• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତରେ କୋଭିଡ୍-୧୯ ମହାମାରୀ ସମୟରେ ୨୦୨୦ରେ ୧୧.୯ ଲକ୍ଷ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଯାହା କି ୨୦୧୯ ତୁଳନାରେ ୧୭ ପ୍ରତିଶତ ଅଧିକ । ଏକ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତରେ ସରକାରୀ ମୃତ୍ୟୁସଂଖ୍ୟା ଠାରୁ ପ୍ରାୟ ୮ ଗୁଣ ଅଧିକ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନଠାରୁ ୧.୫ ଗୁଣ ଅଧିକ ।

  2. 2.ଯଦିଓ କୋଭିଡ୍-୧୯ ବିଷୟରେ ଲୋକଙ୍କ ମନରେ ଭୟ ସମାପ୍ତ ହୋଇଛି, ତଥାପି ଏହି ଭୁତାଣୁ ଏବେ ମଧ୍ୟ ଆତଙ୍କ ରଚୁଛି। ସମ୍ପ୍ରତି କରୋନାର ନୂଆ ଭାରିଆଣ୍ଟ କେପି.୩ ଜାପାନରେ ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି।

  3. 3.ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର କେରଣ ସେକ୍ଟରରେ ହୋଇଥିବା ଏକ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଅଷ୍ଟ୍ରିଆରେ ନିର୍ମିତ ଷ୍ଟିୟର ଏୟୁଜି ରାଇଫଲକୁ ସେନା କର୍ମଚାରୀଙ୍କ ଜବତ କରିଛନ୍ତି ।

  4. 4.ଚାକିରିରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି। ଏହାକୁ ନେଇ ହିଂସାକାଣ୍ଡ ଅଣାୟତ୍ତ ହୋଇପଡ଼ିଛି। ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୧୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି।

  5. 5.ୟୁପିଏସ୍‌ସି (ୟୁନିଅନ ପବ୍ଲିକ ସର୍ଭିସ କମିସନ୍‌) ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ପୂରିବାକୁ ଆଉ ୫ ବର୍ଷ ବାକି ଥିବାବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସୋନି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

  6. 6.କେରଳ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର କେ ବାସୁକୀଙ୍କୁ ବିଦେଶ ବ୍ୟାପାର ସହଯୋଗ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ ୧୫ ତାରିଖରେ ‌ରାଜ୍ୟ ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

  7. 7.ନାସା ଦୀର୍ଘ ଦିନ ଧରି ଲାଲ ଗ୍ରହ ମଙ୍ଗଳରେ ଅନୁସନ୍ଧାନରେ କାର୍ଯ୍ୟ କରିଆସୁଛି। ଏହି ସମୟରେ, ନାସା ମଙ୍ଗଳ ଗ୍ରହରେ କିଛି ଆବିଷ୍କାର କରିଛି ଯାହା ଏକ ଗୁପ୍ତଧନଠାରୁ କମ୍ ନୁହେଁ। ଏହା ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

  8. 8.ଏଚ୍‌ସିଏଲ୍‌ଟେକ୍‌ କମ୍ପାନି ଏକ ନୂତନ ନୀତି କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛି। ଯାହା କର୍ମଚାରୀମାନଙ୍କୁ ସପ୍ତାହକୁ ଅତି କମ୍‌ରେ ୩ ଦିନ ଅଫିସ୍‌ ଆସିବାକୁ ବାଧ୍ୟ କରିବ। ନହେଲେ ସେ ଦିନଗୁଡ଼ିକୁ ଛୁଟି ଭାବରେ ଗ୍ରହଣ କରାଯିବ ବୋଲି ମନି କଣ୍ଟ୍ରୋଲ୍ ଡଟ୍ କମ୍ ସୂତ୍ରରୁ ପ୍ରକାଶ।

  9. 9.ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ୍‌ କାଉନ୍‌ସିଲ(ନାକ୍‌) ମାନ୍ୟତାରେ ପରିବର୍ତ୍ତନ ହେବ। ଗ୍ରେଡେଶନ୍‌ ବ୍ୟବସ୍ଥା ଆଉ ରହିବନି। ଏହା ବଦଳରେ ବାଇନାରୀ ଆକ୍ରିଡେଶନ୍‌ ବ୍ୟବସ୍ଥା ପ୍ରଚଳନ କରାଯିବ। ଅର୍ଥାତ୍‌ ପୂର୍ବରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଗ୍ରେଡ୍‌ ବଦଳରେ ଏବେ କେବଳ ଅଧିସ୍ବୀକୃତି ଏବଂ ଅଣ-ଅଧିସ୍ବୀକୃତି ମାନ୍ୟତା ପ୍ରଦାନ କରାଯିବ। ଆସନ୍ତା ସେପ୍ଟେମ୍ବରରୁ ଏହା ଲାଗୁ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଯୋଜନା ରଖିଛି।

