• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଥମଥର ଚାକିରି କରୁଥିବା କିମ୍ବା ପ୍ରଥମଥର ଇପିଏଫଓରେ ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କୁ ସରକାର ୧୫ ହଜାର ଟଙ୍କା ଦେବେ। ଏହା ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ।

  2. 2.ବ୍ୟକ୍ତିଗତ ଆୟକର ସୀମା ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ। ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫% ରହିଛି। ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦% ରହିଛି। ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫% ରହିବ।  ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ରହିଛି।

  3. 3.. ୪୮,୨୦,୫୧୨ କୋଟି ଟଙ୍କାର ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବା ସହ ମୋଦୀ ସରକାର ଚଳିତ ଏନଡିଏ ସରକାରରେ ମୁଖ୍ୟ ସହଯୋଗୀ ସାଜିଥିବା ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ଘୋଷଣା କରିଛି।

  4. 4.ରେଳବାଇ ଲାଗି ମୋଟ ୫,୩୭,୯୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସେଥିରେ ରେଳବାଇ ରାଜସ୍ବରୁ ମୋଟ ବ୍ୟୟ ୨,୭୫,୭୦୦ କୋଟି ଟଙ୍କା ଥିବା ବେଳେ ବଜେଟ୍‌ ସହାୟତା ଓ ଅନ୍ୟାନ୍ୟ ପରିମାଣର ୨,୬୨,୨୦୦ କୋଟି ଟଙ୍କା ରହିଛି। ରେଳବାଇର ପ୍ରତି ୧୦୦ ଟଙ୍କା ଆୟ ପାଇଁ ୯୮ ଟଙ୍କା ୨୨ ପଇସା ବ୍ୟୟ କରିବ।

  5. 5.୨୦୨୪-୨୫ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍‌ରୁ ଓଡ଼ିଶା ଟିକସ ଏବଂ ଶୁଳ୍କ ବାବଦରେ ୫୬ ହଜାର ୪୭୩ କୋଟି ୭୪ ଲକ୍ଷ ଟଙ୍କା ପାଇବ। ୨୦୨୩-୨୪ ବଜେଟ୍‌ରେ ଓଡ଼ିଶାକୁ ଏ ବାବଦରେ ୫୦ ହଜାର ୧୧ କୋଟି ୬୭ ଲକ୍ଷ ଟଙ୍କା ମିଳିଥିଲା।

  6. 6.କେନ୍ଦ୍ର ବଜେଟରେ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୩,୪୪୨.୩୨ କୋଟିରୁ ଖେଲୋ ଇଣ୍ଡିଆ ପାଇଁ ୯୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଗତ ଆର୍ଥିକ ବର୍ଷରେ ୮୮୦ କୋଟି ଟଙ୍କା ସଂଶୋଧିତ ଆବଣ୍ଟନଠାରୁ ଏହି ପରିମାଣ ୨୦ କୋଟି ଟଙ୍କା ଅଧିକ।

  7. 7.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣ ସମାପ୍ତ ହେଉ ହେଉ ସୁନା ଦାମ୍ ପ୍ରାୟ ୪ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଖସିଆସିଛି ।

  8. 8.ଇସ୍ରାଏଲ୍‌‌ରେ ୪ ହଜାର ୮୨୫ ଜଣ ଭାରତୀୟ ଶ୍ରମିକ ନିୟୋଜିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି।

  9. 9.ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ୧.୪୮ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହାଦ୍ୱାରା ଶିକ୍ଷା, ରୋଜଗାର ଏବଂ କୌଶଳ ବିକାଶ ହେବ ।

  10. 10.ନିଟ୍‌ ୟୁଜି-୨୦୨୪ ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦେଇଛନ୍ତି। ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ଉପରେ ନିର୍ଭର କରୁଛି।

  11. 11. ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଇ ପ୍ରାୟ ୧୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ବିଦେଶକୁ କାମ କରିବାକୁ ଯାଇ ୩୧ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି।

  12. 12.ରାଜ୍ୟର ନୂଆ ସିଇଓ ହେଲେ ୨୦୦୧ ମସିହାର ଆଇଏଏସ ଅଫିସର ଆର.ସନ୍ଥଗୋପାଳନ ।

  13. 13.ଆମେରିକା ଓ ଚୀନ। ଚନ୍ଦ୍ରର ଉଭୟ ମେରୁରେ ବିପୁଳ ପରିମାଣର ଜଳ ବରଫ ଅବସ୍ଥାରେ ରହିଥିବା ବେଳେ ପ୍ରକୃତରେ କେତେ ପରିମାଣ ଜଳ ରହିଛି ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ହାସଲ କରିବାକୁ ଆମେରିକା ଓ ଚୀନ୍‌ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଅନୁଧ୍ୟାନ ଆରମ୍ଭ କରିବାକୁ ଯାଉଛନ୍ତି।

  14. 14.ବିନା ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କେବଳ ଜରିମାନା ନୁହେଁ, ଏଣିକି ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରିବା ଭଳି ନିଷ୍ପତ୍ତି ନିଆଯାଇଛି।

  15. 15.ବିଜେପିର ଫୁଲବାଣୀ ମୁନିସିପାଲିଟି ପୌରାଧ୍ଯକ୍ଷା ସ୍ମିତାରାଣୀ ମହାନ୍ତି ମଙ୍ଗଳବାର ଅନାସ୍ଥା ଭୋଟରେ ହାରି ପଦବୀ ହରାଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.