• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. କେନ୍ଦ୍ର ସରକାର ଦେଶର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା (ଡେପୁଟି ଏନଏସଏ) ୧୯୮୯ ବ୍ୟାଚ୍‌ ଆଇଏଫ୍‌ଏସ୍‌ (ଭାରତୀୟ ବିଦେଶ ସେବା) ଅଫିସର ବିକ୍ରମ ମିଶ୍ରିଙ୍କୁ ନିଯୁକ୍ତ କରିଛନ୍ତି

  2. 2.ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍) କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ପୂର୍ବରୁ ଏହି ପରୀକ୍ଷା ପେନ୍‌ ଓ ପେପର୍‌ ଆଧାରିତ ଥିଲା । ୟୁଜିସି ନେଟ୍ ପରୀକ୍ଷା ଚଳିତ ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୨୫ରୁ ଜୁଲାଇ ୨୭ ମଧ୍ୟରେ ସିଏସ୍‌ଆଇଆର-ନେଟ୍ ପରୀକ୍ଷା ଶେଷ ହେବ।

  3. 3.ମହାକାଶ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ୧୯୯୪ ଇସ୍ରୋ ଗୁପ୍ତଚର ମାମଲାରେ ଫସାଇବା ଅଭିଯୋଗରେ କେରଳର ଦୁଇ ପୂର୍ବତନ ଡିଜିପି ସିବି ମାଥ୍ୟୁସ୍ ଓ ଗୁଜରାଟର ଆରବି ଶ୍ରୀକୁମାରଙ୍କ ସମେତ ଅନ୍ୟ ତିନି ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି

  4. 4.ଏପ୍ରିଲ ୨୦୨୩ ସୁଦ୍ଧା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ବିଭିନ୍ନ କର୍କଟ ଗବେଷଣା ଏଜେନ୍ସିର ତଥ୍ୟ ଅନୁଯାୟୀ, ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ସବୁଠାରୁ ସାଧାରଣ କର୍କଟ ଅଟେ |

  5. 5.ମହାରାଷ୍ଟ୍ରର ୪୪ ଲକ୍ଷ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଦେୟ ଛାଡ କରାଯିବ। ଶୁକ୍ରବାର ବିଧାନସଭାରେ ୨୦୨୪-୨୫ ବଜେଟ୍ ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଅଜିତ ପାୱାର ଏ ସମ୍ପର୍କରେ ଘୋଷଣା କରିଛନ୍ତି।

  6. 6.ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଜମି ଦୁର୍ନୀତି ମାମଲା‌ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍‌ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ଆଜି ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ବାହାରିଛନ୍ତି।

  7. 7.ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ହୋଇଛି, ଯାହା କି ୧୯୩୬ ପରଠାରୁ ଜୁନ୍ ମାସରେ ସର୍ବାଧିକ ଦୈନିକ ବର୍ଷା।

  8. 8.ଜିଓ ଏହାର ଟାରିଫ୍‌ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍‌ ବଢ଼ାଇଛନ୍ତି। ଏହି ତିନି କମ୍ପାନିର ପଦକ୍ଷେପ ରାଜ୍ୟର ୨ କୋଟି ୮୩ ଲକ୍ଷ ୮୦ ହଜାର ୪୭୭ ଜଣ ମୋବାଇଲ୍‌ ଗ୍ରାହକଙ୍କୁ ପ୍ରଭାବିତ କରିବ।

  9. 9.ଦେଶର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ସ କମ୍ପାନି ଏଭିଜି ଲଜିଷ୍ଟିକ୍ସକୁ ରାଜ୍ୟ ସରକାର ଖୋର୍ଦ୍ଧାରେ ୪ ଏକର ଜମି ଆବଣ୍ଟନ କରିଛନ୍ତି।

  10. 10.ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି।

  11. 11.ଚଳିତ ଜୁନ୍‌ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି।

  12. 12.ସଂସଦର ନିୟମ ଅନୁଯାୟୀ, ଗୃହରେ ପ୍ରତ୍ୟେକ ଏମପିଙ୍କ ସାମ୍ନାରେ ଏକ ମାଇକ ରହିଛି। ଯାହାକୁ ସାଉଣ୍ଡ ଇଞ୍ଜିନିୟରମାନେ ଏହାକୁ ଅନ କିମ୍ବା ଅଫ କରନ୍ତି।

  13. 13.ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଇଛନ୍ତି ରାଜ୍ୟ ସରକାର । ସେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

  14. 14.ଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଭାଜପା ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।

  15. 15.ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍‌ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍‌ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.