• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ସଫଳ ପରୀକ୍ଷଣ କରିଛି। ଏଲସି-୪ ଧାମରାରୁ ଅପରାହ୍ନ ୪ଟା ୨୦ମିନିଟରେ ଟାର୍ଗେଟ ମିସାଇଲ ଉତକ୍ଷେପଣ କରାଯାଇଥିଲା।

  2. 2.ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି।

  3. 3.କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଜି କହିଛନ୍ତି ଯେ ସାରା ଦେଶରେ କୋଇଲା ଖଣିଗୁଡ଼ିକର ଘରୋଇକରଣ ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ।

  4. 4.ଦିଲ୍ଲୀ ପୁଲିସ ସ୍ପାଇଡରମ୍ୟାନକୁ ଗିରଫ କରିଛି । ଘଟଣା ଦ୍ବାରକାରେ ଘଟିଛି । ପୁଲିସ ଜଣାଇଛି କି ଜଣେ ଯୁବକ ସ୍ପାଇଡରମ୍ୟାନ୍ ଡ୍ରେସ୍ ପିନ୍ଧି ସ୍କର୍ପିଓ ବନେଟରେ ବସି ଯାତ୍ରା କରୁଥିଲେ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବା ସହ ଚାଲାଣ ମଧ୍ୟ କାଟିଛି ପୁଲିସ ।

  5. 5.ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ମୋଟ ୨.୬୨ ଲକ୍ଷ କୋଟି ଟଙ୍କାର ବଜେଟ୍ ମଧ୍ୟରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରେଳ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟୟବରାଦ କରାଯାଇଛି।

  6. 6.କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା, ‘ନିଟ୍’କୁ ବନ୍ଦ କରି ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ।

  7. 7.ଅଗ୍ନିବୀରଙ୍କ ବିଷୟରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପୂର୍ବତନ ଅଗ୍ନିବୀରମାନେ ସିଆଇଏସ୍‌ଏଫ୍‌, ବିଏସ୍‌ଏଫ୍‌ଏବଂ ଏସଏସବିରେ ୧୦ ପ୍ରତିଶତ ସଂରକ୍ଷଣ ପାଇବେ।

  8. 8.ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ଆଜି ଏକ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ କରୁଥିବା ସମୟରେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ଇଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି।

  9. 9.ଭାରତୀୟମାନେ କୌଣସି ଭିସା ବିନା ବିଶ୍ୱର ୫୮ଟି ଦେଶରେ ପ୍ରବେଶ କରିପାରିବେ। ଲଣ୍ଡନରେ ମୁଖ୍ୟାଳୟ ଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସର ୨୦୨୪ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭାରତର ପାସପୋର୍ଟ ଏହି ତାଲିକାରେ ୮୨ ତମ ସ୍ଥାନରେ ରହିଛି ।

  10. 10.ଦେଶର ସୀମାବର୍ତ୍ତୀ ଅଞ୍ଚଳର ୧୭ ହଜାର ୬୧୧ଟି ଗାଁ ମଧ୍ୟରୁ ପ୍ରାୟ ୧୬ ହଜାର ୮୧୮ଟି ଗାଁକୁ ମୋବାଇଲ ସେବା ଯୋଗାଇ ଦିଆଯାଉଛି।

  11. 11.ବୁଧବାର ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମ ବୋଲି ସାଂଘାତିକ ତଥ୍ୟ ପ୍ରକାଶ ପାଇଛି।

  12. 12.ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ.. ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧,୬୪,୪୩୭ ଟଙ୍କା.

  13. 13.ଆବେଦନକାରୀଙ୍କୁ ମାସକ ମଧ୍ୟରେ ରାସନ କାର୍ଡ ମିଳିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ଯାଞ୍ଚ ପରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ।

  14. 14.କେନ୍ଦ୍ରୀୟ ବଜେଟ ୨୦୨୪-୨୫ରେ ଜନଜାତି ବ୍ୟାପାର ମନ୍ତ୍ରାଳୟ ପାଇଁ ମୋଟ ବ୍ୟୟ ଅଟକଳ ପ୍ରାୟ ୧୩ ହଜାର କୋଟି ଟଙ୍କା ରହିଛି।

  15. 15.ପୃଥିବୀ ପରେ ମଣିଷ ମହାକାଶରେ ଜଳ ସନ୍ଧାନ କରୁଛି। ମଣିଷର ଏହି ଆବିଷ୍କାର ଚନ୍ଦ୍ରରେ ପହଞ୍ଚିଛି,ଯେଉଁଥିଲାଗି ଅନେକ ମିଶନ ପଠାଯାଉଛି। ଭାରତ, ଆମେରିକା ଏବଂ ରୁଷିଆ ପରେ ଚାଇନା ମଧ୍ୟ ଚନ୍ଦ୍ର ପୃଷ୍ଠରେ ଅନେକ ମିଶନକୁ ଅବତରଣ କରିଛି।

  16. 16.ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।

  17. 17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିବାକୁ ଯାଉଥିବାବେଳେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି।

  18. 18.ମୋଦି ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଓଜାଡି ଦେଇଛନ୍ତି। ଏହି ଦୁଇ ରାଜ୍ୟରେ ସ୍ବତନ୍ତ୍ର ପ୍ୟାକେଜ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି।

  19. 19.ବଜେଟ ୨୦୨୪ରେ କେନ୍ଦ୍ର ସରକାର ୧୨ ବର୍ଷ ପୁରୁଣା ଟ୍ୟାକ୍ସକୁ ବନ୍ଦ କରିଛନ୍ତି। ଏହି ଟ୍ୟାକ୍ସ ୟୁପିଏ-୨ ରେ ଆସିଥିବା ବେଳେ ଷ୍ଟାର୍ଟଅପ ଉପରେ ଲଗାଯାଇଥିଲା। ଏହି ଟ୍ୟାକ୍ସର ନାମ ଆଞ୍ଜେଲ ଟ୍ୟାକ୍ସ ଥିଲା।

  20. 20.ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.