• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି।

  2. 2.ଜୁଲାଇ ୧ରୁ ବଦଳିପାରେ କ୍ରେଡିଟ୍ କାର୍ଡ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜୁଲାଇ ୧ରୁ ଆଣିବାକୁ ଯାଉଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁସାରେ,ବିଲ୍ ପେମେଣ୍ଟ ଏବେଠୁ BBPS ଜରିଆରେ ହେବ। BBPS ହେଉଛି ଭାରତ ବିଲ୍ ପେମେଣ୍ଟ ସିଷ୍ଟମ।

  3. 3.ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଭାରତୀୟ ଟେନିସ୍‌ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି।

  4. 4.ସଂସଦର ଅଧିବେଶନରେ ଭାଗ ନେଲେ ଏମ୍‌ପିମାନଙ୍କୁ ଦୈନିକ ପାଉଣା ମିଳିଥାଏ। ସଦସ୍ୟ ଭାବେ(ବେତନ,ଭତ୍ତା,ପେନସନ) ଅଧିନିୟମ୧୯୫୪ ମୁତାବକ ଏମ୍‌ପିଙ୍କୁ ଦରମା ଏବଂ ଅନ୍ୟ ସୁବିଧା ମିଳିଥାଏ। କେବଳ ଦରମା କଥା କହିଲେ ଏମ୍‌ପିମାନଙ୍କୁ ମାସକୁ ୧ ଲକ୍ଷ ଟଙ୍କା ମିଳିଥାଏ। ଏହାଛଡ଼ା ବିଭିନ୍ନ ପ୍ରକାର ଭତ୍ତା ଏବଂ ପେନସନ ସୁବିଧା ମିଳିଥାଏ।

  5. 5.ମଧ୍ୟପ୍ରଦେଶ ରାଜ୍ୟର ମନ୍ତ୍ରିପରିଷଦ ସଦସ୍ୟମାନେ ନିଜର ଆୟ ଉପରେ କୌଣସି କର ଦେଉନଥିଲେ। ନୂତନ ନିୟମାନୁସାରେ, ସମସ୍ତ ମନ୍ତ୍ରୀ ନିଜ ନିଜର ଆୟ ଉପରେ ନିଜେ କର ପୈଠ କରିବେ। ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ୧୯୭୨ ମସିହାରୁ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର ଆୟକର ସହାୟତାକୁ ବିଲୋପ କରାଯାଇଛି। 

  6. 6.ଜଳବାୟୁ ପରିବର୍ତ୍ତନ କାରଣରୁ ଭାରତରେ ୨୦୧୮ରୁ ଗ୍ରୀଷ୍ମଋତୁରେ ପ୍ରତିବର୍ଷ ୨୫ ଡିଗ୍ରି ସେଲସିୟସରୁ ଅଧିକ ତାପମାତ୍ରା ସହ ଅତି କମ୍‌ରେ ୫୦ରୁ ୮୦ ଅଧିକ ଗରମ ରାତିସଂଖ୍ୟା(‘ନିଦ୍ରାହୀନ ରାତି’) ବଢ଼ୁଛି।

  7. 7.ବିରୋଧୀ ଦଳର ନେତା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପରେ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ସହମତି ହୋଇଛନ୍ତି।

  8. 8.ଶନିବାର ସୂର୍ଯ୍ୟକାନ୍ତା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଏନସିପିର ଶରଦ ପାୱାର ଗୋଷ୍ଠୀରେ ମିଶିଛନ୍ତି। ସୂର୍ଯ୍ୟକାନ୍ତାଙ୍କ ଫେରିବା ଶରଦ ପାୱାରଙ୍କ ଦଳକୁ ଆଗାମୀ ବିଧାନସଭା ନିର୍ବାଚନରେ ସହାୟକ ହେବ ବୋଲି କୁହାଯାଉଛି।

  9. 9.ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ।

  10. 10.କେନ୍ଦ୍ରୀୟ ଡେପୁଟେଶନରେ ଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଫିସର ମନୋଜ ଆହୁଜା ଓଡ଼ିଶାକୁ ଫେରୁଛନ୍ତି।

  11. 11.ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’।

  12. 12.ଦିଲ୍ଲୀ ଜଳ ସଙ୍କଟକୁ ନେଇ ଅନଶନରେ ବସିଥିବା ମନ୍ତ୍ରୀ ଆତୀଶି ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି। ଏନେଇ ଆମ୍‌ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଘୋଷଣା କରିଛନ୍ତି।

  13. 13.ଗୁଜରାଟ ସରକାର ଏନ୍‌ଇଇଟି-ୟୁଜି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିବାର ଦିନକ ପରେ ଏହାର ଏକ ଟିମ୍‌ ସୋମବାର ଗୋଧ୍ରାରେ ପହଞ୍ଚତ୍ ସ୍ଥାନୀୟ ପୋଲିସଠାରୁ ୧୦୦୦ ପୃଷ୍ଠାରୁ ଊର୍ଦ୍ଧ୍ୱ କାଗଜପତ୍ର ଗ୍ରହଣ କରିଛି।

  14. 14.ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋ

  15. 15.ବିଶ୍ୱରେ ଆଫଗାନିସ୍ତାନ କ୍ରିକେଟ ଟିମ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି। ରସିଦ ଖାନଙ୍କ ଅଧିନାୟକତ୍ୱ ଦଳ ପ୍ରଥମେ ସୁପର- ୮ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତା’ପରେ ଏହି ଦଳ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଆଫଗାନିସ୍ତାନ ପ୍ରଥମ ଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.