• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରବିବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାଯତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଶ୍ରୀମନ୍ଦିର ରନତ୍ସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା
  2. 2.ଅଗ୍ନିପଥ ଯୋଜନାରେ ସାମିଲ ହୋଇଥିବା ଯୁବକଯୁବତୀଙ୍କ ଉପର ବୟସ ସୀମା ୨୩କୁ ବୃଦ୍ଧି କରାଯିବା ସହ ୪ ବର୍ଷ ପରେ ଅତି କମ୍‌ରେ ୫୦ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ କରିବାକୁ ସଶସ୍ତ୍ର ବାହିନୀ ସରକାରଙ୍କୁ ପ୍ରସ୍ତାବ ଦେଇପାରେ ବୋଲି ଶୁକ୍ରବାର କିଛି ବରିଷ୍ଠ ସାମରିକ ଅଧିକାରୀ କହିଛନ୍ତି।
  3. 3. ସୂରଜପାଲ ସିଂହ ଓରଫ ଭୋଲେ ବାବାଙ୍କ ସହ ଜଡ଼ିତ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜକୁ କର୍ତ୍ତୃପକ୍ଷ ଜବତ କରିଛନ୍ତି। ଦାନ ନିଅନ୍ତିନି ବୋଲି ଦାବି କରିବା ସତ୍ତ୍ୱେ ବାବା ୨୪ଟି ବିଳାସପୂର୍ଣ୍ଣ ଆଶ୍ରମର ତଦାରଖ କରନ୍ତି, ବିଳାସପୂର୍ଣ୍ଣ କାର୍ ଚଳାନ୍ତି ଓ ଏକ ଘରୋଇ ସୁରକ୍ଷା ବଳ ନିୟୋଜିତ କରିଛନ୍ତି।
  4. 4. ଟମାଟୋ, ପିଆଜ, କଞ୍ଚା ଲଙ୍କା, ଆଳୁ ଭଳି ଅନେକ ପନିପରିବାର ମୂଲ୍ୟ ଦେଶର ଅନେକ ବଜାରରେ ବୃଦ୍ଧି ପାଇଛି। ଅନେକ ରାଜ୍ୟରେ ଟମାଟୋ କିଲୋଗ୍ରାମ ପିଛା ୧୦୦ ରୁ ୧୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି।
  5. 5. ଦିଲ୍ଲୀରେ ୮ ବର୍ଷ ତଳେ ଘଟିଥିବା ଏକ ମର୍ସିଡିଜ୍ ହିଟ୍ ଆଣ୍ଡ ରନ୍ ମାମଲାରେ ତିସ୍ ହଜାରୀ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଅଭିଯୁକ୍ତର ବାପା ଉପରେ ୨ କୋଟିର ଜରିମନା ଲଗାଇଛନ୍ତି ।
  6. 6. ଗୁଜରାଟର ସୁରଟରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ପ୍ରାୟ ୫ ଜଣ ଏବେ ବି କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି
  7. 7. ନିକଟରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ପ୍ରଦାନ କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ହ୍ୱାଟସ୍ ଆପ୍ ଚାଟ୍ ଆଇନ୍ ଦୃଷ୍ଟିରେ ଏକ ଆଇନଗତ ପ୍ରମାଣ ନୁହେଁ। ଉପଯୁକ୍ତ ପ୍ରମାଣପତ୍ର ବିନା ହ୍ବାଟସ୍ ଆପ୍ ଚାଟ୍‌କୁ କୌଣସି ସ୍ୱୀକୃତି ମିଳିବ ନାହିଁ। ଏହାକୁ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ ନାହିଁ।
  8. 8. ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲ-ଜୁଲାଇ ୪ ମାସ ପାଇଁ ଥିଲା ।
  9. 9. ନିଟ୍ ୟୁଜି ପରୀକ୍ଷା ସହ ଜଡିତ ଏକ ବଡ ଖବର ଶନିବାର ସାମ୍ନାକୁ ଆସିଛି। ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ ନିଟ୍ ୟୁଜି କାଉନସେଲିଂକୁ ସ୍ଥଗିତ ରଖାଯାଇଛି। ଆଗାମୀ ସୂଚନା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି।
  10. 10. ୨୦୨୩-୨୪ରେ ପ୍ରତିରକ୍ଷା ଉତ୍ପାଦ ମୂଲ୍ୟରେ ଭାରତ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି। ୨୦୨୩-୨୪ରେ ଉତ୍ପାଦନ ମୂଲ୍ୟ ପାଖାପାଖି ଏକ ଲକ୍ଷ ୨୬ ହଜାର ୮୮୭ କୋଟିରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷର ଉତ୍ପାଦନ ମୂଲ୍ୟ ତୁଳନାରେ ୧୬.୮% ଅଧିକ।
  11. 11. ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି।
  12. 12. ରାଜ୍ୟର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ କାମ ପାଇଁ ଜମି ଦେବାରେ ଜବରଦଖଲ ବାଧକ ସାଜୁଛି। ଅନେକ ସ୍ଥାନରେ ବହୁ ମୂଲ୍ୟବାନ ଜମି ସବୁ ଅବୈଧ ଭାବେ ଜବରଦଖଲ କରାଯାଉଛି। କିଛି ସ୍ଥାନରେ କଥା ମାଳି ମକଦ୍ଦମା ଆଡେ ମଧ୍ୟ ଯାଉଛି। ତେଣୁ ସର୍ଭେ କରି ତୁରନ୍ତ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
  13. 13. ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଜଙ୍ଗଲ ସଫାରି ହେବ। ପର୍ଯ୍ୟଟକଙ୍କୁ ଜଙ୍ଗଲ ବୁଲିବାର ଅନୁଭୂତି ମିଳିବ। ଅକ୍ଟୋବରରୁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି।
  14. 14. ଆମ ଦେଶର ସାମଗ୍ରିକ ସମୃଦ୍ଧତା ପାଇଁ ଶକ୍ତି ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଚଳିତ ବର୍ଷ ୨୫୦ଜିଡବ୍ଲ୍ୟୁର ସର୍ବୋଚ୍ଚ ଚାହିଦା ୨୦୩୧-୩୨ସୁଦ୍ଧା ୩୮୪ଜିଡବ୍ଲ୍ୟୁରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି।
  15. 15. ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ହରାରେ ସ୍ପୋଟର୍‌ସ କ୍ଲବରେ ଖେଳା ଯାଇଥିବା ବେଳେ ଭାରତ ୧୩ ରନ୍‌ରେ ହାରି ଯାଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.