• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପହଣ୍ଡି ସଅଳ ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଛି। ଯେଉଁଥିପାଇଁ ତିନି ରଥ ବିଶେଷ ଆଗକୁ ଗଡ଼ି ପାରିନାହାନ୍ତି। ଅନ୍ଧାର ହୋଇଯିବାରୁ ସନ୍ଧ୍ୟା ୬ଟା ୪୫ରୁ ରଥଟଣା ବନ୍ଦ ରଖାଯାଇଛି। ବାରମ୍ବାର ଡାହାଣ ଓ ବାମ କଡ଼ ମାଡ଼ି ତାଳଧ୍ବଜ ରଥ ଗଡ଼ିବାରୁ ରଥଟଣା ବିଳମ୍ବ ହୋଇଛି।

  2. 2.ରବିବାର ପୁରୀରେ ରଥଟଣା ବେଳେ ଏକ ଅଘଟଣ ଘଟିଛି। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମଳିଛି।

  3. 3.ଲେବର ପାର୍ଟିରେ ଏବେ ୧୯ ଜଣ ଭାରତୀୟ ବଂଶେଦ୍ଭବ ସାଂସଦ ଥିବା ସତ୍ତ୍ୱେ ନୂଆ ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ କେବଳ ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଲିସା ନନ୍ଦୀ ସ୍ଥାନ ପାଇବା ଚର୍ଚ୍ଚାର ବିଷୟ ପାଲଟିଛି।

  4. 4. ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ରବିବାର  ନାର୍କୋ-ଆତଙ୍କବାଦୀ ନେଟଓ୍ବର୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗତ  ୪ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୦୮-୧୦ ଜୁଲାଇ ୨୦୨୪ରେ ରୁଷ ଏବଂ ଅଷ୍ଟ୍ରିଆ ଗସ୍ତରେ ଯିବେ | ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଜୁଲାଇ ୮ ରୁ ୯ ପର୍ଯ୍ୟନ୍ତ ମସ୍କୋରେ ରହିବେ |

  6. 6.ଶ୍ରୀଲଙ୍କା ସରକାର ଆସନ୍ତା ବର୍ଷଠାରୁ ବିଦେଶୀ ଗବେଷଣା ଜାହାଜ ଆସିବା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ ଶ୍ରୀଲଙ୍କାର ଯାଇ ଚୀନର ଗବେଷଣା ଜାହାଜକୁ ପୁଣି ଥରେ ଏହି ବାହାନାରେ ଭାରତ ଉପରେ ଗୁପ୍ତଚର କରିବାର ସୁଯୋଗ ମିଳିପାରେ ।

  7. 7.ମାଡ୍ରାସ ହାଇକୋର୍ଟ ତାମିଲନାଡୁ ବିଏସପି ରାଜ୍ୟ ସଭାପତି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହକୁ ଦଳ କାର୍ଯ୍ୟାଳୟ ପରିସରରେ ସମାଧି ଦେବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି।

  8. 8.ଆୟୁଷ୍ମାନ ଭାରତ ଯୋଜନା‌ର ହିତାଧିକାରୀଙ୍କ ସଂଖ୍ୟା ଆଗାମୀ ୩ ବର୍ଷ ମଧ୍ୟରେ ଦୁଇଗୁଣା କରିବାକୁ ସରକାର ଯୋଜନା ରଖିଛନ୍ତି। ଏଥିସହିତ ଏହି ଯୋଜନାରେ ହିତାଧିକାରୀଙ୍କୁ ଚିକିତ୍ସା ବାବଦରେ ପ୍ରଦାନ କରାଯାଉଥିବା ବୀମାରାଶିକୁ ଦୁଇଗୁଣା କରି ୧୦ ଲକ୍ଷ ଟଙ୍କା କରାଯାଇପାରେ।

  9. 9.ବିଶ୍ବର ପ୍ରମୁଖ ଚିପ୍‌ କମ୍ପାନି ସ୍ଥାପନ ପୂର୍ବରୁ ସେ କିଶୋର ବୟସରେ ଡେନିସ୍‌ ରେ‌ସ୍ତୋରାଁରେ କାର୍ଯ୍ୟ କରୁଥିଲେ। ସେଠାରେ ସେ ଟେବୁଲ ସଫା କରିବା ସହିତ ପ୍ଲେଟ, ବାସନକୁସନ ମାଜୁଥିଲେ ଏବଂ ପାଇଖାନା ସଫା କରୁଥିଲେ।

  10. 10.ଭାରତରେ ସିନେମା ଓ ସୋ’ ଦେଖିବାକୁ ହେଲେ ଡିଟିଏଚ୍ ରିଚାର୍ଜ ଡିଟିଏଚ୍ ପାଇଁ ମାସିକ ଅତି କମରେ ୨୦୦ରୁ ୩୦୦ ଟଙ୍କା କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଭି ୯୫ ଟଙ୍କାର ଓଟିଟି ପ୍ଲାନ୍ ଆଣି ସିନେମା ଓ ସୋ’ ଦେଖୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ବିକଳ୍ପ ଆଣିଛି, ଯେଉଁଥିରେ ଡାଟା ଏବଂ ଓଟିଟି ସବସ୍କ୍ରିପସନ ପ୍ଲାନ ରହିଛି ।

  11. 11.ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବିରୋଧରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ପିଏନବି ଉପରେ ୧.୩୧ କୋଟି ଟଙ୍କା ଜରିମାନା ଲଗାଇଛି।

  12. 12.ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପହଞ୍ଚିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  13. 13.ବ୍ରିଟିଶ ରାଜ ପରିବାର ସଦସ୍ୟ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ଧର୍ମପତ୍ନୀ ମେଘନ ମାର୍କେଲଙ୍କ ମଧ୍ୟରେ ସବୁକିଛି ଠିକ ଚାଲଇନାହିଁ ବୋଲି କୁହାଯାଉଛି।

  14. 14.ଚନ୍ଦ୍ର ପରେ ମଣିଷ ଖୁବଶୀଘ୍ର ମଙ୍ଗଳ ଗ୍ରହରେ ପାଦ ଦେବ। ଏହି ଦିଗରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପରି ପରିକଳ୍ପିତ ଏକ ସ୍ବତନ୍ତ୍ର ଘରେ ୩୭୮ ଦିନ ବିତାଇବା ପରେ ନାସାର ଚାରିଜଣ ବୈଜ୍ଞାନିକ ନିରାପଦରେ ବାହାରିଛନ୍ତି।

  15. 15.ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ ବିରୋଧୀ ତଥା ଉଦାରବାଦୀ ନେତା ଭାବରେ ଜଣାଶୁଣା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.