• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ରଥାରୂଢ଼ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି।.

  2. 2.ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। 

  3. 3.ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୧୯ରେ ସିୟୁଇଟି ୟୁଜି ପୁନଃ ପରୀକ୍ଷା ହେବ। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ ।

  4. 4.ତାମିଲନାଡ଼ୁ ବିଏସ୍‌ପି ରାଜ୍ୟ ସଭାପତି କେ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଥିରୁଭେଙ୍ଗାଦମ୍‌ ଆଜି ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛି।

  5. 5.ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ୧୦୦ ମିଲିୟନ ଅର୍ଥାତ୍ ୧୦ କୋଟିରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି |

  6. 6.କେରଳର କନ୍ନୁର ଜିଲ୍ଲା ଚେଙ୍ଗଲୟିସ୍ଥିତ ପରିପ୍ପୟି ସରକାରୀ ହାଇସ୍କୁଲ ନିକଟରେ ଘଟିଛି।  ସ୍କୁଲ ପରିସରରେ ଥିବା ଏକ ବଗିଚାରେ ବର୍ଷାପାଣି ଯିବା ପାଇଁ ମହିଳା ଗ‌ାଢ଼ା ‌ଖୋଳୁଥିଲେ। ଗାଢ଼ା ଖୋଳୁଖୋଳୁ ମାଟି ଭିତରୁ ଏକ ମାଟିହାଣ୍ଡି ବାହାରିଥିଲା। ପୁଲିସ ଖୋଲି ଦେଖିଲା ବେଳକୁ ସେଥିରେ ୧୭ଟି ମୋତିର ମାଳା, ୧୩ଟି ସୁନା ଲକେଟ, ୪ଟି ମେଡେଲିମ, ୫ଟି ପ୍ରାଚୀନ ମୁଦି, କାନଫୁଲ ଓ ହାରର ଏକ ସେଟ ଓ ଅନେକ ରୁପାର କଏନ ସାମିଲ ଥିଲା।

  7. 7.ଟାଟା କନସଲଟାନ୍ସି ସର୍ଭିସ ଏବଂ ବିଏସଏନଏଲ ମଧ୍ୟରେ ୧୫ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର ହୋଇଛି |ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀମାନେ ଅଧିକରୁ ଅଧିକ ମୋବାଇଲ୍ ନମ୍ବରକୁ ବିଏସଏନଲକୁ ପୋର୍ଟ କରୁଛନ୍ତି।

  8. 8.କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସରକାରଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ରାଜ୍ୟର ଏକ ସୁନାଖଣି ସମେତ ୧୦ଟି ଖଣିଜ ବ୍ଲକ ନିଲାମ କରିବାକୁ ଖଣି ମନ୍ତ୍ରଣାଳୟ କହିଛି।

  9.  9.ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ)ର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଆଇଏନ୍‌ଏସ୍‌ ଟାୱାରକୁ ଆଜି ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି ।

  10. 10.ଗିରିରାଜ ମନ୍ଦିରର ସେବାୟତ ଦୀପଚନ୍ଦ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ଅନନ୍ତ ଅମ୍ବାନୀଙ୍କ କାର୍ଡ ନେଇ ଦାନଘାଟି ମନ୍ଦିରକୁ ଆସିଥିବା ବ୍ୟକ୍ତି ଏଠାରେ କାର୍ଡ ଦେଇନାହାନ୍ତି। କେବଳ ଠାକୁରଜୀଙ୍କ ଚରଣ ସ୍ପର୍ଶ କରାଇଛନ୍ତି। ଫଟୋ ଉଠାଇ କାର୍ଡ଼ ଫେରାଇ ନେଇ ଯାଇଛନ୍ତି। ସେ ଏପରି କରିବା ଉଚିତ୍ ନଥିଲା। ଏନେଇ ସେ ମନ୍ଦିର କମିଟିରେ ଅଭିଯୋଗ କରିଥିବା କହିଛନ୍ତି।

  11. 11.‘କଳ୍କି ୨୮୯୮ ଏଡି’ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ଦମ୍‌ଦାର୍‌ ଆୟ କରିଛି। ଚଳଚ୍ଚିତ୍ରର ଏହି ସଫଳତାରେ ଖୁସି ହୋଇ ନିର୍ମାତା କର୍ଣ୍ଣଙ୍କ ଲୁକ୍‌ର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

  12. 12.ଅର୍ଥମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିବା ସୀତାରାମନ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ।

  13. 13.କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଲୋକ ସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଜଣାଇ ଦିଆଯାଇଛି।

  14. 14.କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ- ୟୁନିଫାଏଡ୍ ମାର୍କସିଷ୍ଟ ଲେନିନିଷ୍ଟ (ସିପିଏନ୍‌-ୟୁଏମ୍ଏଲ)ର ଅଧ୍ୟକ୍ଷ କେପି ଶର୍ମା ଓଲିଙ୍କୁ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ରବିବାର ନିଯୁକ୍ତି ଦିଆଯାଇଛି।

  15. 15.ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍‌(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୩୦ କୋଟି ଅତିକ୍ରମ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.