର ଶୁଭାରମ୍ଭ ହୋଇଥିଲା ।

  3. 3. ଆହ୍ଲାବାଦ ହାଇକୋର୍ଟ ଏକ ମାମଲାରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | କୋର୍ଟ କହିଛନ୍ତି ଯେ ମହିଳାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ସହ ଜଡିତ ଆଇନ ମହିଳା-କେନ୍ଦ୍ରିକ। ଏହି ଆଇନ ମହିଳା ଏବଂ ଯୁବତୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପୁରୁଷମାନେ ପ୍ରତ୍ୟେକ କ୍ଷେତ୍ରରେ ଦୋଷୀ ।

  4. 4. ଭାରତର ଅଖଣ୍ଡତା ବିରୋଧୀ ବୟାନ ପାଇଁ ଦେଶର ଜଣାଶୁଣା ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ କରିବାକୁ ଜମ୍ମୁ ଓ କଶ୍ମୀର ସରକାର ମଞ୍ଜୁରି ଦେଇଛନ୍ତି।

  5. 5. ସମାଜବାଦୀ ପାର୍ଟିର ନେତା ଏସଟି ହାସନ ମୋଦୀଙ୍କ କ୍ୟାବିନେଟରେ ଜଣେ ବି ମୁସଲମାନ ଚେହେରାକୁ ସ୍ଥାନ ନଦେବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

  6. 6. ଏକ ମୋଟରସାଇକଲରେ ଆସି ଦୁଇଜଣ ଦୁର୍ବୁତ୍ତ ମିଶନ ରୋଡ ଚର୍ଚ୍ଚକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ସୂଚନା ମିଳିଛି।  ମିଶନ ରୋଡ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ କରି ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଦୁର୍ବୁତ୍ତ ଚମ୍ପଟ ମାରିଛନ୍ତି।

  7. 7. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଗଲା। ଜନସଂଖ୍ୟା ଓ ଭୌଗଳିକ ସ୍ଥିତି ସହ କ’ଣ କାମ କରାଯାଉଛି ତାହା ବୁଝିଲେ।

  8. 8. ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗକୁ ବଢିଛି ଭାରତର ପ୍ରତିରକ୍ଷା ବିଭାଗ। ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍‌‌ ‘ନାଗାସ୍ତ୍ର-୧’। ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ୍‌‌ ମିଳିଛି।

  9. 9. ଭାରତ ସବୁ ସମସ୍ୟାର ମାନବକୈନ୍ଦ୍ରିକ ସମାଧାନରେ ବିଶ୍ୱାସ କରେ। ଆଲୋଚନା ଓ କୂଟନୀତି ଜରିଆରେ ୟୁକ୍ରେନ୍‌ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ।

  10. 10. ଡଲାର ବିନିମୟରେ ଅଶୋଧିତ ତୈଳ ବିକ୍ରି ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ୮୦ ବର୍ଷ ଧରି ଚାଲିଆସିଥିବା ପେଟ୍ରୋଡଲାର ଚୁକ୍ତିର ଅନ୍ତ ଘଟିଛି।

  11. 11 ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି।

  12. 12. ୨୦୨୪ ମେ’ରେ ଭାରତର ମୋଟ ରପ୍ତାନି ୧୦.୨୫ ପ୍ରତିଶତ ବୃଦ୍ଧି ପାଇବ। ୨୦୨୪ ଏପ୍ରିଲ-ମେ ମଧ୍ୟରେ ଭାରତର ମୋଟ ରପ୍ତାନି ୧୩୩.୬୧ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।

  13. 13. ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କେତେକ ନିର୍ଦ୍ଦିଷ୍ଟ ମସଲାରେ ହାନିକାରକ ସାମଗ୍ରୀ ବ୍ୟବହାର ହେଉଥିବା ଦର୍ଶାଇ ରାଜସ୍ଥାନ ସେଗୁଡ଼ିକୁ ବଜାରରୁ ହଟାଇଦେଇଛି।

  14. 14. ପଶ୍ଚିମବଙ୍ଗର କଂଗ୍ରେସ ସଭାପତି ଆଧୀର ରଞ୍ଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି। ସେ ଦଳର ହାଇ କମାଣ୍ଡଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।

  15. 15. ପ୍ରଧାନମନ୍ତ୍ରୀ କିଶାନ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ସପ୍ତାହରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଆସିବ ୧୭ତମ କିସ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.