• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ବନ୍ୟାରେ ବର୍ତ୍ତମାନସୁଦ୍ଧା କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୩୧ ବନ୍ୟଜନ୍ତୁ ମରିଗଲେଣି। ମୃତ ବନ୍ୟଜନ୍ତୁଙ୍କ ମଧ୍ୟରେ ୬ ଗଣ୍ଡା ଏବଂ ୧୧୭ ହରିଣ ଅଛନ୍ତି।
  2. 2. ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ଜିତିଛନ୍ତି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ‌ହେମନ୍ତଙ୍କ ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା‌) ନେତୃତ୍ବାଧୀନ ଶାସକ ମେଣ୍ଟର ୪୫ ଜଣ ବିଧାୟକ ଅଛନ୍ତି।
  3. 3.  ଜମ୍ମୁ କଶ୍ମୀର କଠୁଆ ଜିଲ୍ଲାରେ ଆଜି ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୫ ଯବାନ ଗୁରୁତର ଆହତ ହୋଇଛନ୍ତି।
  4. 4. ୨୦୨୪ର ଜୁନ୍ ମାସ ଥିଲା ବିଶ୍ବର ସବୁଠୁ ଉତ୍ତପ୍ତ ମାସ। ୟୁରୋପୀୟ ସଂଘର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍) ପକ୍ଷରୁ ଏହା କୁହାଯାଇଛି।.
  5. 5. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର ଗତ ବର୍ଷ ଲଣ୍ଡନର ଏକ ସଂଗ୍ରହାଳୟରୁ ଛତ୍ରପତି ଶିବାଜୀ ମହାରାଜଙ୍କ ବାଘ ନଖକୁ ଫେରାଇ ଆଣିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ବର୍ତ୍ତମାନ ମହାରାଷ୍ଟ୍ରର ଐତିହାସିକ ଇନ୍ଦ୍ରଜିତ୍ ସାୱନ୍ତ ଦାବି କରିଛନ୍ତି ଶିବାଜୀଙ୍କ ଏହି ବାଘ ନଖ ଯାହା ଲଣ୍ଡନରୁ ଅଣାଯାଉଛି ତାହା ଅସଲି ନୁହେଁ।
  6. 6. ୟୁପି ଓ ବିହାରରେ ଋଣ ବଣ୍ଟନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଏହି ଦୁଇ ରାଜ୍ୟରେ ଋଣ ବଣ୍ଟନର ଗତି ମନ୍ଥର ହେବାକୁ ପଡିବ, କାରଣ ଏଠାରେ ଋଣ ବବଲ ଫାଟିବାର ଭୟ ରହିଛି।
  7. 7.ଏୟାର କାନାଡା କାର୍ଗୋ ଟର୍ମିନାଲରୁ ୬୬୦୦ ସୁନା ବାର ଚୋରି ହୋଇଥିଲା। ଯାହା ଏପର୍ଯ୍ୟନ୍ତ ପୁନର୍ରୁଦ୍ଧାର ହୋଇନାହିଁ। ଜୁନ୍ ୨୧ ରେ ଅନୁଷ୍ଠିତ ପୋଲିସ ସେବା ବୋର୍ଡର ବ‌ୈଠକରେ ଏହି ସୂଚନା ଦିଆଯାଇଛି।
  8. 8. ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ତାଙ୍କ ସ୍ବାକ୍ଷରରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ରାଜ୍ୟସ୍ତରୀୟ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି।
  9. 9. ନିଟ ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍‌ ହୋଇଛି ।
  10. 10. ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  11. 11. ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍‌ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକୁ ପରିଦର୍ଶନ କରିଛନ୍ତି।
  12. 12. ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।
  13. 13. ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ସୋମବାର ସାମ୍ନାକୁ ଆସିଛି। ଏଠାରେ ସୁଲାୱେସି ଦ୍ୱୀପରେ ପ୍ରବଳ ବର୍ଷା ହେତୁ ଏକ ବେଆଇନ ସୁନା ଖଣିରେ ଭୂସ୍ଖଳନ ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ଅନ୍ୟ ୧୮ ଜଣଙ୍କ କୌଣସି ପତ୍ତା ମିଳିପାରି ନାହିଁ।
  14. 14. କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆଗାମୀ ତିନି ବର୍ଷ ମଧ୍ୟରେ ଦ୍ୱିଗୁଣିତ କରିବା ନେଇ ଗୁରୁତର ସହ ବିଚାର କରୁଛନ୍ତି। ସରକାର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଏବଂ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କଭରେଜକୁ ବାର୍ଷିକ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି।
  15. 15. ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧୭ ବର୍ଷ ପରେ ଭାରତ ଟ୍ବେଣ୍ଟି୨୦ ବିଶ୍ବ ଚମ୍ପିଆନ୍‌ ହୋଇଛି। ଦଳର ଏହି କୃତିତ୍ବ ପାଇଁ ଭାରତୀୟ ଦଳ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ବିସିସିଆଇ କରିଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.