- 1.ନୋବେଲ ବିଜେତା ତଥା ପ୍ରଖ୍ୟାତ ପଦାର୍ଥବିଜ୍ଞାନୀ ଆଣ୍ଟୋନ ଜେଲିଙ୍ଗରଙ୍କୁ ଅଷ୍ଟ୍ରିଆ ଗସ୍ତ ସମୟରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ମୋଦୀ ଓ ଜେଲିଙ୍ଗର କ୍ୱାଣ୍ଟମ୍ ପଦାର୍ଥବିଜ୍ଞାନ ଓ ଆଧ୍ୟାତ୍ମିକତା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ.
-
2.କର୍ଣ୍ଣାଟକ ମହର୍ଷି ବାଲ୍ମିକୀ ଅନୁସୂଚିତ ଜାତି ଉନ୍ନୟନ ନିଗମର ଦୁର୍ନୀତି ମାମଲା ସଂପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ବି ନାଗେନ୍ଦ୍ର ଓ କଂଗ୍ରେସ ବିଧାୟକ ବାସାନାଗୌଡ଼ା ଦାଡାଲ୍ଙ୍କ ଘର, କାର୍ଯ୍ୟାଳୟ ସମେତ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୦ଟି ବିଭିନ୍ନ ସ୍ଥାନରେ ମାରାଥନ ଚଢ଼ଉ କରିଛି
-
3.ଦେଶର ୭ କୋଟି ପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର , ଅର୍ଥ ମନ୍ତ୍ରଣାଳୟ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧ ପ୍ରଦାନକୁ ଅନୁମୋଦନ କରିଛି।
-
4.ସିଭିଲ ସର୍ଭିସ ପରୀକ୍ଷା-୨୦୨୨ରେ ଉତ୍ତୀର୍ଣ୍ଣ ହୋଇଥିବା ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଦାବି ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ ପାଇଁ କେନ୍ଦ୍ର ସରକାର ଭାରତ ସରକାରଙ୍କ ଅତିରିକ୍ତ ସଚିବ ସ୍ତରର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ଜଣିଆ କମିଟି ଗଠନ କରିଛନ୍ତି।
-
5.ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ରଂଜନ ଓରଫ ରକିକୁ ଗିରଫ କରାଯାଇଛି ।
-
6.ପୂର୍ବତନ ଆଇଏଏସ୍ ଅଧିକାରୀ ମନୀଷ କୁମାର ଭର୍ମା ଗତ ମଙ୍ଗଳବାର ଦିନ ଜେଡିୟୁରେ ଯୋଗ ଦେଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ଦଳରେ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି।
-
7.ଚଉଦଟି ଉତ୍ପାଦର ବିଜ୍ଞାପନ ପ୍ରତ୍ୟାହାର ହୋଇଥିବା ନେଇ ଏକ ସତ୍ୟପାଠ ଜରିଆରେ ଜଣାଇବାକୁ ସୁପ୍ରିମ୍କୋର୍ଟ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦକୁ କହିଛନ୍ତି। ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷ ଏପ୍ରିଲ୍ ୧୪ରେ ଏହି ଉତ୍ପାଦଗୁଡ଼ିକର ଲାଇସେନ୍ସ ରଦ୍ଦ କରିଥିଲେ।
-
8.ଏନ୍ସି ଫାଇନାନ୍ସିଆଲ ଆଡ୍ଭାଇଜରି ସର୍ଭିସେସ୍ର ଏକ ଆକଳନ ଅନୁସାରେ ଅମ୍ବାନି ପରିବାର ନିଜ ସମ୍ପତ୍ତିର ମାତ୍ର ୦.୫% ଅର୍ଥ ବିବାହ କାର୍ଯ୍ୟକ୍ରମରେ ଖର୍ଚ୍ଚ କରୁଛନ୍ତି। ଏକ ସାଧାରଣ ଭାରତୀୟ ପରିବାର ନିଜ ସମ୍ପତ୍ତିର ଯେତିକି ପ୍ରତିଶତ ରାଶି ବିବାହରେ ଖର୍ଚ୍ଚ କରନ୍ତି ତା’ଠାରୁ ଏହା ଯଥେଷ୍ଟ କମ୍।
-
9.ଅଗ୍ନିବୀର ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ବିଏସଏଫ, ସିଆଇଏସଏଫ ଏବଂ ଆରପିଏଫରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ଏହାସହିତ କନଷ୍ଟେବଳ ପାଇଁ ମଧ୍ୟ କୋହଳ ସୁବିଧା ମିଳିବ।
-
