• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବୁକର ପୁରସ୍କାର ବିଜେତା ଲେଖିକା ଅରୁନ୍ଧତୀ ରାୟଙ୍କୁ ମର୍ଯ୍ୟାଦାଜନକ ପେନ୍‌ ପିଣ୍ଟର ପ୍ରାଇଜ୍‌ରେ ସମ୍ମାନିତ କରାଯାଇଛି। ତାଙ୍କର ଅଦମ୍ୟ ଏବଂ ଦୃଢ଼ ଲେଖା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିଜର ପ୍ରଥମ ଉପନ୍ୟାସ ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍ଗ୍‌ସ’ ପାଇଁ ବୁକର ପୁରସ୍କାର ପାଇଥିଲେ ଅରୁନ୍ଧତୀ।

  2. 2.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା।  

  3. 3.ଓଏମ୍ଆର୍ ସିଟ୍‌ରେ ମାର୍କ ଗଣନାରେ ଅସଙ୍ଗତି ଅଛି ବୋଲି ଦାବି କରୁଥିବା ଏକ ଲର୍ଣ୍ଣିଂ ଆପ୍ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗୁରୁବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ନୋଟିସ୍ ଜାରି କରିଛନ୍ତି।

  4. 4.ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ମୋବାଇଲ୍ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ପ୍ଲାନ ଜାରି କରିଛି | କରିଛି। ଜିଓର ନୂତନ ଶୁଳ୍କ ପ୍ଲାନ ଜୁଲାଇ ୩, ୨୦୨୪ରୁ କାର୍ଯ୍ୟକାରୀ ହେବ। ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍‌ର ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି।

  5. 5.କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ସମସ୍ୟା ବଢ଼ିଛି। ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ କର୍ଣ୍ଣାଟକ ସିଆଇଡି ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି।

  6. 6.ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୨-୨୩ରେ ପରିବାର ସଞ୍ଚୟ ପରିମାଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୮.୪%କୁ ହ୍ରାସ ପାଇଛି। ୨୦୧୩-୨୨ ପର୍ଯ୍ୟନ୍ତ ଏହି ହାର ୨୦% ଭଳି ଉଚ୍ଚ ସ୍ତରରେ ଥିଲା। ପରିବାରଗୁଡ଼ିକର ଆର୍ଥିକ ଦେୟ ବଢ଼ୁଥିବା ବେଳେ ସେମାନଙ୍କ ଉପରେ ଋଣକୁ ନେଇ ଯେଉଁ ଚାପ ରହିଛି ତାହା ଉପରେ ତୀକ୍ଷ୍‌ଣ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି।

  7. 7.ରାଞ୍ଚିର ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି।

  8. 8.କଲକାତା ଓ ପଶ୍ଚିମବଙ୍ଗର ଅନ୍ୟ ଜିଲାରେ ଥିବା ବିଜେପି ଅଫିସ ଭାଙ୍ଗିଲା ପ୍ରଶାସନ।  ବିଜେପି କର୍ମୀଙ୍କ ବିରୋଧ।

  9. 9.ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ.. ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା.. ଗତ ୨୪ ଘଣ୍ଟାରେ ୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

  10. 10.ଦିଲ୍ଲୀ ସମେତ ଦେଶର ୬୧ ରେଳ ଷ୍ଟେସନରେ ଜନୌଷଧି କେନ୍ଦ୍ର ଖୋଲିବ।

  11. 11.ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ଅଚାନକ ଭୁଶୁଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି ।

  12. 12.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ବର୍ଷକୁ ପ୍ରାୟ ୩୦ ଲକ୍ଷ ଲୋକ ମଦ ପିଇ ପ୍ରାଣ ହରାଉଛନ୍ତି ।

  13. 13.ଉତ୍ତର କୋରିଆ ସଫଳତାର ସହ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସଫଳ ପରୀକ୍ଷଣ ସହିତ ଉତ୍ତର କୋରିଆ ଗୁରୁବାର ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଛି।

  14. 14.ପୂର୍ବ ଆମେରିକୀୟ ଦେଣ ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଡେଜଙ୍କୁ ଆମେରିକାର ଏକ କୋର୍ଟ ୪୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  15. 15.ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଲା ଭାରତ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.