• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକାର ପୁର୍ଟୋ ରିକୋ ନିର୍ବାଚନରେ ଶତାଧିକ ଇଭିଏମ୍‌ରେ ମତଦାନ ଅନିୟମିତତା ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଉଲ୍ଲେଖ କରି ମସ୍କ ଇଭିଏମ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ।

  2. 2.ଆମେରିକାରେ ଟେକ୍ସାସ୍‌ର ରାଉଣ୍ଡ ରକ୍‌ ପାର୍କ ଓ ମିସିଗାନ୍‌ର ୱାଟର ପାର୍କରେ ଗଣ-ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ‌ବେଳେ ତିନି ଶିଶୁଙ୍କ ସହ ୧୬ ଆହତ ହୋଇଛନ୍ତି।

  3. 3.ପାଣ୍ଠି ଯୋଗାଡ଼ କରିବାରେ ସମସ୍ୟା ଓ ଖର୍ଚ୍ଚ କାଟ ଉପରେ ଷ୍ଟାର୍ଟଅପ୍‌ଗୁଡ଼ିକ ଗୁରୁତ୍ବ ଦେଉଥିବାରୁ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଚଳିତ ବର୍ଷ ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।

  4. 4.ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ପକ୍ଷରୁ ପ୍ରସ୍ତୁତ ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଅଯୋଧ୍ୟା ଦଙ୍ଗା ସମ୍ପର୍କିତ ଅଧ୍ୟାୟର ଅନେକ ବିଷୟକୁ ହଟାଇ ଦିଆଯାଇଛି।

  5. 5.ମ୍ୟୁଚୁଆଲ ଫଣ୍ଡ ପ୍ରତି ବଢ଼ୁଛି ଲୋକଙ୍କ ଆଗ୍ରହ । ନିବେଶର ନୂଆ ମାଧ୍ୟମକୁ ଲୋକେ କରୁଛନ୍ତି ପସନ୍ଦ। ଏଥିପାଇଁତ’ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦୁଇ ମାସରେ ହିଁ ୮୧ ଲକ୍ଷରୁ ଅଧିକ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ ସହ ଯୋଡ଼ି ହୋଇଛନ୍ତି।

  6. 6.ଅଯୋଧ୍ୟା ଗଲା ୩୨୦୦ କିଲୋର ଧନୁ, ୩୦୦୦ କିଲୋର ଗଦା ; ରାଜସ୍ଥାନର ଭକ୍ତ କଲେ ଦାନ ।

  7. 7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ମାସ ୨୦ରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍‌ ବୈଠକ ଆରମ୍ଭ କରିବେ।

  8. 8.ସରକାରୀ ମୋବାଇଲ୍‌ ଫୋନ୍‌ ଦ୍ବାରା ଇଭିଏମ୍‌ ହ୍ୟାକ୍‌ କରିବା ଅଭିଯୋଗ ଆଣି ଶିବସେନା ସାଂସଦ ରବୀନ୍ଦ୍ର ୱୈକରଙ୍କ ଶଳା ମଙ୍ଗେଶ ପାନ୍ଦିଲ୍‌କର ଓ ନିର୍ବାଚନ ଅଧିକାରୀ ଦୀନେଶ ଗୌରବଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।

  9. 9.ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଥିବା ଏକ ମଦ କାରଖାନାରୁ ୩୯ ଜଣ ବାଳକ ଓ ୧୯ ଜଣ ବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ଏହି ପିଲାମାନଙ୍କୁ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ବଳପୂର୍ବକ କାମରେ ନିୟୋଜିତ କରାଯାଇଥିଲା।

  10. 10.ଏକାଧିକ ସ୍ଥାନରେ ଜନସେବା କାର୍ଯ୍ୟକ୍ରମରେ ଅଧିକାଂଶ ଲୋକଙ୍କ ସାମିଲ ହେବା ନେଇ ଲିମକା ବୁକ୍ ଅଫ୍ ରେକର୍ଡରେ ଭାରତୀୟ ରେଳବାଇ ସ୍ଥାନ ପାଇଛି। ରେଳ ମନ୍ତ୍ରଣାଳୟ ଚଳିତ ବର୍ଷ ଫେବ୍ରୁଆରି ୨୬ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ଦୁଇ ହଜାରରୁ ଅଧିକ ସ୍ଥାନରେ ୪୦ ଲକ୍ଷ ୧୯ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।

  11. 11.ବିହାରର ପଟନା ଅନ୍ତର୍ଗତ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଯାତ୍ରୀମାନଙ୍କୁ ଖୋଜିବା ଲାଗି ଏସଡିଆରଏଫ ପକ୍ଷରୁ ଉଦ୍ୟମ ଜାରି ରହିଛି।

  12. 12.ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ ଖୋଜା ଆରମ୍ଭ ହୋଇଛି। ତେବେ ଡିପ୍‌ଥେରିଆ ରୋଗରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

  13. 13.ରାଜ୍ୟର ସମସ୍ତ ସରକାରୀ ଚାକିରିରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କ ପାଇଁ ଏକ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ହଜ ସମୟରେ ପାରଦ ୪୭ ଡିଗ୍ରୀ ଉପରେ ପହଞ୍ଚିଛି। ବିଶେଷ କରି ବୟସ୍କମାନଙ୍କ ପାଇଁ ଏହା ଅସୁବିଧା ବୃଦ୍ଧି କରିଛି । ମକ୍କାରେ ଅତ୍ୟଧିକ ଉତ୍ତାପ ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି।

  15.  15.ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ମୁତାବକ ପ୍ରତି ତିନିବର୍ଷରେ ରନତ୍ଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.