-
1.ଗାଡ଼ିର ସାମ୍ନା ୱିଣ୍ଡସିଲ୍ଡରେ ଫାସ୍ଟ୍ୟାଗ୍ ଲଗାଉନଥିବା ଲୋକମାନଙ୍କୁ ଅବହେଳା ମହଙ୍ଗା ପଡ଼ିବ। ସେଭଳି ଗାଡ଼ି ଚାଳକଙ୍କଠାରୁ ଦୁଇ ଗୁଣା ଅଧିକ ଫି’ ଆଦାୟ କରାଯିବ। ଏନେଇ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଏକ ଗାଇଡ୍ଲାଇନ୍ ଜାରି କରିଛନ୍ତି।
-
2.ଶିଳ୍ପ ସ୍ଥାପନ ଲାଗି ଭଡ଼ାରେ ଜମି ଯୋଗାଇ ଦେବାକୁ ତାମିଲନାଡ଼ୁ କୋଏମ୍ବାଟୁର୍ର ଉଦ୍ୟୋଗୀମାନେ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
-
3.ବାଂଲାଦେଶରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଭାରତୀୟ ଛାତ୍ରମାନଙ୍କୁ ବୁଲାବୁଲି ନ କରିବା ଏବଂ ଗତିବିଧିକୁ କମ୍ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁରୋଧ କରିଛି।
-
4.ବିଶ୍ୱର ୧୦ଟି ବୃହତ୍ତମ କୋଇଲା ଖଣି ତାଲିକାରେ ଛତିଶଗଡ଼ର କୋଲ୍ ଇଣ୍ଡିଆର ସହାୟକ ସଂସ୍ଥା ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏସ୍ଇସିଏଲ୍)ର ଗେଭରା ଓ କୁସମୁଣ୍ଡା କୋଇଲା ଖଣି ଦ୍ବିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି।
-
5.ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନ। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।
-
6.ଦ୍ୱିତୀୟ ପର୍ଯ୍ୟାୟର ଗୁରୁବାର ଭିତର ରତ୍ନଭଣ୍ଡାର ଖୋଲିଛି ରତ୍ନଭଣ୍ଡାର ତଦାରଖ କମିଟି। ଏହି ଅବସରରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଭିତର ରତ୍ନଭଣ୍ଡାରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।
-
7.ଦିଲ୍ଲୀ ସ୍କିଲ୍ସ ଆଣ୍ଡ ଏଣ୍ଟରପ୍ରାଇଜର୍ସିପ୍ ୟୁନିଭରସିଟି (DSEU) ଛାତ୍ରମାନଙ୍କ ସମୟ ସୂଚୀରୁ ମଧ୍ୟାହ୍ନ ଭୋଜନ ବିରତିକୁ ହଟାଇ ଦିଆଯାଇଛି | ଏଣିକି ଲଗାତାର ଆଠ ଘଣ୍ଟା କ୍ଲାସ୍ ଚଳାଇବାର ଏକ ନୂତନ ନିୟମ ଲାଗୁ କରାଯାଇଛି।
-
8.ଜଳପ୍ରପାତରେ ରିଲ୍ସ କରୁଥିବା ବେଳେ ଖସିଲା ଗୋଡ଼। ୩୦୦ଫୁଟ୍ ତଳକୁ ଖସିବାରୁ ଚାଲିଗଲା ଇନଫ୍ଲୁଏନସରଙ୍କ ଜୀବନ। ମୁମ୍ବାଇର ମୁଲୁଣ୍ଡରେ ରହୁଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅନବୀ କାମଦାରଙ୍କ ସହ ଏଭଳି ଘଟିଥିବା ଜଣାପଡ଼ିଛି।
-
9.ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ଓ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର । ୪ଟି ଆଲମୀରା ଓ ୩ଟି ସିନ୍ଦୁକରେ ଥିଲା ସୁନା, ରୂପା ଓ ଦୁର୍ଲଭ ଅଳଙ୍କାର।
-
1.ରେଳବାଇ ସମ୍ବଲପୁରରେ ୨୮୮.୬୧ କୋଟି ଟଙ୍କାର ଫ୍ଲାଏ ଓଭର ପ୍ରକଳ୍ପକୁ ମଞ୍ଜୁରି ଦେଲା ।
-
11.ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଉ ଥିବା କିଟ୍ର ୧୨ ଛାତ୍ରଛାତ୍ରୀଙ୍କୁ , ୭ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ ଅଚ୍ୟୁତ ସାମନ୍ତ ଘୋଷଣା କଲେ ।
-
12.ଯାଜପୁର ମେଡିକାଲ କଲେଜକୁ ମଞ୍ଜୁରି ମିଳିଲା, ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମ ଲେଖା ହେବ ।
-
13.NEET-UGକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଶନିବାର ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ।
-
14.ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। କ୍ଷମତାସୀନ ମନ୍ତ୍ରୀମଣ୍ଡଳ ପରି ବିରୋଧୀଙ୍କ ମଧ୍ୟ ଏକ ମନ୍ତ୍ରୀ ମଣ୍ଡଳ ରହିଛି ଯାହାକୁ ‘ଛାୟା କ୍ୟାବିନେଟ’ ବୋଲି କୁହାଯାଏ।.
-
15.ଶ୍ରୀଲଙ୍କା ବିପକ୍ଷରେ ଘୋଷଣା ହେଲା ଭାରତୀୟ ଦଳ: ଟି-୨୦ରେ ସୂର୍ଯ୍ୟ କୁମାରଙ୍କୁ ଅଧିନାୟକ ଦାୟିତ୍ୱ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.