• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦେଶରେ ୩ଟି ନୂଆ ଆପରାଧିକ ଆଇନ ଆଜି(ସୋମବାର)ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ।

  2. 2.ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଉପ ବାଚସ୍ପତି ପଦ ପାଇଁ ସମାଜବାଦି ପାର୍ଟି (ଏସପି) କୁ ସୁଯୋଗ ଦେବାକୁ ଦାବି କରିଛନ୍ତି।

  3. 3.ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

  4. 4.ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି।

  5. 5.୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରମନୋଜ ଆହୁଜା ରବିବାର ଅପରାହ୍ନରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି।

  6. 6.ପ୍ରକୃତ କୃଷକମାନଙ୍କୁ ପିଏମ କିସାନ ସାମ୍ମାନ ନିଧି, କିସାନ କ୍ରେଡିଟ କାର୍ଡ ସମେତ ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ କୃଷକଙ୍କ ରେଜିଷ୍ଟ୍ରି ପ୍ରସ୍ତୁତ ହେବ।

  7. 7.ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି

  8. 8.ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ଜିଲ୍ଲାପରିଷଦ ସଦସ୍ୟ ଶାହଜାହନ୍‌ ଶେଖ୍‌ଙ୍କ ଆତଙ୍କରାଜ ଘଟଣା ତାଜା ରହିଥିବା ବେଳେ ଆଜି ପୁଣି ଜଣେ ଟିଏମ୍‌ସି ନେତା ତେଜମୁଲ୍‌ ଏକ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।

  9. 9.ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାଯୁତି ସରକାର ଆଜି ଦୁଇ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହଯୋଗୀ ଦଳକୁ ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜଣାଇଛନ୍ତି।

  10. 10.ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଭାବେ ଆଇଏଏସ୍ ସୁଜାତା ସୌନିକ ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ରାଜ୍ୟରେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି।

  11. 11.ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦାୟିତ୍ବ ପ୍ରଦାନ କରାଯାଇଛି।

  12. 12.ମୋବାଇଲ୍ ନମ୍ବର ପୋର୍ଟ ପାଇଁ ନବମ ଥର ପାଇଁ ସଂଶୋଧନ କରାଯାଇଛି, ଯାହା ଅନୁଯାୟୀ ବର୍ତ୍ତମାନ ବ୍ୟବହାରକାରୀଙ୍କୁ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ।

  13. 13.ସଂସ୍କୃତ ଭାଷାରେ ସମ୍ବାଦ ପରିବେଷଣକୁ ୫୦ ବର୍ଷ ପୂରଣ ହୋଇଥିବାରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ଆକାଶବାଣୀ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।

  14. 14.ବିହାର ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଗିରିଡିହ ଜିଲା ଦେଓରି ବ୍ଲକର ଅର୍‌ଗା ନଦୀ ଉପରେ ନିର୍ମାଣାଧୀନ ଏହି ସେତୁର ପିଲାର୍‌ ପ୍ରବଳ ବର୍ଷା ହେତୁ ଦବି ଯିବା କାରଣରୁ ଏହା ଭୁଶୁଡ଼ି ପଡ଼ିଛି।

  15. 15.ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ବିସିସିଆଇ ପକ୍ଷରୁ ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.