-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିତି ଆୟୋଗ ବୈଠକରେ ଉଦବୋଧନ ଦେଇ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା ବୋଲି କହିଛନ୍ତି ।
-
2.ପିତାମାତାଙ୍କ ଭିସା ଉପରେ ଆମେରିକାରେ ରହୁଥିବା ପିଲାମାନଙ୍କୁ ଡକ୍ୟୁମେଣ୍ଟ ଡ୍ରିମର୍ସ କୁହାଯାଇଥାଏ । ଯଦି ଡକ୍ୟୁମେଣ୍ଟ୍ ହୋଇଥିବା ଡ୍ରିମର୍ସଙ୍କର ୨୧ ବର୍ଷ ବୟସ ହେବା ପରେ ସେମାନଙ୍କର ନିଜସ୍ୱ ଭିସା ନାହିଁ, ତେବେ ସେମାନଙ୍କୁ ଦେଶରୁ ବିତାଡ଼ିତ କରାଯିବ। ଅନେକ ଭାରତୀୟଙ୍କ ପିଲାମାନେ ଡକ୍ୟୁମେଣ୍ଟ୍ ଡ୍ରିମର୍ସ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି।
-
3.ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଗେଟ୍ ନମ୍ବର-୭ ନିକଟସ୍ଥ ପ୍ରଥମ ମହଲାର ସୁରକ୍ଷା ହଲ୍ ଅଞ୍ଚଳରେ ବୟନିକାର ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି।
-
4.କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ ମୋବିଲିଟି ପ୍ରୋମୋସନ୍ ସ୍କିମ୍ (ଇଏମପିଏସ୍)କୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲୋକଙ୍କୁ ଶସ୍ତା ଦରରେ ଦୁଇ ଚକିଆ ଯାନ ଯୋଗାଇବା ପାଇଁ ସରକାର ୨୭୮ କୋଟି ଟଙ୍କାର ଅଧିକ ସବସିଡି ପ୍ରଦାନ କରିଛନ୍ତି।
-
5.ଉତ୍ତରପ୍ରଦେଶର ବିଜନୋରରୁ ଏକ ନିନ୍ଦାଜନକ ଭିଡ଼ିଓ ସାମ୍ନାକୁ ଆସିଛି। ଭିଡ଼ିଓରେ ସ୍ଥାନୀୟ ବିଜେପି ନେତା ବୀରବଲ ସିଂଙ୍କ ପୁଅ ବୃଦ୍ଧ ଦମ୍ପତିଙ୍କୁ ଚାପୁଡା ମାରୁଥିବାର ଦେଖିବାକୁ ମିଳୁଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
-
6.ଦିଲ୍ଲୀର ତିହାର ଜେଲ୍ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜେଲ୍ରେ ୧୨୫ ଜଣ କଏଦୀଙ୍କୁ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡିଛି।
-
7.ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି।
-
8.ଭାରତରେ କେବଳ ୩୮ ପ୍ରତିଶତ ଲୋକ ଋଣମୁକ୍ତ। ଚିନ୍ତାର ବିଷୟ ହେଲା ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଋଣ ବାବଦ ମାସିକ କିସ୍ତି (ଇଏମ୍ଆଇ) ଭରଣା କରୁଛନ୍ତି। ଅନ୍ୟପକ୍ଷରେ କହିଲେ ୬୨ ପ୍ରତିଶତ ଲୋକଙ୍କ ମୁଣ୍ଡରେ ଋଣବୋଝ ରହିଛି।
-
9.କୋରାପୁଟ ଜିଲାରେ ଶନିବାର ୯୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।
-
10.ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି।
-
11.ୟୁନେସ୍କୋ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନରେ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ୭ଟି ନୂଆ ସ୍ଥାନକୁ ସାମିଲ କରିଛି।
-
