• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଯାତ୍ରା। ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି।

  2. 2.ସାରା ଦେଶରେ କିଛି ସପ୍ତାହ ହେଲା ପ୍ରଚଣ୍ଡ ଗ୍ରୀଷ୍ମଲହରି ପ୍ରବାହିତ ହେଉଥିବାବେଳେ ଉତ୍କଟ ଜଳ ସମସ୍ୟା ସ୍ଥିତିକୁ ଅଧିକ ସଙ୍ଗିନ୍‌ କରିଛି। ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ମୋଟ ଜଳ ପରିମାଣ ୨୧ ପ୍ରତିଶତକୁ ହ୍ରାସ ପାଇଛି।

  3. 3.ଚୀନର ଦକ୍ଷିଣାଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଛି। ଭୂସ୍ଖଳନ ଯୋଗୁଁ ଶହ ଶହ ଘର ପାଣିରେ ବୁଡ଼ି ଯାଇଥିବା ବେଳେ ଅନେକ ଘର ଓ ଦୋକାନ ଭୁଶୁଡ଼ି ପଡ଼ିଛି। ଫଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ସାମ୍ନାକୁ ଆସୁଛି।

  4. 4.ୟୁଜିସି ନେଟ୍ ପରୀକ୍ଷା ମାମଲାରେ ନୂଆ ମୋଡ଼ ଆସିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏ ନେଇ ଏକ ମାମଲା ରୁଜୁ କରିଛି।

  5. 5.୩୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ୍‌ ଭର୍ଜିନିଆ କଂଗ୍ରେସ ଆସନ (ସଂସଦୀୟ ଆସନ) ପାଇଁ ଡେମୋକ୍ରାଟିକ୍‌ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ଲାଭ କରିଛନ୍ତି।

  6. 6.କେନ୍ଦ୍ର ସରକାର ଦେଶର ୬୭ଟି କୋଇଲା ବ୍ଲକ୍‌ର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ୧୯୫୭ ଅଧୀନ ୧୦ମ ପର୍ଯ୍ୟାୟ ନିଲାମରେ ଏହା କରାଯାଉଛି।

  7. 7.ଯୋଗଗୁରୁ ସ୍ବାମୀ ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ମାର୍ଗଦର୍ଶନରେ ପତଞ୍ଜଳି ୱେଲନେସ୍‌, ପତଞ୍ଜଳି ଯୋଗୀପୀଠ-୨ ସ୍ଥିତ ଯୋଗଭବନ ସଭାଗୃହରେ ୧୦ମ ଅନ୍ତଜାତୀୟ ଯୋଗଦିବସ ପାଳିତ ହୋଇଛି।

  8. 8.ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ କୋଟି ବୃଦ୍ଧି ପାଇଛି ।

  9. 9.ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ଆୟୋଜିତ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) ୟୁଜିସି ନେଟ ସ୍ଥଗିତ ରଖାଯାଇଛି। ଜୁନ ୨୫ରୁ ୨୭ ତାରିଖ ମଧ୍ୟରେ  ସିଏସଆଇଆର ୟୁଜିସି ନେଟ ପରୀକ୍ଷା କରାଯିବା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା।

  10. 10.ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ପରିଚାଳିତ ଜାତୀୟ ଯୋଗ୍ୟତା ପରୀକ୍ଷା (ଏନଇଟି) ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ ସୂଚନା ମିଳିବା ପରେ ପରୀକ୍ଷାର ଦିନକ ପରେ ଏହାକୁ ବାତିଲ କରିଦିଆଯାଇଥିଲା।

  11. 11.ଗତ ୭ ବର୍ଷ ମଧ୍ୟରେ ଭାରତରେ ୭୦ଟି ପ୍ରଶ୍ନପତ୍ର ପ୍ରଘଟ ମାମଲା ସାମ୍ନାକୁ ଆସିଛି। ଦେଶର ୧୫ଟି ରାଜ୍ୟ ସମେତ ଜାତୀୟସ୍ତରରେ ଏଭଳି ମାମଲା ଘଟିଛି। ଏହାଦ୍ବାରା ପ୍ରାୟ ୧ କୋଟି ୭୦ ଲକ୍ଷ ଛାତ୍ରଛାତ୍ରୀ ଓ ନିଯୁକ୍ତି ଆଶାୟୀ ପ୍ରଭାବିତ ହୋଇଛନ୍ତି।

  12. 12.ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷକ ଯୋଗ୍ୟତା ୨୦୨୪ (ଓଟିଇଟି) ପରୀକ୍ଷା ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ଯାଏଁ ପେପର-୧ ଓ ଅପରାହ୍ଣ ୨ଟାରୁ ୪.୩୦ ଯାଏଁ ପେପର-୨ ପରୀକ୍ଷା ହେବ।

  13. 13.ଏଣିକି ଦୈନିକ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପ୍ରତିଦିନ ଅପରାହ୍ଣ ୩ଟା ରୁ ୫ଟା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ।

  14. 14.୨୦୨୪ ନିର୍ବାଚନରେ ଝାରସୁଗୁଡ଼ାରେ ଇଭିଏମ୍‌ ହେରଫେର ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଆବେଦନ ଗ୍ରହଣ ପରେ ଏବେ ପୁନଃ ଯାଞ୍ଚ ହେବ ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍।

  15. 15.ଓଡ଼ିଶା ୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୁକ୍ରବାର ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବୈଠକ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.