10.ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମୁଢ଼ାପଦା ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଗତ ମଙ୍ଗଳବାର ଉଦ୍ଧାର ହୋଇଛି। ଏହା ଦେଢଫୁଟ ଉଚ୍ଚତା ଓ ୧ ଫୁଟ ଚଉଡାର ଖାଣ୍ଡେଲାଇଟ ପ୍ରସ୍ତରରେ ନିର୍ମିତ ମୂର୍ତ୍ତି। ଏହା ଜୈନ ତୀର୍ଥଙ୍କର ଅଗୟପଟ ମୂର୍ତ୍ତି ବୋଲି ପ୍ରତ୍ନତତ୍ତ୍ୱବିତ୍ ଡ. ସୁନୀଲ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।
-
11.ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହୋଇଛନ୍ତି। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ବ ଦିଆଯାଇଛି। ୧୯୯୬ ମସିହା ବ୍ୟାଚର ଆଏଏସ ଅଫିସର ଅରବିନ୍ଦ ପାଢ଼ୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି।
-
12. ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ)ଙ୍କ ଦ୍ୱାରା କରାଯାଇଥିବା ଏକ ଯାଞ୍ଚରୁ ଜଣାପଡିଛି ଯେ, ସାରା କର୍ଣ୍ଣାଟକ ରାଜ୍ୟରୁ ନିଆଯାଇଥିବା ଗୁପ୍ଚୁପ୍ ନମୁନାରୁ ପ୍ରାୟ ୨୨% ନମୁନାରେ କର୍କଟ ରୋଗ ସୃଷ୍ଟି କରୁଥିବା ତତ୍ତ୍ୱ ମିଳିଛି ।
-
13.ନେପାଳର ମଦନ-ଆଶ୍ରିତ ରାଜପଥରେ ଭୂସ୍ଖଳନ ହେବାରୁ ୨ଟି ବସ୍ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ବସ୍ ଦୁଇଟି ଲୋକଙ୍କୁ ନେଇ ଯାଉଥିବା ବେଳେ ତ୍ରିଶୂଳୀ ନଦୀରେ ଭାସି ଯାଇଛି।
-
14.ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ଲୋକପ୍ରିୟତାରେ ୧୯% ହ୍ରାସ ଘଟିଛି।
-
15.ଗଜପତି ଜିଲା ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର ଗୀତ ଗାଇଥିଲେ। ହେଲେ ହଠାତ୍ ଅଘଟଣ ଘଟିଥିଲା । ଗୀତ ଗାଉଥିବାବେଳେ ମଞ୍ଚରେ ଟଳି ପଡିଥିଲେ ବୀରେନ୍ଦ୍ର । ତୁରନ୍ତ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
-
16.ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି।
-
17.ଦ୍ୱିତୀୟ ଜାତୀୟ ନ୍ୟାୟିକ ବେତନ କମିଶନଙ୍କ ସୁପାରିସ୍କୁ ଅନୁପାଳନ କରି ନ ଥିବା ଓଡ଼ିଶା ସମେତ ୧୬ ରାଜ୍ୟର ମୁଖ୍ୟ ସଚିବ ଏବଂ ଅର୍ଥ ସଚିବଙ୍କୁ ସୁପ୍ରିମକୋର୍ଟ ଗୁରୁବାର ସମନ ଜାରି କରିଛନ୍ତି।
-
18.ଜୁନ୍ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ପ୍ରାୟ ୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଗୁରୁବାର ଏକ ସାକ୍ଷାତ୍କାରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏପରି କହିଛନ୍ତି।
-
19.କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ୨୦୨୩-୨୪ ଆର୍ଥିକ ବର୍ଷର ଅସ୍ଥାୟୀ ତଥ୍ୟ ପ୍ରକାଶ କରି କହିଛନ୍ତି, କେଭିଆଇସିର ପୂର୍ବ ସମସ୍ତ ତଥ୍ୟକୁ ଅତିକ୍ରମକରି ଆୟୋଗ ନୂଆ ଇତିହାସ ସୃଷ୍ଟି କରିଛି। ଏପରିକି କେଭିଆଇସି ୧.୫ ଲକ୍ଷ କୋଟି ଟଙ୍କାର କାରବାର ଅତିକ୍ରମ କରିଛି।
-
20.ୟୁରୋ କପ୍ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଓଲି ଓ୍ବାଟକିନ୍ସଙ୍କ ଲେଟ୍ ଗୋଲ ବଳରେ ଦଳ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ପ୍ରବେଶ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.