• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରୁଷ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ବୁଧବାର ଅଷ୍ଟ୍ରିଆରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହେମରଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଦୁହେଁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

  2. 2.ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳିର ଅଡୁଆ ସମାପ୍ତ ହେବାର ନାମ ନେଉନାହିଁ | ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି।

  3. 3.ମୟୂରଭଞ୍ଜରେ ଜିଏମ୍‌ ଆଇରନ୍ ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନି ୭୪୫ କୋଟି ଟଙ୍କା ନିବେଶରେ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବ। କମ୍ପାନିର ଇସ୍ପାତ କାରଖାନା କ୍ଷମତା ୦.୨୩ ନିୟୁତ ଟନ୍ ରହିବ ଏବଂ ଏହା ଏକ ୪୫ ମେଗାୱାଟ୍‌ର କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ ମଧ୍ୟ ସ୍ଥାପନ କରିବ।

  4. 4.ବିଶ୍ବର ଖାଦ୍ୟ ବିଶେଷଜ୍ଞମାନେ ପଖାଳର ସ୍ବାସ୍ଥ୍ୟ ଉପାଦେୟତାକୁ ଭୂରିଭୂରି ପ୍ରଶଂସା କରିଛନ୍ତି। ପଖାଳ ସହ ଆଳୁ ଚକଟା ଓ ମାଛ ଭଜା ଖାଇବା ପରେ ମାଷ୍ଟର ସେଫ୍‌ ଅଷ୍ଟ୍ରେଲିଆର ବିଚାରପତି ମେଲିସା ଲିଓଙ୍ଗ ମତରେ ପଖାଳ ଏକ ଶକ୍ତିଶାଳୀ ଖାଦ୍ୟ।

  5. 5.ମଧ୍ୟପ୍ରଦେଶର ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରହଲ୍ଳାଦ ପଟେଲଙ୍କ ପିଆରଓ ଆତ୍ମହତ୍ୟା କରିଛନ୍ତି। ବିଳମ୍ବିତ ରାତିରେ ପିଆରଓ ପୂଜା ଥାପକ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି।

  6. 6.ଚୀନ୍‌ର ସାଇବର ଅପରାଧୀମାନଙ୍କ ଦ୍ବାରା ହଜାର ହଜାର ଭାରତୀୟ ମହିଳାଙ୍କୁ କାମ୍ବୋଡିଆକୁ ଚୋରା ଚାଲାଣ କରାଯାଇଛି। ସେହି ମହିଳାଙ୍କୁ ନଗ୍ନ କଲ୍ କରି ଭାରତରେ ଥିବା ନିଜର ଚିହ୍ନାପରିଚିତ ଲୋକମାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବାଧ୍ୟ କରାଯାଉଛି।

  7. 7.ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରକୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ବିନା ଅନୁମତିରେ ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ ସିବିଆଇ ତଦନ୍ତକୁ ରାଜ୍ୟ ସରକାର ବିରୋଧ କରିବା ଏବଂ କେନ୍ଦ୍ର ସରକାରକୁ ଚ୍ୟା‌ଲେଞ୍ଜ କରିବା ସମ୍ପୂର୍ଣ୍ଣ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  8. 8.ସୁପ୍ରିମ୍‌କୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇ କହିଛନ୍ତି ଯେ ଛାଡ଼ପତ୍ର ପରେ ମୁସଲିମ ମହିଳା ମଧ୍ୟ ସିଆର୍‌ପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର। ‌ସେ ଯେଉଁ ଧର୍ମାଲମ୍ବୀ ହେଲେ ମଧ୍ୟ ଏହି ଆଇନ୍ ସମସ୍ତଙ୍କ ପାଇଁ ସମାନ୍।

  9. 9.ଲଦାଖ: ଇଣ୍ଡୋ-ତିବ୍ଦତିତୀୟ ସୀମା ପୋଲିସ (ଆଇଟିବିପି) ମଙ୍ଗଳବାର ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟନିଠାରୁ ୧୦୮ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛନ୍ତି।

  10. 10ହାଇଦ୍ରାବାଦରେ ପୋଷ୍ଟ ହୋଇଥିବା ଜଣେ ମହିଳା ଅଧିକାରୀ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଛନ୍ତି। ଏହି ଅଧିକାରୀ ମଧ୍ୟ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି।

  11. 11.ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୧୦୦ ଦିନରେ ୪୧.୧୨ ନିୟୁତ ମେଟ୍ରିକ୍ ଟନ୍ ମାଲ ପରିବହନ କରି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ର ସମାନ ଅବଧିରେ ହାସଲ ହୋଇଥିବା ୩୯.୨୫ ଏମଏମଟି ତୁଳନାରେ ଏହା ୪.୭୮% ଅଧିକ।

  12. 12.ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଅନ୍ୟ ପକ୍ଷରେ ୩ ଓ ୬ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରଚଳିତ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

  13. 13.ସୁନ୍ଦରଗଡ ଜିଲ୍ଲା ବଣାଇର କୁଳିପୋଷ ଏବଂ ବାଙ୍କି ରେଞ୍ଜରେ ହାତୀ ଉତ୍ପାତ। ୮ଦିନ ହେଲାଣି ଗୋଟିଏ ଦନ୍ତା ହାତୀ ଉତ୍ପାତ ଚଳାଇଛି ।

  14. 14.ଡେଙ୍ଗୁ ଜନିତ ମୃତ୍ୟୁହାର ୧୯୯୬ରେ ଦେଶରେ ୩.୩% ଥିବା ବେଳେ ୨୦୨୪ରେ ଏହା ୦.୧% କୁ ହ୍ରାସ ପାଇଛି । ବର୍ଷା ଋତୁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଡେଙ୍ଗୁ ବିରୋଧରେ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଡେଙ୍ଗୁ ନିରାକରଣ, ନିୟନ୍ତ୍ରଣ ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  15. 15.ରାଜ୍ୟରେ ୫୯୯୨.୯୨ କୋଟି ଟଙ୍କା ବ୍ୟୟରେ ହେବ ୨୬ଟି ପ୍ରକଳ୍ପ। ଷ୍ଟେଟ ଲେବୁଲ ସିଙ୍ଗଲ ଉଇଣ୍ଡୋ କ୍ଳିଅରାନସ ଅଥରିଟି – SLSWCA ବୈଠକରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.