• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଋଷି ସୁନକଙ୍କ ସ୍ଥାନରେ ଲେବର ପାର୍ଟି ମୁଖ୍ୟ କେୟର ଷ୍ଟାର୍ମର ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟିର ଶୋଚନୀୟ ପରାଜୟ ଘଟିଛି।

  2. 2.ବ୍ରିଟେନର ଲେବର ନେତା କେୟର ଷ୍ଟାର୍ମର ଜଣେ ପୂର୍ବତନ ମାନବାଧିକାର ଆଇନଜୀବୀ ଓ ପବ୍ଲିକ ପ୍ରସିକ୍ୟୁଟର, ଯାହାଙ୍କୁ ଏବେ ଦେଶର ପରିସ୍ଥିତିକୁ ସୁଧାରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ୬୧ ବର୍ଷୀୟ ଷ୍ଟାର୍ମର ପ୍ରାୟ ଅର୍ଦ୍ଧଶତାବ୍ଦୀ ଭିତରେ ବ୍ରିଟିସ ପ୍ରଧାନମନ୍ତ୍ରୀ ହେବାରେ ସବୁଠାରୁ ବୟସ୍କ ବ୍ୟକ୍ତି।

  3. 3.ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଯବାନମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଥିଲେ। ମୋଟ ୧୦ଟି କୀର୍ତ୍ତି ଚକ୍ର (୭ଟି ମରଣୋତ୍ତର) ଓ ୨୬ଟି ଶୌର୍ଯ୍ୟ ଚକ୍ର (୭ଟି ମରଣୋତ୍ତର) ପ୍ରଦାନ କରାଯାଇଥିଲା।

  4. 4.ଆସନ୍ତା ୨୨ ତାରିଖରୁ ସପ୍ତଦଶ ଓଡିଶା  ବିଧାନସଭା ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ।

  5. 5.ଦକ୍ଷିଣ କୋରିଆର ଗୁମି ସିଟିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ରୋବଟ୍ କର୍ମଚାରୀ ପ୍ରବଳ କାର୍ଯ୍ୟ ଚାପରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବା ଘଟଣା ଦେଶବ୍ୟାପୀ ବିତର୍କ ସୃଷ୍ଟି କରିଛି।

  6. 6.ବିହାରରେ ଗତ ୧୭ ଦିନ ମଧ୍ୟରେ ୧୨ଟି ପୋଲ ଭୁଶୁଡ଼ି ପଡ଼ିଛି। ବାରମ୍ବାର ରାଜ୍ୟରେ ଗୋଟିଏ ପରେ ଗୋଟିଏ ପୋଲ ଭୁଶୁଡ଼ିବା ଘଟଣା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।

  7. 7.ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ- ଭଟିଣ୍ଡା ଓ ବିଜୟପୁର ଏବଂ ଜର୍ଜ ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥ ଇଣ୍ଡିଆର ଗବେଷକଙ୍କ ଦ୍ୱାରା ୨୦୧୬ରୁ ୨୦୧୮ ମଧ୍ୟରେ ୫ରୁ ୧୯ ବର୍ଷ ବୟସର ୨୪,୬୯୦ ଶିଶୁ ଓ କିଶୋରଙ୍କୁ ନେଇ ଏହି ନୂତନ ଅଧ୍ୟୟନ କରାଯାଇଥିଲା ଫଳାଫଳରୁ ଜଣାପଡିଛି ଯେ ୪.୯% (ପ୍ରତି ୧୦୦ରେ ପ୍ରାୟ ୫ ଜଣ ବା ପ୍ରତି ହଜାରରେ ୪୯ ଜଣ) ଶିଶୁ ଓ କିଶୋର ଦୁରାରୋଗ୍ୟ କିଡ୍‌ନି ସମସ୍ୟାରେ ପୀଡ଼ିତ।

  8. 8.ରିଲାଏନ୍ସ ଜିଓ ୩ଟି ନୂଆ ୫ଜି ଡାଟା ବୁଷ୍ଟର ପ୍ଲାନ ଲଞ୍ଚ କରିଛି । ହି ପ୍ଲାନ୍ ଗୁଡ଼ିକର ମୂଲ୍ୟ ୫୧, ୧୦୧ ଓ ୧୫୧ ଟଙ୍କା ରହିଛି। ୟୁଜର୍ସ ନିଜ ନିୟମିତ ପ୍ଲାନ୍ ରେ ଏହି ପ୍ଲାନ୍ କୁ ରିଚାର୍ଜ କରିପାରିବେ, କିନ୍ତୁ ରିପୋର୍ଟରେ କୁହାଯାଉଛି ଯେ ୪୭୯ ଓ ୧୮୯୯ ଟଙ୍କାର ପ୍ଲାନ୍ ରେ ଏହି ତିନୋଟି ୫ଜି ଡାଟା ବୁଷ୍ଟର ପ୍ଲାନ୍ ବ୍ୟବହାର ହେବ ନାହିଁ।

  9. 9.ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

  10. 10.ଓଡିଶା ରାଜ୍ୟରେ ୫ କୋଟି ଗଛ ଲାଗିବାକୁ ଥିବା ବେଳେ ସରକାର ୨.୨୦ କୋଟି ଗଛ ଲଗାଇବେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ  ୨.୮୦ କୋଟି ଗଛ ଲଗାଯିବ। ଏଥିସହିତ ଜାପାନରେ ଦେଖାଯାଉଥିବା ଚେରି ବ୍ଲଜମ ଟ୍ରି ଦାରିଙ୍ଗବାଡ଼ିରେ ବି ଲଗାଯିବ।

  11. 11.ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ପୁଣିଥରେ ଭାରତରେ ନିବେଶ ପାଇଁ ଯୋଜନାକୁ ସ୍ଥଗିତ ରଖିଛି। ମସ୍କ ଏପ୍ରିଲ ଶେଷରେ ଭାରତ ଗସ୍ତକୁ ବାତିଲ କରିବା ପରେ ଏହି ଖବର ଆସିଛି।

  12. 12ଚଳିତ ରବିଋତୁରେ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ) ୨୬୬ ଲକ୍ଷ ମେଟ୍ରିକ ଟନ୍‌ (ଏଲ୍‌ଏମ୍‌ଟି) ଗହମ କିଣିଛି।

  13. 13.ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଛାଡ଼ି କଂଗ୍ରେସରେ ଯୋଗଦେବାର ଦିନକ ପରେ କେ. କେଶବ ରାଓ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

  14. 14.ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବର ୧୭ରେ ମନା କରିଦେଇଥିଲେ। ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୦ରେ ହେବ।

  15. 15. ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଉତ୍ତର କାଲିଫର୍ଣ୍ଣିଆରେ ଦ୍ରୁତ ଗତିରେ ଜଙ୍ଗଲ ନିଆଁ ବଢ଼ୁ ଥିବାରୁ ଅତି କମରେ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.