• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଜି ୧୦ମ ବିଶ୍ଵ ଯୋଗ ଦିବସ। ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି।

  2. 2.ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି।

  3. 3.ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କାର୍ଯ୍ୟର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଗୁରୁବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

  4. 4.୬୬ ବର୍ଷରେ ପାଦ ଦେଇଛନ୍ତି ରାଷ୍ଟପତି ଦ୍ରୌପଦୀ ମୁର୍ମୁ। ଜନ୍ମ ଦିନ ଅବସରରେ ସକାଳୁ ରାଷ୍ଟ୍ରପତି ସ୍ଥାନୀୟ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।

  5. 5.ବାୟୁ ପ୍ରଦୂଷଣ ଶିଶୁଙ୍କ ସ୍ବାସ୍ଥ୍ୟକୁ ଅତି ସାଂଘାତିକ କ୍ଷତି ପହଞ୍ଚାଉଛି। ବିଷାକ୍ତ ବାୟୁ ପ୍ରତି ବର୍ଷ ବିଶ୍ବରେ ପ୍ରାୟ ୮ ଲକ୍ଷ ଶିଶୁଙ୍କ ଜୀବନ ନେଉଛି ଏବଂ ପ୍ରତି ଘଣ୍ଟାରେ ୮୦ ଜଣ ଶିଶୁ ପ୍ରଦୂଷଣଜନିତ ମୃତ୍ୟୁର ଶିକାର ହେଉଥିବା ଏକ ଆକଳନରୁ ଜଣାପଡ଼ିଛି।

  6. 6.ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପାଟନା ପୁଲିସ ୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଅନୁସାରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରଦାନ କରିବା ପାଇଁ ଏକ ଗ୍ୟାଙ୍ଗ ଦ୍ୱାରା ଜଣପିଛା ୩୨ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା।

  7. 7.୩୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ୍‌ ଭର୍ଜିନିଆ କଂଗ୍ରେସ ଆସନ (ସଂସଦୀୟ ଆସନ) ପାଇଁ ଡେମୋକ୍ରାଟିକ୍‌ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ଲାଭ କରିଛନ୍ତି।

  8. 8.ଟି-୨୦ ବିଶ୍ବକପ୍ ୨୦୨୪ର ସୁପର-୮ରେ ଭାରତୀୟ ଦଳ ଆଜି ଆଫଗାନିସ୍ତାନ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟ ଜଗତରେ ଏକ ଦୁଃଖଦ ଘଟଣା ଘଟିଛି ।

  9. 9.ଗୋଟିଏ ପଟେ ଭାରତ ଏଥର ରେକର୍ଡ ଭାଙ୍ଗି ଗରମ ଅନୁଭବ କରୁଛି। ସେପଟେ ସାଉଦି ଆରବରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।

  10. 10.ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍‌)ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ ବିଭାଗ ପକ୍ଷରୁ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବ।

  11. 11.ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ସତ୍ତ୍ବେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତରୁ ମୋଟ ୧୭ ଲକ୍ଷ ୮୧ ହଜାର ୬୦୨ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରାଯାଇଛି, ଯାହାର ମୂଲ୍ୟ ୬୦,୫୨୩.୮୯ କୋଟି ଟଙ୍କା।

  12. 12.ଜୁନ୍‌ ୨୧ରେ ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି।

  13. 13.ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୧୧ଦିନିଆ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର (ବିଆଇଟିଏଫ୍‌)ର ଆୟୋଜନ କରାଯାଉଛି। ଏହି ମେଳା ୨୦୨୪ ଜୁନ୍‌ ୨୧ରୁ ଜୁଲାଇ ୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଜନତା ମଇଦାନଠାରେ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

  14. 14.ଆମେରିକା ସମେତ ବିଶ୍ବର ଅନେକ ଦେଶରେ ଏବେ ତାପମାତ୍ରା ଭୀଷଣ ବଢିବାରେ ଲାଗିଛି । ଏସିଆ ଓ ୟୁରୋପ ମହାଦେଶରେ ଲୋକେ ଗରମରେ ହନ୍ତସନ୍ତ ହେଉଛନ୍ତି । ସାଉଦି ଆରବରେ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି ।

  15. 15.ସ୍ବିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ସମ୍ପତ୍ତି ୨୦୨୩ରେ ୭୦% କମିଛି। ଏହା ୪ବର୍ଷର ସର୍ବନିମ୍ନ ସ୍ତର ୧.୦୪ ବିଲିୟନ ସ୍ବିସ୍‌ ଫ୍ରାଙ୍କ (୯ ହଜାର ୭ଶହ ୭୧ କୋଟି ଟଙ୍କା)ରେ ପହଞ୍ଚିଥିବା ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ତଥ୍ୟ ପ୍ରକାଶ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.