• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସେବାୟତଙ୍କ ହାତରୁ ପ୍ରଭୁ ବଳଭଦ୍ର ଖସିପଡି ୩ ସେବାୟତ ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ ସମୟରେ ପହଣ୍ଡିବେଳେ ସେବାୟତଙ୍କ ହାତରୁ ଖସି ପଡିଲେ ପ୍ରଭୁ ବଳଭଦ୍ର । ଏହି ଅଘଟଣରେ ୩ ସେବାୟତ ଆହତ ହୋଇଛନ୍ତି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ସେ ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପହଞ୍ଚି ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା।

  3. 3.କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ରୁଷିଆ ଭାରତକୁ ସହାୟତା ଯୋଗାଇଦେବ।

  4. 4.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ରୁଷ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରୁ ଏପୋଷ୍ଟେଲ ' ପ୍ରଦାନ କରାଯାଇଛି।

  5. 5.ଜୟ ଜଗନ୍ନାଥ ସହ ଓଡ଼ିଶାରେ କିଭଳି ପରିବର୍ତ୍ତନ ହେଲା ସେହି କଥା ପ୍ରବାସୀ ଭାରତୀୟଙ୍କୁ ସୁଦୂର ରୁଷରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ଦେଶର ବିକାଶ ସହ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ କହିଥିଲେ |

  6. 6.ରୁଷ୍‌ ଦ୍ବାରା ୟୁକ୍ରେନ‌ର ପ୍ରମୁଖ ସହର ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ଼ କରାଯିବା ସମୟରେ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିବାରୁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

  7. 7.ଖାଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁର ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ) ଉପରେ ଲାଗିଥିବା ନିଷେଧାଦେଶକୁ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛି।

  8. 8.ଓଡ଼ିଶାରେ ଆଉ ଏକ ନୂଆ ପାୱାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି। ସିଙ୍ଗାରେନି କଲିଅରିଜ୍ କମ୍ପାନି ଲିମିଟେଡ୍‌ (ଏସ୍‌ସିସିଏଲ୍‌) ଏହି ପ୍ଲାଣ୍ଟ ସ୍ଥାପନ କରିବା ଉପରେ ବିଚାର କରୁଛି।

  9. 9.ପୁରୀରେ ଅଭାବନୀୟ ଘଟଣା ଘଟିଛି। ବଡଦାଣ୍ଡରେ ଦୁଇ ଜଣ ମହିଳାଙ୍କୁ ଘୋଷାଡି ନେଇଛି କାର୍। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  10. 10.ମଙ୍ଗଳବାର ଭାରତୀୟ ଷ୍ଟକ ବଜାର ରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୦.୪୯ ପ୍ରତିଶତ ବା ୩୯୧.୨୬ ପଏଣ୍ଟ ବୃଦ୍ଧି ସହ ୮୦,୩୫୧.୬୪ ରେ ବନ୍ଦ ହୋଇଛି।

  11. 11.ସ୍କୁଲରେ ବଣ୍ଟନ ହେଲା ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ।

  12. 12.ମହାନଦୀ ପୋତି ହୋଇ ପଡୁଛି: ହ୍ରାସ ପାଉଛି ଜଳପ୍ରବାହ, ଲୁପ୍ତ ପ୍ରାୟ ମତ୍ସ୍ୟ ସମ୍ପଦ।

  13. 13.ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା ।

  14. 14.କଟକରେ ଡେଙ୍ଗୁ, ଏବେ ସୁଦ୍ଧା ୧୨ ରୋଗୀ ଚିହ୍ନଟ,ମୁକାବିଲା ପାଇଁ CMCର ପ୍ରସ୍ତୁତି।

  15. 15.ଭାରତ ଋଷରେ ୨ଟି ବାଣିଜ୍ୟିକ ଦୂତାବାସ ଖୋଲିବ ।

  16. 16.ଯୋଗେନ୍ଦ୍ର ଯାଦବ କହିଛନ୍ତି, “ଲୋକସଭା ନିର୍ବାଚନର ଫଳାଫଳ ସମ୍ବିଧାନ ପାଇଁ ଏକ ବିଜୟ, କାରଣ ଲୋକମାନେ ରାମ ମନ୍ଦିର ନାମରେ ଭୋଟ୍ ଦେବାକୁ ପ୍ରତ୍ୟାଖାନ କରି ଦେଇଛନ୍ତି। ସେମାନେ (ବିଜେପି) ସମ୍ବିଧାନକୁ ଛୁଇଁବାକୁ ଭୟ କରୁଛନ୍ତି। ବର୍ତ୍ତମାନ ସେମାନେ ସମ୍ବିଧାନକୁ ପୂଜା କରିବା ଆରମ୍ଭ କରି ଦେଇଛନ୍ତି, କାରଣ ସେମାନେ ବୁଝିଛନ୍ତି ଯେ ଆପଣ ସମ୍ବିଧାନ ସହିତ କୌଣସି ଗୋଳମାଳ କରିପାରିବେ ନାହିଁ। “

  17.  17.ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରକୁ ହତ୍ୟା ମାମଲାରରେ ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ସରକାରକୁ ଜବାବ ତଲବ କରାଯାଇଛି।  ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜି ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ସରକାରଙ୍କ ପକ୍ଷରୁ ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଜାରି କରିଛନ୍ତି।

  18. 18.ଆସନ୍ତା ୧୩ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏପରିକି ୧୩ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

  19. 19.ଓଡ଼ିଶା ଫୁଟବଲ ସଂଘ(ଏଫଏଓ) ସଭାପତି ପଦରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ଏଫଏଓ ସଭାପତି  ପଦ ଛାଡ଼ିଥିବା ସୂଚନା ଦେଇଛନ୍ତି।

  20. 20.ଭାରତୀୟ ଟିମ୍‌ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ କୋଚ୍‌ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.