• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ସରକାର ୮ଟି କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିମଧ୍ୟରୁ ଅଧିକାଂଶ କମିଟିରେ ମୁଖ୍ୟ ଅଛନ୍ତି। ସରକାର ଆଜି ନିଯୁକ୍ତି, ଆବାସ, ଅର୍ଥନୈତିକ ବ୍ୟାପାର, ସଂସଦୀୟ ବ୍ୟାପାର, ରାଜନୈତିକ ବ୍ୟାପାର, ସୁରକ୍ଷା, ବିନିଯୋଗ ଏବଂ ବିକାଶ, ଦକ୍ଷତା, ନିଯୁକ୍ତି ଓ ଜୀବିକା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି।

  2. 2.କୋଭିଡ୍ ମହାମାରୀ ଆହ୍ବାନ ସତ୍ତ୍ବେ ୨୦୨୨-୨୪ରେ ଭାରତର ଦାରିଦ୍ର୍ୟ ହାର ୮.୫ ପ୍ରତିଶତକୁ ଖସିଆସିଛି। ୨୦୨୧-୨୨ରେ ଏହି ହାର ୨୧.୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା ବୋଲି ନ୍ୟାସନାଲ୍ କାଉନ୍‌ସିଲ୍ ଫର ଆପ୍ଲାଏଡ୍ ଇକୋନମିକ୍ ରିସର୍ଚ୍ଚ (ଏନ୍‌ସିଏଇଆର୍‌)ର ଏକ ରିପୋର୍ଟରୁ ଜଣାପଡ଼ିଛି।

  3. 3.ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି।

  4. 4.ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି।

  5. 5.ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍‌ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫ ସିସି ଇଞ୍ଜିନ ସହିତ ଲଞ୍ଚ ହେବ।

  6. 6.ଲୋକସଭା ନିର୍ବାଚନ ପରେ ଏହି ପ୍ରଥମ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ନିଶାଣ କରିଥିଲେ। ସମ୍ବିଧାନ ଉଲ୍ଲଂଘନ ଅଭିଯୋଗ ଆଣି ବିରୋଧୀ ସାଂସଦମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ।

  7. 7.ଆତଙ୍କବାଦ ମାମଲାରେ ଜେଲରେ ୪ ବର୍ଷ ଧରି ବନ୍ଦୀ ଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅବସରରେ କୋର୍ଟ ମୌଖିକ ଭାବେ ଏନ୍‌ଆଇଏର ବିଳମ୍ବିତ ତଦନ୍ତକୁ ସମାଲୋଚନା କରି କହିଛନ୍ତି, ଆଇନର ଉପହାସ କରନାହିଁ।

  8. 8.ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ।

  9. 9.ଭାରତୀୟ ସେନା ଏବେ ଏକ ବଡ ପଦକ୍ଷେପ ନେଇଛି | ସୈନ୍ୟ ପରିବହନ ପାଇଁ ଭାରତୀୟ ସେନା ପ୍ରାୟ ୧୧୩ଟି ହାଇଡ୍ରୋଜେନ ବସ୍ କିଣିଛି। ଏହି ବସ୍ ୨୫୦ କିଲୋମିଟରର ମାଇଲେଜ ଦେଉଥିବାବେଳେ ଏହି ୪୦ ସିଟ୍ ବିଶିଷ୍ଟ ବସ୍ ମୁଖ୍ୟତଃ ସମତଳ ଏବଂ ପାହାଡ ଅଞ୍ଚଳରେ ନିୟୋଜିତ ହେବ |

  10. 10.ଭାରତର ଟ୍ବିଟର ଭାବେ ପରିଚିତ ସ୍ବଦେଶୀ ସୋସିଆଲ ମିଡିଆ ‘କୁ’ର ଯାତ୍ରା ଶେଷ ହେବାକୁ ଯାଉଛି। ଅନ୍ୟ ସଂସ୍ଥା ସହ ମିଶ୍ରଣ ଲାଗି କମ୍ପାନି କର୍ତ୍ତୃପକ୍ଷ କରିଥିବା ଉଦ୍ୟମ ବିଫଳ ହେବା ପରେ ପ୍ଲାଟଫର୍ମକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

  11. 11.ବୁଧବାର ବିରୋଧୀ ଦଳର ଏମପିମାନେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ସମୟରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ବିଜେଡି ନେତା ତଥା ରାଜ୍ୟସଭା ଏମପି ଶସ୍ମିତ ପାତ୍ର ବିଜେଡିର ନେତୃତ୍ୱ ନେଇ ଇଣ୍ଡିଆ ମେଣ୍ଟ ପଛେ ପଛେ କକ୍ଷ ତ୍ୟାଗ କରିଥିଲେ।

  12. 12.ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ୫-ଜି ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ୭୧ ପ୍ରତିଶତ ଅଧିକ ଦେବାକୁ ପଡ଼ିବ।

  13. 13.ହନ୍‌ସଲ ମେହତାଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦି ବକିଂହାମ୍‌ ମର୍ଡର୍ସ’ର ରିଲିଜ୍‌ ତାରିଖ ସୋମବାର ଘୋଷଣା କରାଯାଇଛି।

  14. 14.ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପାଇଁ ୪୦୦ ଇ-ବସ୍‌ ଅଣାଯିବ। ଭୁବନେଶ୍ୱର, କଟକ ଓ ରାଉରକେଲା ସହର ପାଇଁ ୧୦୦ ଲେଖାଏ ଏବଂ ସମ୍ବଲପୁର ଓ ବ୍ରହ୍ମପୁର ସହର ପାଇଁ ୫୦ଟି ଇ-ବସ୍‌ ଯୋଗାଇ ଦିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

  15. 15.ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ଧଳା ବାଘୁଣୀ ମୌସୁମୀ ଗର୍ଭଧାରଣ ସହିତ ବାଘ ସଂରକ୍ଷଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.