12.ଜାପାନର ସାଡୋ ଦ୍ୱୀପ ଗୋଲ୍ଡ ମାଇନ୍ସ, ଚୀନର ବେଜିଂ ସେଣ୍ଟ୍ରାଲ ଆକ୍ସିସ୍, ଥାଇଲାଣ୍ଡର ଫୁ ଫ୍ରାବାଟ ହିଷ୍ଟ୍ରିକାଲ ପାର୍କ, ରୁଷିଆର କେନୋଜେରୋ ହ୍ରଦ ଲ୍ୟାଣ୍ଡସ୍କେପ୍, କେନିଆର ଐତିହାସିକ ସହର ଏବଂ ଗେଡିର ପ୍ରତ୍ନତାତ୍ଵିକ ସ୍ଥଳୀ, ଦକ୍ଷିଣ ଆଫ୍ରିକାର ନେଲସନ ମଣ୍ଡେଲା ଲିଗେସି ସାଇଟ୍ ସ ଫର ହ୍ୟୁମାନ ରାଇଟ୍ସ, ଲିବରେସନ୍ ଆଣ୍ଡ ରିକନ୍ସିଲିଏସନ୍ ଏବଂ ମାଲେସିଆର ନିଆହ ନ୍ୟାସନାଲ ପାର୍କ ଗୁମ୍ଫା କମ୍ପ୍ଲେକ୍ସକୁ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ଚୟନ କରାଯାଇଛି।
-
13.ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗାଁରେ ଦେଖିବାକୁ ମିଳିଛି ଏପରି ଚିତ୍ର। ହେଲେ ରେଡ୍ ସମ୍ପର୍କରେ ଇଡି ଟିମ୍ ମୁହଁ ଖୋଲିନି। ଅନ୍ଲାଇନ୍ ଗେମ ଖେଳି କୋଟିପତି ହୋଇଥିବା ଯୁବକଙ୍କ ଘରେ ଇଡି ଟିମ୍ ଚଢ଼ଉ କରିଛି।
-
14.କାରରୁ ଟାଣି ନେଇ ସରପଞ୍ଚଙ୍କୁ ଭୁଜାଲିରେ ହାଣିଦେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିଆଲି ବ୍ଲକ କାର୍ଯ୍ୟାଳୟ ନିକଟରେ।
-
15.ଦକ୍ଷିଣ-ପୂର୍ବ ଏସିଆର ଲାଓସ ଅଯୋଧ୍ୟାର ଶ୍ରୀ ରାମଲଲାଙ୍କ ଉପରେ ଏକ ଡାକ ଟିକେଟ ଜାରି କରିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲାଓସ ଗସ୍ତରେ ଥିବା ବେଳେ ଏହାକୁ ନେଇ ସୂଚନା ଦେଇଛନ୍ତି ।
-
16.ରାହୁଲ ଗାନ୍ଧୀ ଜୁଲାଇ ୨୬ ଶୁକ୍ରବାର ଦିନ ସୁଲତାନପୁରରେ ସାକ୍ଷାତ କରିଥିବା ଜୋତା ଦୋକାନୀ ରାମଚୈତଙ୍କ ପାଖକୁ ଶନିବାରଏକ ସିଲେଇ ମେସିନ୍ ପଠାଇଛନ୍ତି। ଏବେ ରାମଚୈତଙ୍କୁ ଆଉ ହାତରେ ଜୋତା ସିଲେଇ କରିବାକୁ ପଡିବ ନାହିଁ।
-
17.ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଗାଜାର ଡେଇର ଅଲ-ବାଲାହରେ ଥିବା ଏକ ସ୍କୁଲ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ଅତି କମରେ ୩୦ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି ।
-
18.ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ୍। ଏନେଇ ନିଜେ ଉପରାଷ୍ଟ୍ରପତି କମଲା ହାରିସ୍ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
-
19.ବେଙ୍ଗାଲୁରୁ, କୋଚି ଏବଂ ଅହମ୍ମଦାବାଦ ସମେତ ଦେଶର ୧୬ ଟି ପ୍ରମୁଖ ବିମାନବନ୍ଦରରେ ୟୁଜର୍ ଡେଭଲପମେଣ୍ଟ ଫି (ୟୁଡିଏଫ୍) ୨% ରୁ ୨୨୩% କୁ ବୃଦ୍ଧି ପାଇଛି। ପାଟନା ବିମାନ ବନ୍ଦରରେ ଏହି ଶୁଳ୍କ ୨୦୪ରୁ ୬୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି କାରଣରୁ ବିମାନ ଭଡ଼ା ୪୫୬ ଟଙ୍କା ବୃଦ୍ଧି ପାଇପାରେ।
-
20.ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିସାନରାଓ ବାଗଡେ ନିଯୁକ୍ତ ହୋଇଛନ୍ତି। ତେଲୁଙ୍ଗାନାର ରାଜ୍ୟପାଳ ଭାବେ ଜିଷ୍ଣୁ ଦେବ ବର୍ମା ନିଯୁକ୍ତ ହୋଇଛନ୍ତି। ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସନ୍ତୋଷ କୁମାର ଗାଙ୍ଗୱରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.