• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଚୀନର ସିଂଘୁଆ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ବିଶ୍ବର ପ୍ରଥମ ଇଲେକ୍ଟ୍ରୋନିକ୍ ଚର୍ମ ବା ଇ-ସ୍କିନ୍ ବିକଶିତ କରିପାରିଛନ୍ତି। 

  2. 2.ଦେଶ ଭିତରେ ବ୍ୟାଙ୍କ୍ ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ଆଇଏଫ୍‌ଏସ୍‌ କୋଡ୍ ଆବଶ୍ୟକ ହେଉଥିବା ବେଳେ ଅନ୍ୟଦେଶ ସହ ଟଙ୍କା ଦେଣନେଣ ପାଇଁ ଆବଶ୍ୟକ ହୁଏ ସ୍ବିଫ୍ଟ୍ କୋଡ୍‌। ଏହାକୁ ‘ବ୍ୟାଙ୍କ୍ ଆଇଡେଣ୍ଟିଫାୟର୍‌ କୋଡ୍‌‘ ବା ସଂକ୍ଷେପରେ ‘ବିିକ୍‌‘ ମଧ୍ୟ କୁହାଯ‌ାଏ। ସ୍ବିଫ୍‌ଟ କହିଲେ ‘ସୋସାଇଟି ଫର୍ ୱାର୍ଲଡୱାଇଡ୍‌ ଇଣ୍ଟରବ୍ୟାଙ୍କ୍‌ ଫାଇନାନ୍‌ସିଆଲ୍ ଟେଲିକମ୍ୟୁନିକେସନ୍‌‘କୁ ବୁଝାଏ।

  3. 3.ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ଜଣେ ସାଥୀ ବୈବାହିକ ସଂପର୍କରେ ଥାଆନ୍ତି, ସେତେବେଳେ ଲିଭ-ଇନ୍ ସମ୍ପର୍କ ବୈଧ ନୁହେଁ ଜଷ୍ଟିସ୍ ଆରଏମଟି ଟିକା ରମଣ କହିଛନ୍ତି ଦୁଇଜଣ ବୟସ୍କ ଯିଏ ଏକାଠି ରହୁଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ ବିବାହ କରିସାରିଛନ୍ତି, ସେମାନଙ୍କ ଲିଭ୍-ଇନ ସାଥିଙ୍କର କୌଣସି ସମ୍ପତ୍ତି ଉତ୍ତରାଧିକାରୀ କିମ୍ବା ଉତ୍ତରାଧିକାରୀ ହେବାର ଅଧିକାର ନାହିଁ ତେବେ ସେ ଉତ୍ତରାଧିକାର ଅଧିକାର ଦାବି କରି ପାରିବେ ନାହିଁ।

  4. 4.ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହାଜତ ମିଆଦ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାରରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦ୍‌ଘାଟନ କରିଛନ୍ତି।

  6. 6.ଚଳିତ ବର୍ଷ ହଜ୍‌ ଯାତ୍ରା ସମୟରେ ଅସହ୍ୟ ଗରମ ପାଇଁ ୫୭୭ ଜଣ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୬୮ ଜଣ ଭାରତୀୟ ଅଛନ୍ତି। ମକ୍କାର ଗ୍ରାଣ୍ଡ୍‌ ମସଜିଦରେ ଗତ ସୋମବାର ତାପମାତ୍ରା ୫୧.୮ ଡିଗ୍ରି ସେଲସିୟସ ଥିଲା।

  7. 7.ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ନାଦିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଅରୁଣ ।

  8. 8.ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ।

  9. 9.ଚଳିତ ବର୍ଷ ୪୩୦୦ ଧନୀ ଲୋକ ଭାରତ ଛାଡ଼ିବେ ବୋଲି ହେଲ୍‌ନି ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୪ରେ ଆକଳନ କରାଯାଇଛି। ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ)କୁ ପସନ୍ଦର ସ୍ଥାନ ଭା‌ବେ ଚୟନ କରୁଛନ୍ତି। ଶୂନ ଆୟକର ନୀତି, ଗୋଲ୍‌ଡେନ୍ ଭିସା, ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଲୋକମାନେ ସେହି ଦେଶରେ ରହିବାକୁ ପସନ୍ଦ କରୁଛନ୍ତି।

  10. 10.ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିଦେଇଛି।

  11. 11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହେଉଛି। ଲୋକ ସଭା ନିର୍ବାଚନ ସମୟରେ ଏକ ରାଲିରେ ସେ ଷ୍ଟକ ମାର୍କେଟ ବିଷୟରେ ଦେଇଥିବା ପୂର୍ବାନୁମାନ ଏପର୍ଯ୍ୟନ୍ତ ୧୦୦ ପ୍ରତିଶତ ସଠିକ ପ୍ରମାଣିତ ହୋଇଛି।

  12. 12.ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବା ସୂଚନ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

  13. 13.ତାଇୱାନକୁ ୩୬୦ ମିଲିୟନ ଡଲାର ମୂଲ୍ୟର ନୂତନ ଅସ୍ତ୍ର ବିକ୍ରିକୁ ବାଇଡେନ ପ୍ରଶାସନ ଅନୁମୋଦନ କରିଛି। ଏଥିରେ 291Altius-600M ସିଷ୍ଟମ ଅନ୍ତର୍ଭୁକ୍ତ ।

  14. 14.୨୧ ଜୁନରେ ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ସାରା ବିଶ୍ବ ପାଇଁ ଏହା ବହୁତ ଖାସ୍ ହେବ । ସେଦିନ ପୂର୍ଣ୍ଣିମା ରାତି ।

  15. 15.ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି। ବିଜେଡି ବିଧାୟକ ଦଳ ବୈଠକରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.