• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭା ର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ।

  2. 2.ଶାସକ ବିଜେପି ନେତୃତ୍ୱାଧୀନ ମେଣ୍ଟ ପାଖରେ ଯଥେଷ୍ଟ ସଂଖ୍ୟା ଥିବାରୁ ଓମ୍ ବିର୍ଲା ଲୋକସଭା ବାଚସ୍ପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି। ଏହାପରେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇବା ସହ ନିରପେକ୍ଷ ଗୃହ ପରିଚାଳନା ପାଇଁ ଅନୁରୋଧ ଜଣାଇଛନ୍ତି।

  3. 3.ଦୀର୍ଘ ୧୪ ବର୍ଷର ଦେଶାନ୍ତର, ବନ୍ଦୀ ଜୀବନ ଓ ଆଇନଗତ ସଂଘର୍ଷ ପରେ ବହୁ ଚର୍ଚ୍ଚିତ ଗୁପ୍ତ ତଥ୍ୟ ପ୍ରକାଶନ ସଂସ୍ଥା ୱିକିଲିକ୍‌ସର ପ୍ରତିଷ୍ଠାତା ଜୁଲିଆନ୍‌ ଆସାଞ୍ଜ ଅଷ୍ଟ୍ରେଲିଆ ସ୍ଥିତ ନିଜ ଘରକୁ ମୁକ୍ତ ନାଗରିକ ଭାବେ ଫେରିଛନ୍ତି।

  4. 4.ଶାରୀରିକ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତର ଜନସଂଖ୍ୟା ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି। ଦି ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥ ଜର୍ଣ୍ଣାଲ୍ ଅନୁଯାୟୀ ଭାରତର ୫୭ ପ୍ରତିଶତ ମହିଳା ଶାରୀରିକ ଦୃଷ୍ଟିରୁ ଅଳସୁଆ। ୪୨ ପ୍ରତିଶତ ଭାରତୀୟ ପୁରୁଷ ଅଳସୁଆ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

  5. 5.ଆସନ୍ତା ସପ୍ତାହରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ୪୦ ଲକ୍ଷ ତୃଣମୂଳସ୍ତରର ଅଧିକାରୀଙ୍କୁ ତାଲିମ ଦିଆଯାଇଛି।

  6. 6.କ୍ରମାଗତ ଦ୍ୱିତୀୟ ଥର ପାଇଁ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ପରେ ବିରୋଧୀ ଦଳର ନେତା ଭାବରେ ସ୍ୱୀକୃତି ଦେଇଛନ୍ତି।

  7. 7.ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍‌ ବ୍ୟୁ‌ରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ କରିଥିଲା

  8. 8.ଟେଲିକମ୍ ବିଭାଗ ସୂଚନା ଅନୁସାରେ ଓଡ଼ିଶାରେ କେବଳ ଭାରତୀ ଏୟାରଟେଲ୍‌ ସ୍ପେକ୍ଟ୍ରମ୍ କିଣିବା ଲାଗି ବିଡ୍ ଦାଖଲ କରିଥିଲା। ଏହା ୯୦୦ ମେଗାହର୍ଜ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ବିଡ୍‌ ଦାଖଲ କରି ସ୍ପେକ୍ଟ୍ରମ୍ ହାସଲ କରିଛି।

  9. 9.ଖାଲଖମା ଓ କାଦୁଅ ଥିବା ଖରାପ ରାସ୍ତା ଲାଗି ଟୋଲ ଶୁଳ୍କ ଆଦା‌ୟ କରାଯିବା ଅନୁଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଟୋଲ୍ ଶୁଳ୍କ ସଂଗ୍ରହ କରିବା ପୂର୍ବରୁ ରାଜପଥ ଏଜେନ୍ସିଗୁଡ଼ିକ ଭଲ ରାସ୍ତା ଯୋଗାଇଦେବା ଦରକାର।

  10. 10.ଜୁଲାଇ ପହିଲାରୁ ସବୁ ଜିଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।

  11. 11.ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଥିଲା।

  12. 12.ଟିଟିଲାଗଡରେ ଏକ ରେଳ ଫ୍ଲାଏ ଓଭର ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ଭାରତୀୟ ରେଳାବାଈ ୧୮୩.୮୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରେଳବାଇର ଶକ୍ତି କରିଡର ସ୍କିମ୍ ଅଧୀନରେ କାର‌୍ୟ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ, ଏହି ବ୍ୟସ୍ତବହୁଳ ବିଭାଗରେ ଟ୍ରେନ୍ ଚଳାଚଳର ଦକ୍ଷତା ଏବଂ ଦକ୍ଷତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

  13. 13.ଘରୋଇ ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି।

  14. 14.ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି।

  15. 15.ଟି-୨୦ ବିଶ୍ୱକପରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.