  10. 10.ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ପାଠପଢ଼ା ସହ ଖେଳକୁଦକୁ ଗୁରୁତ୍ୱ ଦିଆଯାଉଛି। ଏବେ କ୍ରୀଡ଼ା ସହିତ ସ୍କୁଲରେ ଯୋଗଶିକ୍ଷା ଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

  11. 11.ଟାଟା ଷ୍ଟିଲ୍‌ର ଆଠଗଡ଼ସ୍ଥିତ ଫେରୋକ୍ରୋମ୍‌ କାରଖାନାଠାରେ ଫେରୋକ୍ରୋମ୍‌ ନିର୍ମାଣରେ ବାୟୋ ମାସ୍‌ ବ୍ୟବହାରର ସଫଳ ପରୀକ୍ଷଣ ହୋଇଯାଇଛି। ଏପରିକି କମ୍ପାନିର ଫେରୋ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ କାର୍ଯ୍ୟ କରୁଥିବା ଏହି କାରଖାନା ପାରମ୍ପରିକ କାର୍ବନ ଉତ୍ସର ଦୀର୍ଘସ୍ଥାୟୀ ବିକଳ୍ପ ଭାବେ ଏହି ପରୀକ୍ଷଣ କରିବାରେ ଭାରତର ପ୍ରଥମ କମ୍ପାନୀ ଭାବେ ଉଭା ହୋଇଛି।

  12. 12.ଭାରତର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସେ ନେକ୍‌ବ୍ୟାଣ୍ଡ ନ ପିନ୍ଧି କୋର୍ଟରୁମ୍‌ରେ ପହଞ୍ଚିଥିଲେ। ଚନ୍ଦ୍ରଚୂଡ଼ ତାଙ୍କ କେସ୍‌ ଶୁଣି ପାରିବେ ନାହିଁ ବୋଲି କହିଥିଲେ। ସଠିକ୍‌ ୟୁନିଫର୍ମରେ ନ ଥିବାରୁ ସେ ଶୁଣାଣି କରିବାକୁ ମନା କରିଥିଲେ।

  13. 13.କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ୨୦୨୪ ମେ’ ମାସର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ମେ’ ମାସରେ ୧୯.୫୦ ଲକ୍ଷ ସଦସ୍ୟ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ତେବେ ୨୦୧୮ ଏପ୍ରିଲଠାରୁ ବର୍ତ୍ତମାନ ସୁଦ୍ଧା ମେ’ ମାସରେ ସର୍ବାଧିକ ସଦସ୍ୟ ଯୋଡ଼ିହୋଇଥିବା ଜଣାପଡ଼ିଛି।

  14. 14.ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଅଭିଷେକ ନାୟର ଓ ନେଦରଲାଣ୍ଡ୍‌ସର ପୂର୍ବତନ ଅଲ୍‌ରାଉଣ୍ଡର ରିୟାନ୍‌ ଟେନ୍‌ ଡୋସ୍କାଟେ ଭାରତୀୟ କ୍ରିକେଟ ଦଳର ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇପାରନ୍ତି।

  15. ତିନସୁକିଆ ଜିଲ୍ଲାର ଡିରୋକ ଅଂଚଳରେ ଗ୍ୟାସର ଏକ ନୂଆ ଭଣ୍ଡାର ଥିବା ଜଣାପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି।

  16. 16.୨୭ ଜିଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଦିନକରେ ୪୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ପରୀକ୍ଷଣରୁ ସୁନ୍ଦରଗଡରୁ ସର୍ବାଧିକ ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

  17. 17.ରାଜଧାନୀ ଭୁବନେଶ୍ୱରର ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରେ ବିଜେଡିର ରାଜ୍ୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି ।

  18. 18.ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ସହ ଜଡ଼ିତ ୬ଟି ମାମଲାରେ ସିବିଆଇ ଇତି ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିସାରିଲାଣି।

  19. 19.ଆପ୍‌ ରାଜ୍ୟରେ କ୍ଷମତା ଦଖଲ କଲେ ଲୋକଙ୍କୁ ମାଗଣାରେ ୨୪ ଘଣ୍ଟା ବିଜୁଳି ଦେବ। ସମସ୍ତେ ମାଗଣା ଚିକିତ୍ସା ସୁବିଧା ପାଇବେ। ଉତ୍ତମ ଗୁଣବତ୍ତାର ମାଗଣା ଶିକ୍ଷା ପିଲାମାନଙ୍କୁ ମିଳିବ।

  20. 20.ପୁନଃ ପରୀକ୍ଷାରେ ଏକଦା ନିଟ-ୟୁଜିରେ ଟପ୍ପର ହୋଇଥିବା ୬ ଜଣ ପିଲାଙ୍କ ମଧ୍ୟରୁ କେହି ବି ୬୮୨ ମାର୍କ ଅତିକ୍ରମ କରିପାରି ନାହାନ୍ତି। ଏଥିରୁ ମୂଳ ପରୀକ୍ଷାରେ ପ୍ରଶପତ୍ର ଲିକ୍‌ ଓ ଅନିୟମିତତା ହୋଇଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.