• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବାସ୍ତବରେ କର୍ଣ୍ଣାଟକ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ବିକ୍ରୟ ଟିକସ ବୃଦ୍ଧି କରିଛନ୍ତି। ଏହା ପରେ ଏହାର ମୂଲ୍ୟ ବୃଦ୍ଧି ପାଇଛି | ପେଟ୍ରୋଲ ୩ ଟଙ୍କା ଏବଂ ଡିଜେଲ ୩ ଟଙ୍କା .୨୦ ପଇସା ମହଙ୍ଗା।
  2. 2.କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା ଶନିବାର କହିଛନ୍ତି, ସେ ଏବଂ ତାଙ୍କ ସରକାର କେବେ ବି ପ୍ରତିଶୋଧ ରାଜନୀତିରେ ଲିପ୍ତ ହୋଇ ନାହାନ୍ତି ଏବଂ ଭବିଷ୍ୟତରେ ତାହା କରିବେ ନାହିଁ।
  3. 3.ଆନ୍ଧ୍ରପ୍ରଦେଶରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ସଭାପତି ଜଗନମୋହନ ରେଡ୍ଡୀଙ୍କ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି।
  4. 4.ଏନ୍‌ଡିଏ ସରକାର ପାଇଁ ୧୦୦ ଦିନିଆ ଯୋଜନାର ଏକ ଅଂଶ ଭାବରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରିବା ସମ୍ଭାବନା ରହିଛି।
  5. 5.ପ୍ରଥମ ଓଡ଼ିଆ ମହିଳା ଭାବେ ଅାଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟର କୁଳପତି ଆସନ ଅଳଙ୍କୃତ କରି ଏକ ବିରଳ କୃତିତ୍ବର ଅଧିକାରିଣୀ ହୋଇଛନ୍ତି ପ୍ରଫେସର୍‌ ଡକ୍ଟର ନଇମା ଖାତୂନ। ଚାରି ଦଶନ୍ଧିରୁ ଊର୍ଦ୍ଧ୍ବ ଓଡ଼ିଶା ବାହାରେ ରହିବା ସତ୍ତ୍ବେ ଓଡ଼ିଶା ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ମମତା ଅତୁଳନୀୟ।
  6. 6.ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍‌ ତଥା ବିଜେପି ନେତା ନବୀନ ଜିନ୍ଦଲ ହରିୟାଣାର କୁରୁକ୍ଷେତ୍ର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି।
  7. 7.ବିଶ୍ବର ଅର୍ଥନୀତିର ଆକାର ଦୃଷ୍ଟିରୁ ଆମେରିକା ସବା ଉପରେ ଥିଲେ ମଧ୍ୟ ମୁଣ୍ଡପିଛା ଜିଡିପିରେ ୟୁରୋପର ଛୋଟ ଦେଶ ଲକ୍‌ଜେମ୍‌ବର୍ଗ ଶୀର୍ଷରେ ରହିଛି। ଏହି ଦେଶର ମୁଣ୍ଡପିଛା ଜିଡିପି ୧,୪୩,୭୪୨.୬୯ ଡଲାର ରହିଛି। ସେହିଭଳି ଦ୍ବିତୀୟ ସ୍ଥାନରେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ର ଆୟର୍ଲ୍ୟାଣ୍ଡ୍‌ ଦ୍ବିତୀୟ ସ୍ଥାନରେ ରହିଛି।ମୁଣ୍ଡପିଛା ଜିଡିପିରେ ଭାରତ ବହୁ ପଛରେ ଅର୍ଥାତ ୧୨୯ତମ ସ୍ଥାନରେ ରହିଛି।
  8. 8.ଆସନ୍ତା ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ୩ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଇବେ।
  9. 9.ନିଟ୍‌‌ ଅନିୟମିତତା ଅଭିଯୋଗରେ ଗୁଜରାଟ ପୁଲିସ ଗୋଧ୍ରାରୁ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବା ପ୍ରିନ୍ସିପାଲ ଅଛନ୍ତି। ଏମାନେ ୨୭ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସହାୟତା କରିଥିବା ଜଣାପଡ଼ିଛି। ଏପରି କି ପରୀକ୍ଷାରେ ସହାୟତା ପାଇଁ ପ୍ରତି ଛାତ୍ରଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଥିଲା।
  10. 10.ଉତ୍ତରାଖଣ୍ଡର ରିଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାହାଡ଼ି ରାସ୍ତାରେ ଯାଉଥିବା ଏକ ଟେମ୍ପୋ ପ୍ରାୟ ୧୫୦ ମିଟର ତଳକୁ ଖସିପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି।
  11. 11.ଆରଏସଏସ ନେତା ଇନ୍ଦ୍ରେଶ କୁମାର ବିଜେପିକୁ ତୀର ମାରି କହିଛନ୍ତି ଯେ ୨୦୨୪ରେ ରାମରାଜ୍ୟ ପ୍ରତିଷ୍ଠା ହେବାର ନାରା ଦେବା ପରେ ଦଳୀୟ ନେତାଙ୍କ ଅହଂକାର ଧୀରେ ଧୀରେ ବଢିବାରେ ଲାଗିଲା। ଅହଂକାର ଆସିବାରୁ ସେମାନଙ୍କୁ ୨୪୦ ସିଟରେ ଅଟକିବାକୁ ପଡିଲା। ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳି ନ ଥିଲା।
  12. 12.ଓଡ଼ିଶାରେ ପ୍ରଥମ ଭାଜପା ସରକାର ଗଠନ ହେବାର ୩ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୋଟ ୬ଟି ବିଭାଗ ରହିଛି।
  13. 13.ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ ସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଭାବରେ ମନୋନୀତ କରିଛି।
  14. 14.କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ଭାରତମାତା’ ଏବଂ ସ୍ୱର୍ଗତ କଂଗ୍ରେସ ମୁଖ୍ୟମନ୍ତ୍ରୀ କେ କରୁଣାକରନଙ୍କୁ ଜଣେ ସାହସୀ ପ୍ରଶାସକ ଭାବେ ବର୍ଣ୍ଣନା କରିଛନ୍ତି।
  15. 15.ୟେମେନର ହୁତିମାନଙ୍କ ଉପରେ ଆମେରିକା ସେନା ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ହୁତି ବିଦ୍ରୋହୀଙ୍କ ଅନେକ ରାଡାର ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ହୁତିମାନଙ୍କ ରାଡାର ଷ୍ଟେସନକୁ ଟାର୍ଗେଟ କରାଯାଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.