• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିଶ୍ବର ୨୫ଟି ବଡ଼ ବ୍ୟାଙ୍କ ତାଲିକାରେ ଭାରତର ୩ଟି ବ୍ୟାଙ୍କ ସ୍ଥାନ ପାଇଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ।

  2. 2.୨୦୬୦ ପରେ ଭାରତରେ ଜନସଂଖ୍ୟା କମିବା ଆରମ୍ଭ କରିବ। ମିଳିତ ଜାତିସଂଘ ବା ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ୨୦୬୦ରେ ଭାରତର ଜନସଂଖ୍ୟା ସର୍ବାଧିକ ହେବ।

  3. 3.ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ଗୁରୁବାର କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ବ୍ୟାପକ ଏବଂ ଗଭୀର, କିନ୍ତୁ ଏହା ଏତେ ଗଭୀର ନୁହେଁ ଯେ ”ହାଲୁକାରେ ନେଇଯିବେ”।

  4. 4.୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ଇଣ୍ଡି ମେଣ୍ଟ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ଇଣ୍ଡି ମେଣ୍ଟ ପ୍ରାର୍ଥୀମାନେ ୧୩ରୁ ୧୦ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୨ଟି ଆସନରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି।

  5. 5.ବ୍ୟକ୍ତିଗତ ଆୟକର ସଂଗ୍ରହ କର୍ପୋରେଟ ଟିକସ ସଂଗ୍ରହକୁ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ୧ରୁ ଜୁଲାଇ ୧୧ ମଧ୍ୟରେ (୨୦୨୪-୨୫) ମଧ୍ୟରେ ସମୁଦାୟ ନିଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି।

  6. 6.ଗାଜାର ଖାନ୍ ୟୁନିସ୍‌ରେ ବିସ୍ଥାପିତଙ୍କ ଶିବିର ଉପରେ ଇସ୍ରାଏଲ ସେନା ଭୀଷଣ ବୋମାମାଡ଼ କରିଛି। ବିମାନ ଆକ୍ରମଣରେ ଅତି କମ୍‌ରେ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି।

  7. 7.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳି ମାଡ଼ ହୋଇଛି। ପେନସିଲଭାନିଆରେ ଟ୍ରମ୍ପଙ୍କ ରାଲି ସମୟରେ ଗୁଳି ମାଡ଼ ହୋଇଛି। ଟ୍ରମ୍ପଙ୍କ କାନରେ ଗୁଳି ବାଜି ରକ୍ତସ୍ରାବ ହୋଇଥିବା ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

  8. 8.୭ ରାଜ୍ୟର ୧୩ ବିଧାନସଭା ଉପନିର୍ବାଚନରେ ଇଣ୍ଡି ମେଣ୍ଟର ବିପୁଳ ବିଜୟକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିବା ସହ ବିଜେପିର ଅହଂକାର, କୁଶାସନ ଏବଂ ନକାରାତ୍ମକ ରାଜନୀତିର ପରାଜୟ ହୋଇଛି ବୋଲି କହିଛନ୍ତି।

  9. 9.ଗୋଆର ଜଣେ ମହିଳା ପର୍ଯ୍ୟଟକଙ୍କ ସହ ଅସଦାଚରଣ ଅଭିଯୋଗରେ ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ୧୧ ମାସ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଲମ୍ବନକୁ ରଦ୍ଦ କରିଛନ୍ତି।

  10. 10.ଉତ୍ତରପ୍ରଦେଶ ଏବଂ କେରଳ ନୀତି ଆୟୋଗର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୩-୨୪ ଅର୍ଥାତ୍‌ ସ୍ଥାୟୀ ବିକାଶ ସୂଚକାଙ୍କରେ ଶୀର୍ଷ ସ୍ଥାନ ହାସଲ କରିଛି।

  11. 11.ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍‌ ଇଣ୍ଡିଆକୁ ପାକିସ୍ତାନକୁ ପଠାଇବ ନାହିଁ।

  12. 12.ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଛି। ତୃତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ସହ ମୋଟ ୮ ପଦକ ହାସଲ କରିଛନ୍ତି।

  13. 13.ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି।

  14. 14.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ୧୫ ତାରିଖ ସୋମବାର ଦିନ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ।

  15. 15.ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ଦାଦାଗିରି। ରଥଯାତ୍ରା ସମୟରେ ରାଜ୍ୟାପାଳ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.