• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଆଇକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏଆଇ ଆସିବା ଦ୍ବାରା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଉପରେ ପ୍ରଭାବ ପକାଇବ ।

  2. 2.ମାଇକ୍ରୋସଫ୍ଟ ପରେ, ବର୍ତ୍ତମାନ ୟୁଟ୍ୟୁବ୍ ମଧ୍ୟ କାମ ବନ୍ଦ କରିଦେଇଛି। ଅନେକ ୟୁଜର ସମସ୍ୟାରେ ପଡ଼ିଛନ୍ତି।

  3. 3.ସର୍ବେକ୍ଷଣ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୫ରୁ ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

  4. 4.ଜଳ ଭଣ୍ଡାରର ହ୍ରାସ ଯୋଗୁ ଫସଲରେ କ୍ଷତି ଘଟିଛି ଯାହା ଖାଦ୍ୟ ଉତ୍ପାଦନରେ ହ୍ରାସ ଘଟାଉଛି ଏବଂ ଏହି କାରଣରୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢୁଛି। ଫଲରେ ୨୦୨୨-୨୩ ଆର୍ଥିକ ବର୍ଷରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬,୬ ପ୍ରତିଶତ ଥିଲା, ୨୦୨୩-୨୪ଆର୍ଥିକ ବର୍ଷରେ ଏହା ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି।

  5. 5.କାଉଡି ଯାତ୍ରା ରୁଟ୍‌ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।

  6. 6.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ଲାଗୁ ୫୮ ବର୍ଷର ଏକ କଟକଣାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ଏହା ଫଳରେ ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନେ ଅଂଶଗ୍ରହଣ କରିପାରିବେ ।

  7.  7.ପୁନର୍ଗଠିତ ହୋଇଛି ବିଜୁ ଜନତା ଦଳର ମିଡିଆ ସେଲ୍‌। ମିଡିଆ ସେଲ୍‌ରେ ରହିଛନ୍ତି ୧୬ ଜଣ ବିଜେଡି ନେତା। ସୋମବାର ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍‌ ତାଲିକା ପ୍ରକାଶ ପାଇଛି।

  8. 8.ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକଙ୍କୁ ଏହି ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ। ପ୍ରତିପକ୍ଷ ଦିଲ୍ଲୀପ ରାୟଙ୍କ ମାମଲା ଆଧାରରେ ଅଦାଲତ ତାଙ୍କୁ ଏହି ନୋଟିସ୍‌ କରିଛନ୍ତି। ଅଗଷ୍ଟ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

  9. 9.ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ। ଏହା ପରିବର୍ତ୍ତେ ରବିବାର ହେବ ପାଠପଢା। ବାରାଣାସୀ ସହରାଞ୍ଚଳ ଏବଂ କାଁଓ୍ବଡ଼ିଆ ମାର୍ଗରେ ପଡ଼ୁଥିବା ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇଛି।

  10. 10.୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆମୁକ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି।

  11. 11.ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ଉପକେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ପ୍ରତି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଭ୍ରାମ୍ୟମାଣ ୟୁନିଟ ରହିବ ବୋଲି କୁହାଯାଇଛି।

  12. 12.ଯୁଦ୍ଧ ଜାହାଜ INS ବ୍ରହ୍ମପୁତ୍ରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା, ଯାହା ପରେ ଏହା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ଜଣେ ନାବିକ ନିଖୋଜ ଅଛନ୍ତି ।

  13. 13.ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ମାମଲାରେ ଜେଲ୍‌ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ସୋମବାର ଜାମିନ ପ୍ରଦାନ କରାଯାଇଛି।

  14. 14.ଯୁଦ୍ଧଗ୍ରସ୍ତ ସୁଦାନରେ ମହିଳାମାନେ ନିଜ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବା ଲାଗି ସୈନିକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହେଉଛନ୍ତି।

  15. 15.ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼୍‌ଙ୍କ  ଦ୍ଵାରା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍‌ର ପୁନର୍ଗଠନ କରାଯାଇଛି। ପ୍ୟାନେଲ୍‌ରେ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ସ୍ଥାନ ପାଇଛନ୍ତି।

  16. 16.ୟୁନେସ୍କୋର ବୈଶ୍ବିକ ଶିକ୍ଷା ନିରୀକ୍ଷଣ (ଜିଇଏମ୍‌) ରିପୋର୍ଟ ଅନୁଯାୟୀ, ଉଷ୍ମତା, ବନାଗ୍ନି, ବନ୍ୟା, ମରୁଡ଼ି, ରୋଗ ଓ ସମୁଦ୍ର ପତ୍ତନ ବୃଦ୍ଧି ଆଦି ଘଟଣା ଶିକ୍ଷା ଫଳାଫଳକୁ ପ୍ରଭାବିତ କରୁଛି ଏବଂ ଏହାଦ୍ବାରା ଏ ଦଶନ୍ଧିରେ ହାସଲ ହୋଇଥିବା ଶିକ୍ଷାଗତ ଅଗ୍ରଗତି ବ୍ୟର୍ଥ ହୋଇଯିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକାଂଶ ନିମ୍ନ ଓ ମଧ୍ୟମ ଆୟବର୍ଗ ଦେଶରେ ପ୍ରତିବର୍ଷ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ହେବାରେ ଲାଗିଛି।

  17. 17.ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବା ବିଜ୍ଞପ୍ତିକୁ ସୋମବାର କ୍ରୀଡ଼ା ବିଭାଗ ବିଧିବଦ୍ଧ ଭାବେ ପ୍ରତ୍ୟାହାର କରିନେଇଛି।

  18. 18.ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କମଳା ହାରିସ ହିଁ ସର୍ବୋତ୍ତମ ବୋଲି କହିଛନ୍ତି ବାଇଡେନ୍। ଏପରିକି ତାଙ୍କୁ ସମର୍ଥନ କରିବାକୁ ଦଳକୁ ଆହ୍ୱାନ ଦେଇଛନ୍ତି।

  19. 19.ରାଜ୍ୟପାଳଙ୍କ ପୁଅ ଓ ASO ବିବାଦକୁ ନେଇ ରାଜ୍ୟ ସରକାରକୁ ଘେରିଛନ୍ତି। ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ। ଏହା ମୋତେ ଆଘାତ ଦେଇଛି ବୋଲି ନବୀନ କହିଛନ୍ତି ।

  20. 20.ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍‌କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ସୋମବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ତାଙ୍କର ଶେଷ ଅନ୍ତର୍ଜାତୀୟ ଯାତ୍ରା ହେବ ବୋଲି କହିଛନ୍ତି ଶ୍ରୀଜେଶ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.